ବ୍ୟାଖ୍ୟାକାରୀ: କ’ଣ ସାବରମତି ନଦୀରେ ଜୀବନ୍ତ କୋଭିଡ ଭାଇରସ ବ୍ୟାପୀଥିବା ମିଳିଛି?
ଆଇଆଇଟି ଗାନ୍ଧୀନଗର ଦ୍ଵାରା କରା ଯାଇଥିବା ଅନୁସନ୍ଧାନର ଫଳାଫଳ ହେଡଲାଇନ ସୃଷ୍ଟି କରିଥିଲା ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଗୁଜୁରାଟର ଅହମ୍ମଦାବାଦ ସହରର ସାବରମତି ନଦୀରେ ବୈଜ୍ଞାନିକ ମାନେ ‘କରୋନା ଭାଇରସ ଚିହ୍ନ’ ପାଇଛନ୍ତି ବୋଲି ଏହି ଅନୁସନ୍ଧାନକୁ ଦର୍ଶାଇ ଗଣମାଧ୍ୟମ ବେବସାଇଟ ରିପୋର୍ଟ କରିଛି।
ଏହା ଦ୍ଵାରା ସୋସିଆଲ ମିଡିଆରେ କରୋନା ଭାଇରସ ପାନୀୟ ଜଳରୁ ମିଳିଥିଲା ବୋଲି ଭାଇରାଲ ବାର୍ତ୍ତାଏବଂ ପୋଷ୍ଟ ଗୁଡ଼ିକ ଜଳ ମାଧ୍ୟମରେ କୋଭି-୧୯ ସଂକ୍ରମଣ ହେବାର ଭୟକୁ ବଢାଇ ଦେଇଛି।
Facebook | Archive | Odisha Link | Archive
ଏହା ଛଡ଼ା ଏହି ଖବର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହେଇଥିବା ଦେଖିବାକୁ ମିଳିଲା।
ଗୁଗୁଲ ଫଳାଫଳରୁ ସ୍କ୍ରିନଶଟ୍ ନିଆଯାଇଛି
ପ୍ରକୃତର ଫଳାଫଳ କ’ଣ ଏବଂ ଗଣମାଧ୍ୟମ ସଠିକ ଭାବରେ ରିପୋର୍ଟ କରିଛି କି ନାହିଁ ତାହା ବୁଝିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀଙ୍କ ସହ ଯୋଗାଯୋଗ କରିଥିଲା।
କିଏ ଅନୁସନ୍ଧାନ କରିଛନ୍ତି?
ଗତ ବର୍ଷ ଆଇଆଇଟି-ଗାନ୍ଧିନଗର ଅନୁସନ୍ଧାନକାରୀ ମାନେ ଭାରତର ଦୁଇଟି ସହରାଞ୍ଚଳରେ ପ୍ରାକୃତିକ ଜଳରେ SARS-CoV-2 ଜେନେଟିକ୍ ପଦାର୍ଥର ଉପସ୍ଥିତି ଜାଣିବା ପାଇଁ ଏକ ଅଧ୍ୟୟନ କରିଥିଲେ। ସେମାନେ ଆସାମର ଗୁଆହାଟି ଏବଂ ଗୁଜୁରାଟର ଅହମ୍ମଦାବାଦର ବିଭିନ୍ନ ଭୁପୃଷ୍ଠ ଜଳରେ କରୋନାର ପରୀକ୍ଷଣ କରିଥିଲେ।
ଆଇଆଇଟି ଗାନ୍ଧୀନଗରର ପୃଥିବୀ ବିୟାନ ବିଭାଗର ପ୍ରଫେସର ମଣିଷ କୁମାର ଏହି ଅଧ୍ୟୟନର ନେତୃତ୍ଵ କରିଥିଲେ। ପ୍ରଫେସର ମଣିଷ କୁମାର କହିଛନ୍ତି, “ସ୍ୱଳ୍ପ ପରିମଲ ସହରଗୁଡ଼ିକରେ ବର୍ଜ୍ୟଜଳ ନିରୀକ୍ଷଣ କ୍ଷମତାକୁ ପ୍ରମାଣିତ କରିବା ପାଇଁ ଏହି ଅଧ୍ୟୟନ କରା ଯାଇଥିଲା।” ୟୁନିଷେଫ୍ (ଗୁଜୁରାଟ) ଏବଂ ୟୁକେ-ଇଣ୍ଡିଆ ଶିକ୍ଷା ଏବଂ ଅନୁସନ୍ଧାନ ଉଦ୍ୟମ (UKIERI) ଏହି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରିଥିଲେ।
ଏହାର କାରଣ କ’ଣ ଥିଲା?
