ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

False Social

ଧର୍ମକୁ ନାଁରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ।  ଏହା ସହ ଲୋକମାନେ ଏହାକୁ ଅସି ସହଜରେ ବିଶ୍ୱାସ କରିନିଅନ୍ତି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଭକ୍ତମାନେ ଚଟାଣରେ ବସି କଦଳି ପତ୍ରରେ ଭୋଜନ କରୁଥିବାର ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟକରି ଦାବି କରାଯାଉଛି ଯେ, ଏହା ନ୍ୟୁଜିଲ୍ୟାଣ୍ଡର ‘ଭାରତୀୟ’ ସଂସ୍କୃତି ଅନୁସରଣ କରୁଥିବା ଲୋକଙ୍କ ଦୃଶ୍ୟ । 

27 ଅଗଷ୍ଟରେ Rukmana Meher ନାମକ ଜଣେ ଫେସବୁକ ଯୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖାଯାଇଛି ଯେ, ଆମେ ଆମ ସଂସ୍କୃତି କୁ ଭୁଲି ଭୁଲି ଗଳାବେଳେ ଆଦର ପାଉଛି ବିଦେଶରେ, ନିଉଜିଲାଣ୍ଡର ଏହା ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ । 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜରଲ୍ୟାଣ୍ଡ ଅନୁସରଣ କରୁଛି କି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ୍ ହେଉଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ  ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। Sivananda Dhanwantari Ashram, kerla ନାମକ ପେଜରେ ଭାଇରାଲ ହେଉଥିବା ପୋଷ୍ଟପରି କିଛି ଫଟୋ ପାଇଲୁ। ଯେଉଁଥିରେ ଆମେ ଦିଖିଲୁ ଯେ, ଭାଇରାଲ ପୋଷ୍ଟର ବ୍ୟାକଗ୍ରାଉଣ୍ଡ ଆମକୁ ମିଳିଥିବା ଫୋଟୋର ବ୍ୟାକଗ୍ରାଣ୍ଡ ସହ ସମାନ। ଭାଇରାଲ ଫୋଟୋ ଭାରତରଥିବା ଭଳି ଜଣା ପଡ଼ୁଛି। ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive 

ଏହା ପରେ ଆମକୁ ଭାଇରାଲ ଫଟୋ ପରି Happyyogatravels ପେଜରେ କିଛି ଫଟୋ ମିଳିଲା। ଖବର ଅନୁସାରେ ଏହି ଫଟୋ ‘କେରଳର ସିଭାନନ୍ଦ ଆଶ୍ରମରଥିବା ପରି ଦେଖା ଯାଉଛି। ଚଟାଣ, ସ୍ତମ୍ଭ, ଝର୍କା ଡିଜାଇନ୍ ଏବଂ ଛାତ ଇତ୍ୟାଦି ଦେଖିଲେ  ଉଭୟ ଫଟୋରେ ସମାନ ଦେଖାଯାଉଛି।  ଆହୁରି ମଧ୍ୟ, କେରଳର ତ୍ରିଭାନ୍ଦ୍ରମ ଠାରେ ଅବସ୍ଥିତ ‘ସିଭାନନ୍ଦ ଯୋଗ ବେଦାନ୍ତ ଧାନଭନ୍ତୀ ଆଶ୍ରମ’ (Sivananda Yoga Vedanta Dhanwantari Ashram) ର ଗୁଗୁଲ୍ ପ୍ରତିଛବିରେ ମଧ୍ୟ ସମାନ ଭିଜୁଆଲ୍ ଦେଖିବାକୁ ମିଳେ | ସମାନ ସ୍ଥାନର ଅଳ୍ପ କିଛି ଫଟୋ tripadvisor ପେଜରେ ମଧ୍ୟ ଦେଖିବାକୁ ମିଳିପାରିବ ।  ଅଧିକ ସୂଚନା ପାଇଁ ତଳେ ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- HappyyogatravelsArchive

ଏହା ପରେ ଆମେ ଆମକୁ ମିଳିଥିବା ଫୋଟୋ ଏବଂ ଭାଇରାଲ ଫୋଟୋକୁ ବିଶ୍ଳେଷଣ କରିଲୁ, ଯେଉଁଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ନ୍ୟୁଜିଲ୍ୟାଣ୍ଡର ନୁହେଁ ଭାରତର କେରଳ ରାଜ୍ୟର ଅଟେ। ଅଧିକ ସୂଚନା ପାଇଁ ତଳେ ବିଶ୍ଳେଷଣ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ନ୍ୟୁଜିଲ୍ୟାଣ୍ଡର ନୁହେଁ ଭାରତର କେରଳ ରାଜ୍ୟର ଅଟେ । 

Avatar

Title:ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *