
୨୩ ଅଗଷ୍ଟ ଦିନ ଚନ୍ଦ୍ରୟାନ ୩ ଚନ୍ଦ୍ରର ପ୍ରୁଷ୍ଠରେ ଅବତରଣ କରିଥିଲା। ଏହା ପରେ ସେଠାରେ ସେ ଇସ୍ରୋ ଅନେକ ଫୋଟୋ ପଠାଇଥିଲା। ଏହା ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ସେହି ଫୋଟୋ ଗୁଡିକ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମହାକାଶରେ ପୃଥିବୀ ବିକୃତ ଏବଂ ଚେପା ଅବସ୍ଥାରେ ଦିଶୁଚି। ଦାବି କରା ଯାଉଛି ଯେ ଏହି ଫୋଟୋ ପ୍ରଜ୍ଞା ରୋଭର ଚନ୍ଦ୍ରର ପ୍ରୁଷ୍ଠରୁ ପଠାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରକୃତ ଫୋଟୋ ଚନ୍ଦ୍ରୟାନ ଦ୍ଵାରା ନୁହେଁ ବରଂ ୧୯୬୮ ମସିହାରେ ନାସାର ଏପୋଲୋ ୮ ପଠା ଯାଇଥିଲା।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନତି, “ଚନ୍ଦ୍ର ପୃଷ୍ଟରୁ ପୃଥିବୀ କେମିତି ଦେଖାଯାଏ ,ରୋଭର ପ୍ରଜ୍ଞାନ ପଠାଇଲା ଫୋଟୋ“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଫୋଟୋ କେଉଁ ପରି ଭାଇରାଲ ହେବା ଆରମ୍ଭ ହେଲା। ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଗୋଟିଏ ୱେବସାଇଟରେ ଏହା ପ୍ରକାଶିତ ହେଇଥିବା ମିଳିଲା। ସେହି ୱେବସାଇଟରେ ବ୍ୟଙ୍ଗାତ୍ମକ ଭାବରେ କୁହା ଯାଇଛି ଯେ କିଛି କିଛି ମୂର୍ଖ ଲୋକଙ୍କ ଅନୁଯାୟୀ ଚନ୍ଦ୍ରରୁ ପୃଥିବୀ ଏପରି ସମତଳ ଦେଖା ଯାଏ।
ରିଭର୍ସ ଇମେଜର ଫଳାଫଳରେ ଆମକୁ Time ୱେବସାଇଟରେ ସମାନ ଦେଖା ଯାଉଥିବା ଫୋଟୋ ମିଳିଲା। କିନ୍ତୁ ଏହି ଫୋଟୋରେ ପୃଥିବୀ ସମତଳ ଆକାରର ନୁହେଁ ବରଂ ଗୋଲ ଆକାରର ଦିଶୁଚି। ଏହି ଫୋଟୋ ୩୦ ଜୁଲାଇ ୨୦୨୧ ମସିହାରେ ପ୍ରକାଶିତ ହେଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ଫୋଟୋ ଏପୋଲୋ ୮ ମିଶନ୍ ସମୟରେ ମହାକାଶରୁ ନିଆ ଯାଇଥିଲା। ୧୯୬୮ ମସିହାରେ ଏପୋଲୋ ୮ ମିଶନ୍ ରେ ଯାଇଥିବା ଏସ୍ତ୍ରୋନଟ୍ ମାନେ ହେଉଛନ୍ତି ମହାକାଶକୁ ଯାଇଥିବା ପ୍ରଥମ ବ୍ୟକ୍ତି। ମହାକାଶରୁ ସେମାନେ ପୃଥିବୀ ଚନ୍ଦ୍ର ପଛରୁ ଉଦୟ ହେଉଥିବା ବେଳେ ଫୋଟୋ ନେଇଥିଲେ।
ଉପରୋକ୍ତ ତଥ୍ୟକୁ ନଜରରେ ରଖି ସର୍ଚ୍ଚ କରିବା ପରେ ଆମକୁ ସମାନ ଦୃଶ୍ୟ ନାସା ଦ୍ଵାରା ଜାରି କରା ଯାଇଥିବା ଗୋଟିଏ ଭିଡିଓରେ ଦେଖିବାକୁ ମିଳିଲା। ଭିଡିଓର ୩.୫୫ ମିନିଟ ସମୟରେ ଆପଣ ମାନେ ଭାଇରାଲ ଫୋଟୋର ଦୃଶ୍ୟ ଦେଖି ପାରିବେ। ଏହି ଭିଡିଓରେ ମଧ୍ୟ ପୃଥିବୀର ଆକାର ଗୋଲ ବୋଲି ଦେଖିବାକୁ ମିଳିଛି।
ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ “୫୦ ବର୍ଷ ପୂର୍ବେ, ନାସାର ତିନିଜଣ ମହାକାଶଚାରୀ ଏକ ଯାତ୍ରା ଆରମ୍ଭ କରିଥିଲେ ଯାହା ସେମାନଙ୍କୁ ଚନ୍ଦ୍ରର ପରିକ୍ରମା କରି ପୃଥିବୀକୁ ଫେରାଇ ଆଣିଥିଲା। ଏପୋଲୋ ମିଶନ୍, କମାଣ୍ଡ୍ ଏବଂ ସର୍ଭିସ୍ ମଡ୍ୟୁଲ୍ ର କାର୍ଯ୍ୟଦକ୍ଷତାକୁ ପ୍ରମାଣ କଲା | ଏହି ମିଶନ୍ ୨୧ ଡିସେମ୍ବର ୧୯୬୮ ରେ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟମାସ ଅବସରରେ, ଫ୍ରାଙ୍କ ବୋରମାନ, ଜିମ ଲଭଲ, ଏବଂ ବିଲ ଆଣ୍ଡର୍ସ ଚନ୍ଦ୍ରର ପରିକ୍ରମା କରିବା ବେଳେ ମହାକାଶରୁ ପୃଥିବୀକୁ ଦେଖିଥିବା ପ୍ରଥମ ବ୍ୟକ୍ତି ହୋଇଥିଲେ।”
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ୟୁଟ୍ୟୁବ ରେ ମିଳିଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ଚନ୍ଦ୍ରୟାନ ଦ୍ଵାରା ନିଆ ଯାଇ ନାହିଁ। ଏହି ଫୋଟୋ ୧୯୬୮ ମସିହାରେ ନାସାର ଏପୋଲୋ ୮ ମିଶନ୍ ସମୟରେ ନିଆ ଯାଇଥିଲା।

Title:ମହାକାଶରୁ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଥିବା ପୃଥିବୀର ଏହା ଏକ ଫୋଟୋ କି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
