
ବାରତାମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ଗୋଟିଏ ଗଛରେ ମୂର୍ତ୍ତି ନିର୍ମାଣ କରା ଯାଇଛି। ଦାବି ଅନୁଯାୟୀ ଏହି ଫୋଟୋ ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରେ ଅବସ୍ଥିତ ନାଗ ବାସୁକି ମନ୍ଦିରର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ କର୍ଣାଟକାର ଏକ ପଥର ବଗିଚାର ଫୋଟୋ ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “ଏହା ପ୍ରୟାଗ ସ୍ଥିତ ନାଗ ବାସୁକି ମନ୍ଦିରରେ ଗୋଟିଏ ପଥର ଉପରେ ଶିଳ୍ପୀଙ୍କ ନିହାଣ ମୁନରେ ଏହି ଚମତ୍କାର ଅବିକଳ ଜୀବନ୍ତ କଳାକୃତି ଅଟେ।”

ସମାନ ଫୋଟୋ ଏବଂ ଦାବି ଆମକୁ ୨୦୨୧ ରେ ମଧ୍ୟ ଟୁଇଟ ହେଇଥିବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଶ୍ଵେବସାଇତରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ଫୋଟୋ କର୍ଣାଟକାର ଗୋଟାଗୋଡ଼ି ଅଞ୍ଚଳରେ ଅବସ୍ଥିତ ଉତ୍ସବ ପଥର ବଗିଚାର ଅଟେ।

ଭାଇରାଲ ଫୋଟୋ ପରି ଏକ ଫୋଟୋ ଆମକୁ ଉତ୍ସବ ପଥର ବଗିଚା ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ଏହା ଗୋଟିଏ ବାର ଗଛରେ ନିର୍ମାଣ କରା ଯାଇଥିବା କଳା ଅଟେ। କର୍ଣାଟକାର ତିନି ଜଣ ମହାନ କଳାକାରଙ୍କ ସ୍ମାରିକି ଶ୍ରଦ୍ଧାଞ୍ଜଳି ପାଇଁ ନିର୍ମାଣ କରା ଯାଇଥିଲା। ଏହି କଳାକାରମାନେ କଳା ଶିକ୍ଷକ ଏବଂ କଳାକାରମାନଙ୍କର ବିକାଶ ପାଇଁ ଚିତ୍ରକଳା କଲେଜ ପ୍ରତିଷ୍ଠା କରିଥିଲେ।

ଗୁଗୁଲ ମ୍ୟାପରେ ଉତ୍ସବ ପଥର ବଗିଚା ଲେଖି ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ମିଳିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ଉତ୍ତରପ୍ରଦେଶର ପ୍ରୟାଗରେ ଅବସ୍ଥିତ ନାଗ ବାସୁକି ମନ୍ଦିର ନୁହେଁ, ବରଂ ଏହା କର୍ଣାଟକାର ଏକ ପଥର ବଗିଚାରେ ନିର୍ମାଣ ହୋଇଥିବା କଳା ଅଟେ।

Title:କ’ଣ ଭାଇରାଲ ଫୋଟୋ ନାଗ ବାସୁକି ମନ୍ଦିରର ଅଟେ ଯାହା ଉତ୍ତରପ୍ରଦେଶରେ ଅବସ୍ଥିତ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