କୋଭିଡ-୧୯ ରୋଗୀମାନେ ମଳ ଏବଂ ପରିସ୍ରା ମାଧ୍ୟମରେ ଜୀବନ୍ତ କରୋନା ଭାଇରସ ବିସ୍ତାର କରି ପାରନ୍ତି ଯାହା ସଂକ୍ରମଣ କିମ୍ବା ଜୀବାଣୁ ଧାରଣ କରିଥିବା ଜଳ ବୁନ୍ଦା ଦ୍ଵାରା ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିଥାଏ। ଚାଲୁଥିବା କୋଭିଡ-୧୯ ମହାମାରୀ ସମୟରେ ଜଳରେ ଏହି ପରି ଜୀବାଣୁଙ୍କର ମାତ୍ରା କାଥେଷ୍ଟ ବୃଦ୍ଧି ପାଇପାରେ। ଏହି ଚିନ୍ତା ଭାରତରେ ବୃଦ୍ଧି ପାଇଛି; ଯେଉଁଠାରେ ଜଳ ନିଷ୍କାସନ ପ୍ରାୟତ ଭୁପୃଷ୍ଠ ଜଳପଥରେ ପକା ଯାଏ।
ଭାରତ କୋଭିଡ-୧୯ ର ଯରୁତିୟ ତରଙ୍ଗର ସମ୍ମୁଖୀନ ହେବାକୁ ଯାଉଛି। ତେଣୁ ସିଧାସଳଖ ଜଳ ନିଷ୍କାସନ କରୁଥିବା ଭୁପୃଷ୍ଠ କାଳକୁ SARS-CoV-2 ଉପରେ ନଜର ରଖିବା ପାଇଁ ଲକ୍ଷ କରା ଯାଇ ପାରିବ ଏବଂ ଏହା ସଂକ୍ରମଣ, ପରିମଲ, ଭବିଷ୍ୟତର ବିପଦ ଏବଂ ପରିଚାଳନାରେ ବୃଦ୍ଧି ବିଷୟରେ ଅନେକ ସୂଚନା ପ୍ରଦାନ କରି ପାରିବ ବୋଲି କାଗଜରେ ଦର୍ଶାଅ ଯାଇଛି।
ଅନୁସନ୍ଧାନରୁ ସେମାନେ କ’ଣ ପାଇଲେ?
ଅଧ୍ୟୟନର ମୂଳ ଉଦ୍ଦେଶ୍ୟ ହେଲା ଜଳ ଶରୀରରେ କରୋନା ଭାଇରସ ସକାରାତ୍ମକ ଘଟଣାର ଆବୃତ୍ତି ବୁଝିବା। ଏହି ଦଳ ପ୍ରତି ସପ୍ତାହରେ ଥରେ ୩ ଡିସେମ୍ବରରୁ ୨୯ ଡିସେମ୍ବର ୨୦୨୦ ମଧ୍ୟରେ କାଙ୍କ୍ରିୟା ହ୍ରଦ, ଚାନ୍ଦୋଳା ହ୍ରଦ, ଭଶ୍ତ୍ରାପୁର ହ୍ରଦ ଏବଂ ଅହମ୍ମଦାବାଦର ସାବରମତି ନଦୀରୁ ଜଳ ନମୁନା ସଂଗ୍ରହ କରିଥିଲେ।
QRT-PCR ଅନୁସନ୍ଧାନ ବିଶ୍ଳେଷଣର ଅନୁରୂପ ନିଶ୍ଚିତ ହୋଇଛି ଯେ ଅହମ୍ମଦାବାଦରେ ସଂଗୃହିତ ନମୁନାରେ କରୋନା ଭାଇରସ ଜେନେଟିକ୍ ସାମଗ୍ରୀ (N, S ଏବଂ ORF 1ab ଜିନ୍) ଉପସ୍ଥିତ ଅଛି। ପ୍ରୋଫେସର କୁମାର ପିଟିଆଇ କୁ କହିଛନ୍ତି, “ସାବରମତି ନଦୀ, ଚାନ୍ଦୋଳା ଏବଂ କାଙ୍କାରିୟା ହ୍ରଦରେ ଆମେ N ଜିନ୍ ଉପସ୍ଥିତ ଥିବା ପାଇଲୁ। ଚାନ୍ଦୋଳାରେ ORF ନମୁନା ମିଳିନଥିଲା ବେଳେ ଆମକୁ S ଜିନ୍ ନମୁନା ତିନୋଟି ହ୍ରଦରେ ଉପସ୍ଥିତ ଥିବା ମିଳିଲା।”
ଗୁଆହାଟିର ଜଳ ନମୁନାରେ କୋଭିଡ-୧୯ ରିପୋର୍ଟ ନେଗେଟିଭ୍ ମିଳିଛି।
ଏହା କେଉଁଠାରେ ପ୍ରକାଶିତ ହୋଇଛି?
