ରାସ୍ତା ଖରାପଥିବା ଦିଲ୍ଲୀ ଚାନ୍ଦନି ଛକର ଫଟୋକୁ ଭୂବନେଶ୍ୱରର ଦାବିରେ ଭାଇରାଲ ହେଉଛି।

False Social

ବର୍ଷା କରାଣରୁ ଭୁବନେଶ୍ୱରର ଅଲଗା ଅଲଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାର ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏହିପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଫ୍ଲାଏ ଓଭର ତଳେ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବା ଗର୍ତ୍ତଗୁଡିକ ଦେଖାଯାଉଛି। ଏବଂ ଜିନିଷରେ ବର୍ତ୍ତି ଏକ ରିକ୍ସା ଗର୍ତ୍ତ ନିକଟରେ ଓଲଟି ପଡିଛି। ଫଟୋରେ ଦାବି କରାଯାଇଛି ଯେ, ଭୂବନେଶ୍ୱରର ପାଣି ଭର୍ତ୍ତି ରାସ୍ତାରେ ରିକ୍ସା ଓଲଟି ପଡ଼ିଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଫଟୋ ଓଡ଼ିଶା ଭୂବନେଶ୍ୱରର ନୁହେଁ ଦିଲ୍ଲୀର ଅଟେ।  

12 ସେପ୍ଟେମ୍ବରରେ Haraprasad Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ,- ସ୍ମାର୍ଟସିଟି ଭୁବନେଶ୍ୱର ରାଜ ରାସ୍ତାରେ ଦେଶର ନମ୍ବର ୱାନ୍ ମୁଖ୍ଯମନ୍ତ୍ରୀ ନବୀନ ବାବୁଙ୍କ “ମତ୍ସ୍ଯ ଚାଷ” ଏବଂ “ବିଜୁ ଗାଡିଆ” ଯୋଜନା ଅତ୍ଯନ୍ତ ମନୋରମ ଓ ହ୍ରୁଦୟ ସ୍ପର୍ଶୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ ପାଣି ଭର୍ତ୍ତି ଏହି ରାସ୍ତାର ଫଟୋ ଭୂବନେଶ୍ୱର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। ଦିଲ୍ଲୀର ଚାନ୍ଦନୀ ଚକ୍କର କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ Alka Lamba ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଏବଂ ପିଡବ୍ଲ୍ୟୁଡିଙ୍କୁ ଟ୍ୟାଗ କରି ଲେଖିଛନ୍ତି -ଦିଲ୍ଲୀର ଚାନ୍ଦନୀ ଛକର ବୋଲି ଲେଖିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Shikha Dwivedi ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଫଟୋ ପୋଷଅଟ କରିଛନ୍ତି। ସେ ମଧ୍ୟ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଏବଂ ପିଡବ୍ଲ୍ୟୁଡିଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ, ବଡ ସମସ୍ୟାର ସମ୍ମୁଖୀନ ହୋଇ ଦୟାକରି ଏହି ରାସ୍ତା ଠିକ୍ କରନ୍ତୁ। ସ୍ଥାନ – ଆଜାଦ ମାର୍କେଟ ଚକ୍, ରାନୀ ଜାନସୀ ଫ୍ଲାଏଓଭର ତଳେ, ଦିଲ୍ଲୀ – 110006। ଅଭିଯୋଗ ନମ୍ବର ସହିତ ଦିଲ୍ଲୀ ପିଡବ୍ଲ୍ୟୁଡି ମଧ୍ୟ ଏହି ଟ୍ୱିଟକୁ ଜବାବ ଦେଇଛି। ଏହି ଅଭିଯୋଗ ଦିଲ୍ଲୀ ପିଡବ୍ଲ୍ୟୁଡି ୱେବସାଇଟରେ ପଞ୍ଜୀକୃତ ହୋଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

pwd delhi  ପେଜରେ ଅଭିଯୋଗ ନମ୍ବର ସହିତ ଦିଲ୍ଲୀ ପିଡବ୍ଲ୍ୟୁଡି ପଞ୍ଜୀକୃତ ହୋଇଛି। ଏହା ସହ Photo by Complainantରେ ଭାଇରାଲ ଫଟୋ ପ୍ରକାଶିତ କରାଯାଇଥିବାର ଦେଖାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- pwd delhi । Archive

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଭୂବନେଶ୍ୱରର ନୁହେଁ । ରାସ୍ତା ଖରାପ ହୋଇଥିବା ଭାଇରାଲ ଫଟୋ ଦିଲ୍ଲୀ ଚାନ୍ଦନି ଛକର ଅଟେ।

Avatar

Title:ରାସ୍ତା ଖରାପଥିବା ଦିଲ୍ଲୀ ଚାନ୍ଦନି ଛକର ଫଟୋକୁ ଭୂବନେଶ୍ୱରର ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *