
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଏକ ଶବ ନେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହା ଏକ ଲଭ୍ ଜିହାଦ ମାମଲା ଯେଉଁଥିରେ ଜଣେ ମୁସଲମାନ ବ୍ୟକ୍ତି ଜଣେ ହିନ୍ଦୁ ମହିଳାଙ୍କ ହତ୍ୟା କରି ତାହାର ଶବକୁ ନେଉଥିବା ଜଣା ପାଡିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋର ଲଭ୍ ଜିହାଦ ମାମଲା ସହିତ କୌଣସି ସମ୍ବନ୍ଧ ନହିଁ। ଏହା ଇଜିପ୍ଟ ଦେଶର ଏକ ଫୋଟୋ ଯାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆରେ କୁହା ଯାଉଛି ଯେ ଏହି ଫୋଟୋ ଭାରତରେ ଲଭ୍ ଜିହାଦ ମାମଲାର ଏକ ଦୃଶ୍ୟ ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ହିନ୍ଦୁ ମହିଳାର ହତ୍ୟା କରି ତାହାର ଶବ ନେଇ ଯାଉଛି। ଜଣେ ପୋଷ୍ଟରେ ଲେଖିଛନ୍ତି, “ଯେତେ ପର୍ଯ୍ୟନ୍ତ ମୋ Abdul ସେମିତି ନୁହଁ କହୁଥିବ ସେତେ ପର୍ଯ୍ୟନ୍ତ କେବେ ଫ୍ରିଜରେ, କେବେ ସୁଟକେଶରେ, କେବେ ବୁରାରେ, କେବେ ବୀଚ ରାସ୍ତା ରେ ପଥର ଛେଚାରେ, କେବେ ମୁଣ୍ଡ ରୁ ଗଣ୍ଡି କୁ ଅଲଗା ଓ କେବେ ଛାତ ରୁ ତଳକୁ ଫିଙ୍ଗରେ ଯିବ। ତେଣୁ ସମୟ ଏବେବି ଅଛି ସୁଧୁରି ଯାଅ ହିନ୍ଦୁ ଝିଅ, ହିନ୍ଦୁ ପୁଅ କୁ ବାହା ହେଇ ସାତ ଜନ୍ମ ସାଥି ହେଇଯାଅ ନହେଲେ Abdul ପଛରେ ଧାଇଁ ଅଧା ବୟସ ରେ ମର। ପରାମର୍ଶ ଆମର ବିଚାର ଆପଣ ମାନଙ୍କର”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମାକୁ ୩୦ ମଇ ୨୦୨୩ ରେ କାଇରୋ ନ୍ୟୁଜ୍ ୱେବସାଇଟରେ ସମାନ ଫୋଟୋ ପ୍ରକାହିତ ହେଇଥବା ମିଳିଲା। ରିପୋର୍ଟ ଅନୁଯାୟୀ, ବାଇକରେ ଯାଉଥିବା ସମୟରେ ଏକ ବୋରାରୁ ଗୋଟିଏ ଗୋଡ ବାହାରିଥିବା ଫୋଟୋ ଦେଖି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବଢିଥ୍ଲା। ଲୋକେ ଏହାକୁ ଏକ ଶବ ବୋଲି ଭାବିଥିଲେ। କିନ୍ତୁ ସୂତ୍ରରୁ ଜଣା ପଡିଛି ଯେ ଏହା କାହାରି ଶବ ନୁହେଁ ବରଂ ଏକ ମାନେକୁଇନ୍ ଯାହାକୁ ଲୋଗା ଦୋକାନରେ ବିଭିନ୍ନ ବସ୍ତ୍ର ପିନ୍ଧାଇ ପ୍ରଦର୍ଶନ କରା ଯାଏ।