ପଦ୍ଧତି ଏବଂ ଅନୁସନ୍ଧାନର ସବିଶେଷ ଅନୁସନ୍ଧାନ କାଗଜ ପ୍ରଥମେ ୧୬ ଜୁନ୍ ୨୦୨୧ ରେ MedRxiv ୱେବସାଇଟରେ ପ୍ରକାଶିତ ହୋଇଥିଲା। “ଅହମ୍ମଦାବାଦ ଏବଂ ଗୁଆହାଟିରେ ଥିବା ସହରୀ ପ୍ରାକୃତିକ ଜଳର SARS-CoV-2 ର ଦର୍ଶକ: ଦୁଇଟି ସହରର କାହାଣୀ” ହେଉଛି ଏହି ଜର୍ନାଲର ଶୀର୍ଷକ।
ଏହି ଜର୍ନାଲ ପ୍ରକାଶିତ କରିବା ବେଳେ, MedRxiv ଏକ ସ୍ବଚ୍ଛ ପ୍ରତ୍ୟାଖ୍ୟାନ କରିଥିଲା: ଏହି ଜର୍ନାଲ ଏକ ପ୍ରିପ୍ରିଣ୍ଟ ଏବଂ ସାଥି ସମୀକ୍ଷା ଦ୍ଵାରା ଏହା ପ୍ରମାଣିତ ହୋଇନାହିଁ।
MedRxiv ୱେବସାଇଟରୁ ସ୍କ୍ରିନଶଟ୍ ନିଆଯାଇଛି
ସରଲ ଅର୍ଥ ହେଉଛି ପାଠକ ମାନେ ସଚେତନ ହେବା ଉଚିତ ଯେ ଜର୍ନାଲ ଲେଖକ ମାନଙ୍କ ଦ୍ଵାରା ଚୂଡାନ୍ତ ହୋଇନାହିଁ। ଏହାରେ ତ୍ରୁଟି ରହି ପାରେ ଏବଂ ଏହି ସୂଚନା ରିପୋର୍ଟ ବୈଜ୍ଞାନିକ କିମ୍ବା ଡାକ୍ତର ସଂପ୍ରଦାୟ ଦ୍ଵାରା ଏପର୍ଜ୍ୟନ୍ତ ଗ୍ରହଣ କରା ଯାଇ ନାହିଁ କିମ୍ବା ଅନୁମୋଦନ ହୋଇନାହିଁ।
ସାମ୍ବାଦିକ ମାନେ ଗୁରୁତ ଦେବା ଉଚିତ ଯେ ଏହା ଏପର୍ଜ୍ୟନ୍ତ ସ୍ୱାସ୍ଥ୍ୟ ସଂସ୍ଥା ଦ୍ଵାରା ମୂଲ୍ୟାଙ୍କନ ହୋଇନାହିଁ ଏବଂ ଖବର ରିପୋର୍ଟ କରିବା ସମୟରେ ଉପସ୍ଥାପିତ ତଥ୍ୟ ଭୁଲ ହୋଇପାରେ।
ଉତ୍ତର କ’ଣ ଥିଲା?
ଅନୁସନ୍ଧାନର ଫଳାଫଳ ପ୍ରକାଶିତ ହେବା ପରେ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (AMC), ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ ସେଣ୍ଟର (GBRC) କୁ ଜଳ ନମୁନା ପଠାଇବାକୁ ନିଷ୍ପତ୍ତି ନେଇଛି। ସହରର ଜଳ ସମପ୍ରଦ ଇଞ୍ଜିନିୟର ହରପାଲସିନ ଜାଳା ଫ୍ୟାକ୍ଟ କ୍ରିଷେଣ୍ଡୋକୁ କହିଛନ୍ତି, “ଅନୁସନ୍ଧାନରେ ବାହାରିଥିବା ଫଳାଫଳକୁ ଭୁଲ ଭାବରେ ବ୍ୟାଖ୍ୟା କରା ଯାଉଅଛି। ଏହା ଅନାବଶ୍ୟକ ଆତଙ୍କିତ ଗୁଜବ ସୃଷ୍ଟି କରିଛି ଯେ ପାନୀୟ ଜଳ ମାଧ୍ୟମରେ କରୋନା ଭାଇରସ ବିସ୍ତାର କରୁଛି। ଏହା ସତ୍ୟ ନୁହେଁ ଆଇଆଇଟି-ଗାନ୍ଧିନଗର ଅନୁସନ୍ଧାନ ନିଶ୍ଚିତ ନୁହେଁ ଯେ ସାବରମତି ନଦୀରେ ଜୀବନ୍ତ କୋଭିଡ-୧୯ ଜୀବାଣୁ ମିଳିଛି। ଆମେ ନିୟମିତ ଭାବେ GBRC କୁ ଜଳର ନମୁନା ପଠାଉ। ବର୍ତ୍ତମାନ ଆମେ ଏକ ସ୍ଵଚ ଜଳ ନମୁନା ମଧ୍ୟ ପଠାଇଛୁ। ଆସନ୍ତା ୨-୩ ଦିନ ମଧ୍ୟରେ ଆମେ ରିପୋର୍ଟ ପାଇବୁ। କିନ୍ତୁ ମୁ ଲୋକଙ୍କୁ ଆଶ୍ଵାସନ ଦେଉଛି ଯେ ଅହମ୍ମଦାବାଦରେ ପାନୀୟ ଜଳ ସୁରକ୍ଷିତ ଅଟେ।”
