କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Altered Political

ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ଉଆସ୍ଥିତିରେ ସେ ଏକ କାନ୍ଥରେ ବିଜେଡ଼ି ଦଳର ପାର୍ଟି ଚିହ୍ନ ଶଙ୍ଖର ଚିତ୍ରାଙ୍କନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳ ପାର୍ଟି ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି। 

ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଜଣେ ଓଡ଼ିଶା ବିଜେପି ଦଳ କାର୍ଯ୍ୟକର୍ତ୍ତାଙ୍କର ଫେସବୁକ ଏକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଗୋଟିଏ ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳର ପଦ୍ମ ଫୁଲ ଚିହ୍ନ ଚିତ୍ରାଙ୍କନ କରୁଛନ୍ତି ତ ଦ୍ଵିତୀୟ ଫୋଟୋରେ ବିଜେଡ଼ିର ଶଙ୍ଖ ଚିହ୍ନ। ଏହି ଫୋଟୋ ପୋଷ୍ଟ କରି ଉୟପଭୋକ୍ତା କହିଛନ୍ତି ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। 

https://www.facebook.com/anushree.mohanty.54/posts/pfbid0krG5ehFqkVtmorXF4G2MSbnvfcunZxoBpQdZ9f4WSVPZw9GkdnGwD1WLGyo24YCml

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଟୁଇଟର ଏକାଉଣ୍ଟରେ କିଛି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ମଧ୍ୟ ଗୋଟିଏ ଫୋଟୋରେ ସେ ପଦ୍ମ ଫୁଲ ଚିହ୍ନ ଚିତ୍ରାଙ୍କନ କରୁଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, “ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବୁଥ ନମ୍ବର ୫୯ ହାଉସିଂ ବୋର୍ଡ କଲୋନୀରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହେଲି । ଆମ ଦଳ ବିଜେପି ଓ ମୋଦିଙ୍କ ଚିହ୍ନ ପଦ୍ମ ଆଜି ସବୁ ବର୍ଗଙ୍କ ଆଶା, ପ୍ରଗତି ଓ ଜନକଲ୍ୟାଣର ପ୍ରତୀକ ହୋଇଛି । ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱ ଓ ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ୱାସ ଅତୁଟ ରହିଛି ।

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଥିବା ଫୋଟୋ ଏଡିଟେଡ୍ ଅଟେ। ଅସଲି ଫୋଟୋରେ ସେ ବିଜେପି ଦଳର ପଦ୍ମ ଫୁଲ ଚିହ୍ନ ଚିତ୍ରାଙ୍କନ କରୁଛନ୍ତି। 

Avatar

Title:କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *