
କୋରୋନା ମହାମାରି ପାଇଁ ଦେଶରେ ଚାକିରି ଏବଂ ଅର୍ଥବ୍ୟବସ୍ଥାରେ ସମସ୍ୟା ଦେଖାଯାଇଛି। ଏହାକୁ ନେଇ ଯୁବ ପିଢ଼ିମାନେ ଅନେକଥର ବିରୋଧ ପ୍ରଦର୍ଶନ କରିବା ସହ ସରକାରଠାରୁ ଚାକିରିର ଦାବି ମଧ୍ୟ କରିଛନ୍ତି। ବେକାରି ସମସ୍ୟା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଭାରତ ସରକାର ଯୁବପିଢ଼ି କୁ ଚାକିରି ଦେଇପାରିଲାନି କିନ୍ତୁ ଚାଇନା କମ୍ପାନୀ ଫ୍ଲିପକାର୍ଟ ଆସନ୍ତା 45 ଦିନ ପାଇଁ ଭାରତ ଯୁବ ପିଢ଼ିକୁ ଚାକିରି ଦେଉଛି।
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ କିଛି ଅଂଶ ମିଥ୍ୟା ଅଟେ।
11 ଅକ୍ଟୋବରରେ P. Narayan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ସମାନ ଦାବି ସହ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ଲିପକାର୍ଟ ଚାଇନା କମ୍ପାନୀ ଅଟେ। ଏହା ଭାରତ ଯୁବ ପିଢ଼ିଙ୍କୁ 45 ଦିନ ପାଇଁ ଚାକିରି ଦେଉଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଚାକିରି? ଯୁବପିଢି ମାନଙ୍କୁ ଭାରତ ସରକାର ଦେଇ ପାରିଲା ନାହିଁ । ଚାଇନା କମ୍ପାନୀ Flipkart ଦେଉଛି ଆସନ୍ତା 45 ଦିନର ପାର୍ବଣ ଋତୁ ପାଇଁ ଦିନକୁ 500 ଟଙ୍କା ହିସାବରେ ଚାକିରି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପେଜର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଫ୍ଲିପକାର୍ଟ ଅନଲାଇନ କମ୍ପାନୀ ଚାଇନାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ହେଉଥିବା ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 11 ଅକ୍ଟୋବରରେ zeebiz ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସରେ ଭାଇରାଲ ଖବର ସତ୍ୟ ଅଟେ। ଫ୍ଲିପକାର୍ଟ ଅନଲାଇନ ସୋପିଙ୍ଗ ପୂଜା ସମୟରେ 45 ଦିନ ପାଇଁ ସ୍ନାତକ ଛାତ୍ରମାନଙ୍କୁ ପେଡ ଇଣ୍ଟର୍ନସିପ୍ ଦେବାର ଯୋଜନା କରିଛି।
କିନ୍ତୁ ଫ୍ଲିପକାର୍ଟ ଚାଇନା କମ୍ପାନୀ କି?
ତାହା ଜଣିବା ପାଇଁ ଆମେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Verzeo ପେଜର ଲିଙ୍କ ମିଳିଲା। ଖବର ଅନୁସାରେ ଭାରତୀୟ ସଫ୍ଟଓୟାର ଇଞ୍ଜିନିୟର ସଚିନ ବନସଲ ଏବଂ ବିନି ବନସଲ ଫ୍ଲିପକାର୍ଟର ଫାଉଣ୍ଡର ଅଟନ୍ତି। 2007ରେ ସେ ଏହି କମ୍ପାନୀ ଆରମ୍ଭ କରିଥଲେ। ସେହି ସମୟରେ ସେମାନେ ପ୍ରଥମେ ଓନଲାଇନରେ ବହି ବିକିବା ଆରମ୍ଭ କରିଥିଲେ। ଏବଂ ପରେ ଧିରେ ଧିରେ ଏହି କମ୍ପାନୀ ସଫଳତାର ସିଡ଼ି ଚଢ଼ିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Verzeo । Archive
wikipedia ସର୍ଚ୍ଚରେ ଆମେ ଦିଖିଲୁ ଯେ, ଫ୍ଲିପକାର୍ଟ ଏକ ସିଙ୍ଗାପୁର ଇ-କମର୍ସ କମ୍ପାନୀ ଅଟେ। ଏହାର ହେଡକ୍ୱାଟର ବାଙ୍ଗଲୋର. କର୍ଣ୍ଣାଟକରେ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଫ୍ଲିପକାର୍ଟ ଏକ ଭାରତୀୟ କମ୍ପାନୀ ଅଟେ। ଏହା ଚାଇନା କମ୍ପାନୀ ନୁହେଁ। ଭାରତର ଦୁଇ ଜଣ ସଫ୍ଟଓୟାର ସିଚନ ବୋନସଲ ଏବଂ ବିନି ବନସଲ ଏହି କମ୍ପାନୀର ଫାଉଣ୍ଡର ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- wikipedia
startuptalky ପେଜରେ ଫ୍ଲିପକାର୍ଟର ସଫଳତା ସମ୍ପର୍କରେ ଲେଖାଯାଇଛି। ଫ୍ଲିପକାର୍ଟ ହେଉଛି ଏକ ଭାରତୀୟ ଇ-କମର୍ସ କମ୍ପାନୀ ଯାହା ମୁଖ୍ୟାଳୟ ବେଙ୍ଗାଲୁରୁରେ ଅଛି। ଆମେରିକାର ଏକ କମ୍ପାନୀ ୱାଲମାର୍ଟ ଦ୍ୱାରା 2018 ରେ 16 ବିଲିୟନ ଡଲାରରେ ଅର୍ଜନ କରାଯାଇଥିଲା। 2007 ରେ ସଚିନ ବନସାଲ ଏବଂ ବିନି ବାନସାଲ ଦ୍ୱାରା ଫ୍ଲିପକାର୍ଟ ଆରମ୍ଭ କରିଥିଲେ ଏବଂ ସେହି ଦିନଠାରୁ ଫ୍ଲିପକାର୍ଟ କେବଳ ଉଚ୍ଚତା ଦେଖି ଆମାଜନ ପରି ବିଭିନ୍ନ ପ୍ରକାରର ଉତ୍ପାଦ ଅନଲାଇନରେ ବିକ୍ରି କରିଥିଲା। NDTV ୟୁଟ୍ୟୁବ ଚ୍ୟାନେଲରେ ସଚିନ ବନସଲ ତାଙ୍କ ସଫତାର କଥା କହୁଥିବାର ଦେଖା ଯାଇପାରିବେ। ତଳେ ଲିଙ୍କ ଦେଖନ୍ତୁ।
ପରେ ଜେବେ ଫ୍ଲିପକାର୍ଟ ଆମେରିକା କମ୍ପାନି ୱାଲମାର୍ଟକୁ ବିକ୍ରି ହେବାର ଖବର ସାମ୍ନାକୁ ଆସିଲା ଏହା ଭାରତୀୟ ଅର୍ଥନିତି ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚକଥିଲା। ଭାରତ ସରକାର ସ୍ଟାର୍ଟଅପ କମ୍ପାନୀର ସାହାଯ୍ୟ ନକରୁଥିବାରୁ କମ୍ପାନୀ ଅନେକ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ABP NEWS ୟୁଟ୍ୟୁବ ଚ୍ୟାନେଲରେ ସମ୍ପୁର୍ଣ୍ଣ ଖବର ଦେଇନ୍ତୁ। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ହେଉଥିବା ପୋଷ୍ଟ ଆଂଶିକ ମିଥ୍ୟା ଅଟେ। ଫ୍ଲିପକାର୍ଟ ସ୍ନାତକ ଯୁବପିଢ଼ିପାଇଁ 45 ଦୀନ ପାଇଁ ପେଡ ଇଣ୍ଟର୍ନସିପ ଦେଉଛି କିନ୍ତୁ ଫ୍ଲିପକାର୍ଟ ଚାଇନା କମ୍ପାନୀ ନୁହେଁ। ଏହା ଏକ ଭାରତୀୟ କମ୍ପାନୀ ଅଟେ।

Title:ଫ୍ଲିପକାର୍ଟ ଚାଇନା କମ୍ପାନୀ କି? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: Partly False