AMC ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡାକ୍ତର ଡାଃ ଭାବିନ ସୋଲାଙ୍କି ଫ୍ୟାକ୍ଟ କ୍ରିଷେଣ୍ଡୋକୁ କହିଛନ୍ତି ଯେ ଅହମ୍ମଦାବାଦ ସହରର ସାବରମତି ନଦୀ ନୁହେଁ ନର୍ମଦା ନଦୀ କ୍ୟାନାଲରୁ ଏହାର ପାନୀୟ ଜଳ ଯାଇଥାଏ। ସାବରମତି ନଦୀ କେବଳ ସଉଣ୍ଡର୍ଜ୍ୟକାରଣ ପାଇଁ ଏବଂ ଜଳସେଚନ ପାଇଁ ବ୍ୟବହୃତ ହୁଏ। ସାବରମତି ନଦୀ ସଂକ୍ରମିତ ହେବା ବିଷୟରେ ଲୋକ ମାନେ ଚିନ୍ତା କିମ୍ବା ଭୟ କରିବା ଉଚିତ ନୁହେଁ।
ଶେଷକଥା କ’ଣ?
ମୂଳ ବୈଜ୍ଞାନିକ ଜର୍ନାଲ ସିଦ୍ଧାନ୍ତରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଜଳ ନମୁନାରେ କେବଳ “SARS-CoV-2 ଜେନେଟିକ୍ ସାମଗ୍ରୀ” ଚିହ୍ନଟ ହୋଇଛି। ଅନୁସନ୍ଧାନ ପେପରରେ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇ ନାହିଁ ଯେ ସେମାନେ ନଦୀ ଜଳରେ ସଂକ୍ରମଣ କରିବା କୋଭିଡ-୧୯ ଜୀବାଣୁ ପାଇଛନ୍ତି।
ପ୍ରୋଫେସର କୁମାର ଫ୍ୟାକ୍ଟ କ୍ରିଷେଣ୍ଡୋକୁ କହିଛନ୍ତି “ସାବରମତି ନଦୀ କିମ୍ବା ଅନ୍ୟ ହ୍ରଦରୁ ନିଆଯାଇଥିବା ଜଳ ନମୁନାରେ ଆମେ ଜୀବନ୍ତ କରୋନା ଭାଇରସ ପାଇ ନାହୁଁ। ଆମେ କେବଳ ପାଣିରେ ଖଣ୍ଡବିଖଣ୍ଡ ଜିନ୍ ପାଇଛୁ। ସମ୍ବାଦ ରିପୋର୍ଟ କିମ୍ବା ସାଧାରଣ ଜନତା ଆମର ଅନୁସନ୍ଧାନକୁ ଭୁଲ ଭାବରେ ବ୍ୟାଖ୍ୟା କରିଛନ୍ତି।”
ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରକୃତିକ ଜଳରେ ମିଳୁଥିବା ଜିନ୍ ର ଏକାଗ୍ରତା କେବଳ ସ୍ୱଳ୍ପ ପରିମଲ ସୁଚାଇଥାଏ ଏବଂ ଏହାର ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ପରିବେଶ ପରିଣାମ ରହିଛି ଯାହା ଉପରେ ଅଧିକ ଅନୁସନ୍ଧାନ କରା ଯାଇବା ଉଚିତ।
ସବରମତୀ ନଦୀ କରୋନା ଭାଇରସ ଦ୍ଵାରା ସଂକ୍ରମିତ ହେବା ନେଇ ଭୟଭୀତ ହୋଇ ଗୁଜବ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ।
Title:ବ୍ୟାଖ୍ୟାକାରୀ: କ’ଣ ସାବରମତି ନଦୀରେ ଜୀବନ୍ତ କୋଭିଡ ଭାଇରସ ବ୍ୟାପୀଥିବା ମିଳିଛି?
Fact Check By: Siddharth SahuResult: Explainer