
ଅଯୋଧ୍ୟାକୁ ସୁମନ୍ଦର କରିବା ପାଇଁ ସରକାର ଅନେକ ଯୋଜନା ଚଲାଇଛି। ଏହା ଛଡ଼ା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସହରକୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବା ସହ କିଛି ମିଥ୍ୟା ଖବର ଭିନ୍ନ ପୋଷ୍ଟ ମାଧ୍ୟମରେ ଭାଇରାଲ ହେବାରେଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଏକ ସହର ପାଣି ମଧ୍ୟରେଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ସହର ଅଯୋଧ୍ୟା ଅଟେ। ଏବଂ ଅଯୋଧ୍ୟା ବାଦିକ ସିଟିଂ ବନିବାକୁ ଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
24 ଡିସେମ୍ବରରେ Asok Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫଟୋରେଥିବା ସହର ଅଯୋଧ୍ୟା ଅଟେ ଏବଂ ଏହି ସହର ବୈଦିକ ସିଟିଂ ହେବାକୁ ଯାଉଛି। ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ, 1200 ଏକର ଏହି ଜମିରେ ଇଣ୍ଟିଗ୍ରେଟେଡ୍ ସିଟି ନିର୍ମାଣ ହେବ। ପୋଷ୍ଟ ଶିର୍ଷକରେ ଲେଖାଯାଇଛି ଯେ, ଅଯୋଧ୍ୟା ହେବାକୁ ଯାଉଛି “ବୈଦିକ ସିଟି”,ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଧର୍ମନଗରୀ ଅଯୋଧ୍ୟା ବିଶ୍ବ ରେ ସ୍ବତନ୍ତ୍ର ପରିଚୟ ନେଇ ଗୌରବର ସହ ଦଣ୍ଡାୟମାନ ହେବାକୁ ଚାଲିଛି ଯୋରଦାର ପ୍ରସ୍ତୁତି । ୧୨୦୦ଏକର ଜମିରେ ନିର୍ମାଣ ହେବ ଇଣ୍ଟିଗ୍ରେଟେଡ ସିଟି । #ayodhya #RamMandir
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 34ଥର ସେୟାର ହେବା ସହ 557 ଲାଇକ ଏବଂ ଅନେକ କମେଣ୍ଟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ଦେଖାଯାଉଥିବା ସହର ଅଯୋଧ୍ୟା ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। WSP ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋରେଥିବା ସହର ଭାରତର ନୁହେଁ ବରଂ ଦୁବାଇର ଅଟେ। ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମିରା ଏକ କୃତ୍ରିମ ଖଜୁରୀ ଗଛ ଆକୃତିର ଦ୍ୱୀପ ଅଟେ। ମନୁଷ୍ୟକୃତ ଏହି ଦ୍ୱୀପପୁଞ୍ଜ ଅନେକ ନ୍ୟୁଜ୍ ମିଡିଆରେ ଏବଂ ବିଭିନ୍ନ ଫଟୋ ଗ୍ୟାଲେରୀରେ ସ୍ଥାନ ପାଇଛି। Printerest ପେଜରେ ଭାଇରାଲ ଫେଟୋ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Printerest । Archive
Youtube ପେଜରେ Palm Jumeirah Dubai UAE ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଭାଇରାଲ ଫଟୋର ସମ୍ପୁର୍ଣ୍ଣ ସହର ଦେଖିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ସହର ଅଯୋଧ୍ୟା ନୁହେଁ ବରଂ ଦୁବାଇର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଅଯୋଧ୍ୟାରେ କୌଣସି ପ୍ରୋଜେକ୍ଟ ଆରମ୍ଭ ହୋଇଥିବାର ଖବର ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Times of indiaର ଏକ ଖବର ମିଳିଲା। ଏହା ସହ ପ୍ରକାଶିତ ଖବରରେ ଅଯୋଧ୍ୟାରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେଥିବା ସହର ଅଯୋଧ୍ୟାର ନୁହେଁ ବରଂ ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମିରାହର ଅଟେ।

Title:ଦୁବାଇର ପ୍ରସିଦ୍ଧ ପଦ୍ମ ଜୁମେରାହର ଫଟୋକୁ ଅଯୋଧ୍ୟାର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: Missing Context