କ’ଣ ଫୋଟୋରେ ଗୋଟିଏ ଝିଅ ରାହୁଲ ଗାନ୍ଧୀଙ୍କୁ ବିଜେପି ନିର୍ବାଚନ ନାରା ଅବ୍ କି ବାର ୪୦୦ ପାର ଲେଖା ହୋଇଥିବା ଚିତ୍ର ଉପହାର ରେ ଦେଇଛି? ଜାଣନ୍ତୁ ସତ୍ୟ। 

Altered Political

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉତ୍ତରପ୍ରଦେଶରେ ପହଞ୍ଚିଛି। ଏହି ସମୟରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ତାଙ୍କୁ ଏକ ଫ୍ରେମ୍ ହୋଇଥିବା ଫଟୋ ଉପହାରରେ ଦେଉଛି। ଏହି ଫଟୋ ଫ୍ରେମ୍ ରେ ଏଥର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ନିର୍ବାଚନ ନାରା ଅବ୍ କି ବାର ୪୦୦ ପାର ବୋଲି ଲେଖା ହୋଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ଏଡିଟେଡ୍ ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଝିଅ ଟିଏ  ଫଟୋଟି  ରାହୁଲ ଗାନ୍ଧୀଙ୍କ କର-କମଳରେ ନ୍ୟାୟ ଯାତ୍ରା ବେଳେ ବିମୋଚନ କରାଇ ନେଲା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ଋଭ୍ର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ଫୋଟୋ କଂଗ୍ରେସର ଟୁଇଟର ହେଣ୍ଡେଲରେ ୨୨ ସେପ୍ଟେମ୍ବର ୨୦୨୨ ରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ଭାରତ ଯୋଡୋ ଯାତ୍ରା ସମୟର ଅଟେ। 

ଉପରୋକ୍ତ ଫୋଟୋ ଆମକୁ ୨୨ ସେପ୍ଟେମ୍ବର ୨୦୨୨ ରେ ଗଲ୍ଫ୍ ନ୍ୟୁଜ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଫୋଟୋ କେରଳର ଅଟେ ଯେତେବେଳେ ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ସମୟରେ ଏର୍ନାକୁଲମରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଜଣେ ମହିଳା ସମର୍ଥକ ତାଙ୍କୁ ତାଙ୍କ ସ୍କେଚ୍ ଉପହାର ସ୍ୱରୂପ ଦେଇଥିଲେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି। ପ୍ରକୃତ ଫୋଟୋ ୨୦୨୨ ମସିହାର ଅଟେ ଯେତେବେଳେ ରାହୁଲ ଗାନ୍ଧୀ ଭାରତ ଯୋଟୋ ଯାତ୍ରାରେ ଥିଲେ। ସେଠାରେ ତାଙ୍କର ଜଣେ ମହିଳା ସମର୍ଥକ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସ୍କେଚ୍ ଉପହାର ସ୍ୱରୂପ ଦେଇଥିଲେ।

Avatar

Title:କ’ଣ ଫୋଟୋରେ ଗୋଟିଏ ଝିଅ ରାହୁଲ ଗାନ୍ଧୀଙ୍କୁ ବିଜେପି ନିର୍ବାଚନ ନାରା ଅବ୍ କି ବାର ୪୦୦ ପାର ଲେଖା ହୋଇଥିବା ଚିତ୍ର ଉପହାର ରେ ଦେଇଛି? ଜାଣନ୍ତୁ ସତ୍ୟ। 

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *