
ଶାଢୀ ପିନ୍ଧିଥିବା ଜଣଙ୍କର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଜଣେ ପୁରୁଷ ବ୍ୟକ୍ତିର ଅଟେ ଯିଏ ଶାଢୀ ପିନ୍ଧି ମହିଳାଙ୍କ ରୂପରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହି ବେଶକୁ ସର୍ବଶ୍ରେଷ୍ଟ ଘୋଷଣା କରା ଯାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଶାଢୀ ପିନ୍ଧି ଥିବା ବ୍ୟକ୍ତି କେରଳର ଜଣେ କିନ୍ନର ମଡେଲ୍ ଅଟନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କେରଳର କୁଇଲନ ଜିଲ୍ଲା କୋଟାମକୁଲକାରା ସ୍ଥିତ ଦେବୀ ମନ୍ଦିରରେ ପ୍ରତିବର୍ଷ “ଚମୟାଭିଲାକ୍କୁ”ନାମରେ ଏକ ଉତ୍ସବ ପାଳନ କରାଯାଏ।
ଏହି ଉତ୍ସବରେ ପୁରୁଷମାନେ ନାରୀ ବେଶ ହୋଇ ଅଂଶଗ୍ରହଣ କରନ୍ତି । ଚଳିତ ବର୍ଷ ଏହା ମାର୍ଚ ୨୩ ଓ ୨୪ ତାରିଖରେ ପାଳିତ ହୋଇଛି । ତଳ ଫଟୋଟି ଜଣେ ପୁରୁଷଙ୍କର । ଚଳିତ ବର୍ଷ ତାଙ୍କ ବେଶକୁ ସର୍ବଶ୍ରେଷ୍ଠ ଘୋଷଣା କରାଯାଇଛି।“

ଆମ ଅନୁସନ୍ଧାନ:
ଚମାୟାଭିଲାକ୍କୁ ହେଉଛି କେରଳର କୋଲାମ ଜିଲ୍ଲାର କୋଟାନକୁଲଙ୍ଗରା ଭାଗବତୀ ମନ୍ଦିରରେ ବାର୍ଷିକ ଉତ୍ସବ | ତେଣୁ ଆମେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କଲୁ। ଅଧିକାରୀମାନେ ଆମକୁ କହିଛନ୍ତି ଯେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ପୁରୁଷ ନୁହଁନ୍ତି ବରଂ ଜଣେ କିନ୍ନର। ସେମାନେ ଆମକୁ ଏହା ମଧ୍ୟ କହିଛନ୍ତି ଯେ, “ଯେଉଁ କିନ୍ନର ମାନେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିନାହାଁନ୍ତି, ସେମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ଅନୁମତି ଦିଆ ଯାଇଥାଏ ଯେଉଁଠାରେ ପୁରୁଷମାନେ ସ୍ତ୍ରୀ ଭେଶରେ ଭଗବତୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଥାନ୍ତି। ଫଟୋରେ ଦେଖାଯାଇଥିବା ବ୍ୟକ୍ତି ମଧ୍ୟ ଜଣେ ଟ୍ରାନ୍ସୱମ୍ୟାନ୍(କିନ୍ନର)।”
ମନ୍ଦିରର ଅଧିକାରୀ ମାନେ ଆମକୁ ଉପରୋକ୍ତ ଫୋଟୋ ନେଇଥିବା ଫୋଟୋଗ୍ରାଫର ଶିଦ୍ଦିକି ସିଡ ଙ୍କ ନମ୍ବର ମଧ୍ୟ ଦେଲେ। ଆମେ ସେହି ଫୋଟୋଗ୍ରାଫରଙ୍କ ସହ ଯୋଗାଯୋଗ କରିବା ପରେ ସେ ଆମକୁ କହିଛନ୍ତି ଯେ, “ଫୋଟୋରେ ଥିବା ବ୍ୟକ୍ତି ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ କିନ୍ନର ଅଟନ୍ତି ଯିଏ ମନ୍ଦିର ପରିଦର୍ଶନ କରିବା ପାଇଁ ଆସିଥିଲେ। ଏହି କିନ୍ନର କେରଳର କନ୍ନୁର ସହରର ଜଣେ ବାସିନ୍ଦା।”
ଉପରୋକ୍ତ କିନ୍ନରଙ୍କର ଏକ ଫୋଟୋ ମଧ୍ୟ ଆମେ ତାଙ୍କ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଆମେ ତାଙ୍କ ଇନଷ୍ଟାଗ୍ରାମ ଆଇଡି ମଧ୍ୟ ପାଇଲୁ | ଫଟୋରେ ଦେଖାଯାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ମୀରା। ସେ କେରଳର କନ୍ନୁରରୁ ଆଧାରିତ ଏକ ମଡେଲ ଅଟନ୍ତି। ଆମେ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମନ୍ଦିରରୁ ଫଟୋ ଦେଖିଲୁ | ସେ ଚମାୟାଭିଲାକ୍କୁ ନାମକ ଏକ ଦୀପ ଧରିଛନ୍ତି ଯେଉଁଠାରୁ ଉତ୍ସବର ନାମ ଆସିଛି।
ଆମେ କୋଟାନକୁଲଙ୍ଗରା ଭଗବତୀ ମନ୍ଦିରର ପ୍ରଚାରକ ଶ୍ରୀ ଜୟକୃଷ୍ଣନଙ୍କ ସହ ଯୋଗାଯୋଗ କରିଲୁ। ସେ ସ୍ପଷ୍ଟ କରିଛନ୍ତି ଯେ ମନ୍ଦିରରେ ସର୍ବୋତ୍ତମ ମେକ୍ ଅପ୍ ପାଇଁ କୌଣସି ପ୍ରତିଯୋଗିତା ହୁଏ ନାହିଁ। ସେ କହିଛନ୍ତି, “ଏହା ଏକ ରୀତିନୀତି ଏବଂ ପ୍ରତିବର୍ଷ ପୁରୁଷମାନେ ଶାଢୀରେ ଏଠାକୁ ଆସି ମେକ୍ ଅପ୍ କରି ଦେବୀଙ୍କୁ ପ୍ରାର୍ଥନା କରନ୍ତି। ଏହି ରୀତିନୀତିରେ କେବଳ ପୁରୁଷମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ଥାଏ। ତଥାପି, ଟ୍ରାନ୍ସଭୋମ୍ୟାନ୍ (କିନ୍ନର), ଯେଉଁମାନେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିନାହାଁନ୍ତି, ସେମାନଙ୍କୁ ମଧ୍ୟ ରୀତିନୀତି କରିବାକୁ ଅନୁମତି ଦିଆଯାଏ। ସର୍ବୋତ୍ତମ ମେକ୍ ଅପ୍ କିମ୍ବା ପୋଷାକ ପାଇଁ ଆମେ ପୁରସ୍କାର ଦେଉ ନାହୁଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ଜଣେ ପୁରୁଷ ହେଇ ମହିଳା ଭେଷରେ ନାହାଁନ୍ତି। ଫୋଟୋରେ ଥିବା ବ୍ୟକ୍ତି ଜଣେ କିନ୍ନର ମଡେଲ ଅଟନ୍ତି। ମଦିର ଆଦି=ହିକାରୀ ସୂଚନା ଅନୁଯାୟୀ ଉତ୍ସବ ସମୟରେ ମନ୍ଦିରରେ କୌଣସି ମେକ୍ ଅପ୍ ପ୍ରତିଯୋଗୀତା ହୁଏ ନାହିଁ।

Title:କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ
Fact Check By: Siddharth SahuResult:Partly False
