ସାବରିମାଲା ମନ୍ଦିର ଭିଡ଼ ମଧ୍ୟରେ ପିଲାଟି ନିଜର ପିତାଙ୍କ ପାଇଁ କାନ୍ଦିବାର ଭିଡିଓ ସାମ୍ପ୍ରଦାୟିକ ମାମଲା ଦାବି ସହିତ ଭାଇରାଲ ହୋଇଛି। 

Communal False

ନିଜ ପିତାଙ୍କୁ ଖୋଜିବା ପାଇଁ ପୋଲିସ ଭ୍ୟାନରେ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ଶିଶୁର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଅନୁଯାୟୀ, ଏହି ଭିଡିଓ ସାବରିମାଲା ମନ୍ଦିରରୁ ଆସିଛି, ଯେଉଁଠାରେ ଗତ ଏକ ସପ୍ତାହ ଧରି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ପିଲାଟି ନିଜ ବାପା ଏବଂ ପରିବାରକୁ ଖୋଜିବା ପାଇଁ ଦୁଇ ହାତ ଯୋଡି ପୋଲିସ୍ କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ କେରଳର ସାବରିମାଲାରେ ଭଗବାନ ଆୟାପ୍ପାଙ୍କୁ ଦେଖିବାକୁ ଆସିଥିବା ହିନ୍ଦୁମାନଙ୍କୁ ମାଡ ଦିଆ ଯାଉଛି ଏବଂ ଭିଡିଓରେ ଦେଖାଯାଇଥିବା ଶିଶୁ ଏହାର ଶିକାର ହୋଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲେ। ସାବରିମାଲା ମନ୍ଦିରର ଭିଡିଓରେ ହଜି ଯାଇଥିବା ଶିଶୁର ଭିଡିଓକୁ ସାମ୍ପ୍ରଦାୟିକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଏ ଦୃଶ୍ୟଟି ଦେଖିଲା ବେଳକୁ ଛାତିଟା କଣ ହେଇଯାଉଛି | ଏ ପିଲାଟିର ଚିତ୍କାର ସବୁ କିଛି କହିଦେଉଛି କେରଳରେ ହିନ୍ଦୁ ମାନଙ୍କ କେଉଁଭଳି ଅବସ୍ଥା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏସିଆନେଟ୍ ନ୍ୟୁଜ୍ ଚ୍ୟାନାଲ ଦ୍ଵାରା ୧୨ ଡିସେମ୍ବର ୨୦୨୩ ରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଭିଡିଓରେ ଶିଶୁଟି ସାବରିମାଲା ମନ୍ଦିର ନିକଟ ଭିଡ ମଧ୍ୟରେ ନିଖୋଜ ହେବା ପରେ ନିଜ ପିତାକୁ ଖୋଜୁଛି। ପୋଲିସ ସାମନାରେ ହାତ ଯୋଡି ଏବଂ କାନ୍ଦୁଥିବା ଏହି ଶିଶୁ ଶେଷରେ ନିଜ ପିତାକୁ ଦେଖି ହାତ ହଲାଇଥିଲା। ଏହି ଭିଡିଓରେ ଶିଶୁଟି କୁ ନିଜ ପିତା ସହିତ ଭେଟିବା ପରେ ଆନନ୍ଦ ହୋଇଥିବା ଦେଖା ଯାଇଛି। 