ରିପୋର୍ଟରେ ଏହା ମଧ୍ୟ କୁହା ଯାଇଛି ଯେ ଏହି ଲୋଗା ଦୋକାନ ମାଲିକ ଏକ ପରିବହନ କମ୍ପାନୀକୁ ଏହି ମାନେକୁଇନକୁ ତାହାର ଅନ୍ୟ ଏକ ଶାଖାରେ ପହଞ୍ଚାଇବା ମାଇଁ ଅନୁରୋଧ କରିଥିଲା। ସେଥିପାଇଁ ପରିବହନ କମ୍ପାନୀ ଏହି ମନେକୁଇନକୁ ବିଭିନ୍ନ ଖଣ୍ଡ କରି ବାଇକରେ ନେଇ ଯାଉଥିଲା ବେଳେ ଜଣେ ଯାତ୍ରୀ ଏହି ଫୋଟୋ ନେଇଥିଲେ।

ଏହି ବିଷୟରେ ଅଧିକ ସର୍ଚ୍ଚ କରିବା ପରେ ଆମକୁ ବିଜି କଲେକ୍ସନ୍ ନାମକ ଏକ ଫେସବୁକ ପେଜରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ ବିଜି କଲେକ୍ସନ୍ କହିଛି ଯେ ବାଇକ୍ ରେ ଯାଉଥିବା ବ୍ୟକ୍ତି କୌଣସି ଶବ ନେଉନଥିଲେ ବରଂ ସେ ତାଙ୍କ ଦୋକାନର ଗୋଟିଏ ଶାଖାରୁ ଅନ୍ୟ ଶାଖାକୁ ମାନେକୁଇନ୍ ନେଉଥିଲେ।

ବିଜି କଲେକ୍ସନର ଅନ୍ୟ ଏକ ପୋଷ୍ଟରେ ଆମକୁ ଭାଇରାଲ ଫୋଟୋ ସହିତ ସେହି ମାନେକୁଇନର ଫୋଟୋ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ, ପ୍ରଭୁଙ୍କ ଦୟାରୁ ମୁଁ ସୁରକ୍ଷିତ ଭାବରେ ନିଜ ସ୍ଥାନକୁ ପହଞ୍ଚିଛି। ଯଦି ଆପଣ ମାନେ ଇଛା କରନ୍ତି ତେବେ ଆମାଠାରୁ ଏକ ଲୋଗା ସେଟ୍ କିଣି ପାରିବେ।
ଏହି ବିଷୟରେ ଅଧିକ ଏସଆରସିସିଏଚ କରିବା ପରେ ଆମକୁ ରାଜସ୍ଥାନ ପୋଲିସର ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଦାବିକୁ ମିଥ୍ୟା ବୋଲି କୁହା ଯାଇଛି। ପୋଲିସ ଟୁଇଟ କରି କହିଛି ଯେ, “ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବାଇକରେ ଶବ ନେଉଥିବା ଦାବି କରା ଯାଉଛି। କିନ୍ତୁ ଏହି ଫୋଟୋ ଇଜିପ୍ଟ ଦେଶର ଅଟେ ଏବଂ ବାଇକରେ ଶବ ନୁହେଁ ଏକ ପୁତୁଳା ଅଛି।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଇଜିପ୍ଟ ଦେଶରେ ଜଣେ ବ୍ୟକ୍ତି ଲୋଗା ଦୋକାନରୁ ଏକ ମାନେକୁଇନ୍ ବାଇକ୍ ରେ ନେଉଥିବା ସମୟର ଏକ ଫୋଟୋକୁ ଲଭ୍ ଜିହାଦ ମାମଲାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। ଏହା ବାଇକରେ ନିଆଯାଉଥିବା କୌଣସି ଶବର ଫୋଟୋ ନୁହେଁ।
Title:କ’ଣ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ଶବ ନେଉଥିବା ଫୋଟୋ ଭାରତର ଅଟେ? କ’ଣ ଏହା ଲଭ୍ ଜିହାଦର ଏକ ମାମଲା? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False


