
ପିଏମ ମୋଦୀଙ୍କ ନାମରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦାବି ଅନୁଯାୟୀ, ଆରଟିଆଇରୁ ଏହି ସୂଚନା ଗ୍ରହଣ କରାଯାଇଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୋଷେଇ ଘରର ଖର୍ଚ୍ଚ ବହନ କରନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଥିବା ପରି ଆରଟିଆଇରୁ ସେପରି କୌଣସି ସୂଚନା ମିଳି ନାହିଁ।
11 ଜୁନରେ Sujit Kumar Sarangi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଲେକିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଖାଇଗଲା ହୋ ଦଉଡ଼ି ଆସ। ଜଲଦି କଣ ଗୋଟେ କର, ନ ହେଲେ ସର୍ବସ୍ବ ଖାଇକି ଖୋଳ କରି ଦେବ ୭ ବର୍ଷରେ ୧୦୦ କୋଟିର ଖାଦ୍ୟ ଖାଇଗଲା ଆମ ଫକିର ସାହେବ। ଆରଟିଆଇ ଖୁଲାସା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 256ଥର ସେୟାର କରାଯିବା ସହ ପୋଷ୍ଟକୁ 79 କମେଣ୍ଟ ଏବଂ 61 ଲାଇକ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟରେ ୭ ବର୍ଷ ମଧ୍ୟରେ ୧୦୦ କୋଟିର ଟଙ୍କା ଖର୍ଚ୍ଚ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କୌଣସି ଖବର ମିଳିଲା ନାହିଁ। ଏହା ପରେ ଅନ୍ୟାନ୍ୟ କି ଶବ୍ଦ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାଇବା ଖର୍ଚ୍ଚ ସମ୍ପର୍କରେ ସର୍ଚ୍ଚକରିଲୁ। 19 ଜୁଲାଇ 2016ରେ Rediff ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ, ଅକ୍ଟୋବର 2014 ଏବଂ ମେ 2015 ରେ “ପ୍ରଧାନମନ୍ତ୍ରୀଙ୍କ ରୋଷେଇ ଘରେ” କେତେ ଏବଂ କେଉଁ ପ୍ରକାରର ସିଲିଣ୍ଡର ବ୍ୟବହାର କରାଯାଇଥିଲା ସେ ସମ୍ବନ୍ଧରେ ଜଣେ ଆବେଦନକାରୀ ସୂଚନା ମାଗିଥିଲେ। ଆବେଦନକାରୀ ମୋଦିଙ୍କ ଖାଦ୍ୟ ପାଇଁ ହେଉଥିବା ଖର୍ଚ୍ଚରେ ମଧ୍ୟ ବିଲ୍ ଚାହୁଁଥିଲେ। ଆରଟିଆଇ ରିପୋର୍ଟ ଅନୁଯାୟୀ, PMO ଏହାର ଉତ୍ତରରେ କହିଛି: ପ୍ରଧାନମନ୍ତ୍ରୀଙ୍କ ରୋଷେଇ ଖର୍ଚ୍ଚ ବ୍ୟକ୍ତିଗତ ଏବଂ ସରକାରୀ ଆକାଉଣ୍ଟରେ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ନିଜେ ବହନ କରନ୍ତି। ଏହି ଖବର aajtak ପେଜରେ ମଧ୍ୟ ଦେଖନ୍ତୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Rediff। Archive । aajtak
ଏହା ପରେ ଆମେ ଆରଟିଆଇରେ ପ୍ରକାଶିତ ପ୍ରଶ୍ନ ଉତ୍ତର ସର୍ଚ୍ଚ କରିଲୁ। ଆମେ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ୱେବସାଇଟରେ କିଛି RTI ଉତ୍ତର ସହ ଜଡିତ ଲିଙ୍କ୍ ପାଇଲୁ। ଏଥିରେ ପିଏମ ମୋଦୀଙ୍କ ସହ ଜଡିତ ଅନେକ ଆରଟିଆଇ ଉତ୍ତର ଅପଲୋଡ୍ ହୋଇଛି। 2015 ରେ ଏହିପରି ଏକ ଆରଟିଆଇ ଅପଲୋଡ୍ ହୋଇଛି ଯେଉଁଥିରେ ପିଏମ ମୋଦୀଙ୍କ ରୋଷେଇ ଘର ସହ ଜଡିତ ଖର୍ଚ୍ଚ ସମ୍ପର୍କରେ ସୂଚନା ମଗାଯାଇଛି। ଏହାର ଜବାବରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ରୋଷେଇ ଘରର ଖର୍ଚ୍ଚ ବହନ କରନ୍ତି ଏବଂ ଏହା ସରକାରୀ ଆକାଉଣ୍ଟରେ ଲିପିବଦ୍ଧ ହୋଇନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ- RTI । Archive
ଏହା ପରେ ଆମକୁ 23 ଏପ୍ରଲି 2021ରେ dailyhuntରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପିଏମ ମୋଦୀ ସର୍ବାଧିକ ଗୋଟିଏ ଦିନର ଭୋଜନରେ 400 ରୁ 500 ଟଙ୍କା ଖର୍ଚ୍ଚ କରନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ମୋଦିଙ୍କ ଗୋଟେ ଦିନର ଖାଇବା 41 ହଜାର ଟଙ୍କା ତାହା ସମ୍ପୁର୍ଣ୍ଣ ମିଥ୍ୟା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- dailyhunt । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟରେ ୭ ବର୍ଷ ମଧ୍ୟରେ ୧୦୦ କୋଟିର ଟଙ୍କା ଖର୍ଚ୍ଚ ହୋଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା। ଆରଟିଆଇ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ମୋଦି ତାଙ୍କ ଖାଇବା ଖର୍ଚ୍ଚ ନିଜେ ବହନ କରନ୍ତି।

Title:7 ବର୍ଷ ମଧ୍ୟରେ ପିଏମ ମୋଦୀଙ୍କ ଖାଦ୍ୟରେ 100 କୋଟି ଟଙ୍କା ଖର୍ଚ୍ଚ ହୋଇଛି? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False