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ସାବରିମାଲା ପୋଲିସ ସି.ଆଇ ମହେଶଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଇ କହିଛନ୍ତି ଯେ, “ଭାଇରାଲ ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଭିଡିଓରେ ଥିବା ଶିଶୁ ବସ୍ ଭିତରେ କାନ୍ଦୁଥିଲା କାରଣ ତାହାର ପିତାକୁ ଗୋଟିଏ ଦୁକାନରୁ ଫେରିବାରେ ବିଳମ୍ବ ହୋଇଥିଲା। ତାହାକୁ ଚିନ୍ତା ଥିଲା ଯେ ବସ୍ ଛାଡିବା ପୂର୍ବରୁ ତାହାର ପିତା ଫେରି ପାରିବେ ନାହିଁ। ବସ୍ ବାହାରୁ ପୋଲିସ ସେହି ଶିଶୁକୁ ସାନ୍ତ୍ଵନା ଦେଉଥିଲେ। ଏହି ଶିଶୁଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଥିଲା। ପିତା ଫେରିବା ପରେ ଶିଶୁଟି ପୋଲିସକୁ ଧନ୍ୟବାଦ ଦେଇ ଖୁଶି-ଖୁଶି ଫେରିଥିଲା। ଏହା ସହିତ ଭିଡିଓରେ ଦେଖା ଯାଉଥିବା ବସ୍ ପୋଲିସ ଭ୍ୟାନ୍ ନୁହେଁ, ବରଂ (କେରଳ ପର୍ଯ୍ୟଟନ) KSRTC ର ବସ୍ ଥିଲା”

ସେ ଏହା ମଧ୍ୟ କହିଛନ୍ତି ଯେ, “ପମ୍ପା, ନୀଳକ୍କଲ ଏବଂ ଶନିଧାମ ପରି ସ୍ଥାନ ଯେଉଁଠାରେ ତୀର୍ଥଯାତ୍ରୀମାନେ ଯାତ୍ରା କରନ୍ତି ତାହା ଏକ ଅର୍ଦ୍ଧ-ଜଙ୍ଗଲ ଅଞ୍ଚଳ ଅଟେ। ସୁରକ୍ଷା କର୍ମୀ, ପୋଲିସର ମୁଖ୍ୟ ଚିନ୍ତା ହେଉଛି ତୀର୍ଥଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା। ପୋଲିସ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ କରିନଥିଲା କିମ୍ବା କୌଣସି ମାମଲା ପଞ୍ଜୀକୃତ କରି ନଥିଲା କିମ୍ବା ଅଟକ ରଖି ନଥିଲା। ଏହି ଦାବିଗୁଡିକ ସଂପୂର୍ଣ୍ଣ ଭୁଲ ଅଟେ।”

ଏଥିରୁ ଆମେ ସ୍ପଷ୍ଟ ହେଳୁ ଯେ ଏହା ଜଣେ ଶିଶୁର ନିଜ ପିତାଙ୍କ ଠାରୁ ଦୂରେଇ ଯାଇଥିବା ଘଟଣା ଅଟେ। ଏହା କେରଳରେ ହିନ୍ଦୁଙ୍କ ଉପରେ ନିର୍ଯାତନା ଏବଂ ପୋଲିସ ଦ୍ଵାରା ଗିରଫ ହେବା ମାମଲା ନୁହେଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସାବରିମାଲା ମନ୍ଦିରରେ ଭିଡ଼ ମଧ୍ୟରେ ଜଣେ ଶିଶୁ ହଜିଯିବା ଏବଂ ପିତାଙ୍କୁ ଖୋଜୁଥିବା ଭିଡିଓକୁ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି। ଭିଡିଓରେ ହିନ୍ଦୁ ତୀର୍ଥ ଯାତ୍ରୀ ମାନଙ୍କୁ କେରଳ ପୋଲିସ ମାରୁଥିବା ଏବଂ ଗିରଫ କରୁଥିବା ଦାବି ମିଥ୍ୟା ଅଟେ। 

Avatar

Title:ସାବରିମାଲା ମନ୍ଦିର ଭିଡ଼ ମଧ୍ୟରେ ପିଲାଟି ନିଜର ପିତାଙ୍କ ପାଇଁ କାନ୍ଦିବାର ଭିଡିଓ ସାମ୍ପ୍ରଦାୟିକ ମାମଲା ଦାବି ସହିତ ଭାଇରାଲ ହୋଇଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *