
ବିହାର ନିର୍ବାଚନକୁ ନେଇ ପ୍ରଚାର ଲାଗିରହିଛି। ସୋସିଆଲ ମିଡିଆରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ମଦ ବୋତଲ ଦେଖିବାକୁ ମିଳୁଛି। ଫଟୋ ସହ ଦାବି କରାଯାଉଛି ଯେ, ବିହାର ନିର୍ବାଚନରେ ବିଜେପି ଜନତାଙ୍କୁ ମଦ ବୋତଲ ଲାଞ୍ଚ ଦେଉଛି।
ବିଜେପି ସେନାବାହିନି ନାମକ ଜଣେ ଫେସବୁକ ୟୁଜର 25 ଅଗଷ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ବିହାରରେ ବିଜେପି ଲୋକଙ୍କୁ ମାଗଣା ମଦ ଦେଉଛି। ପୋଷ୍ଟର ଶିର୍ଷକରେ ଏହାକୁ ପରିହାସ କରି ଲେଖାଯାଇଛି ଯେ, ବିଜେପି ର ମାଗଣା କରୋନା ଟିକା କାହାକୁ ଦରକାର ବିହାର ରେ ପହଞ୍ଚି ସାରିଛି। ପୋଷ୍ଟର ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବିହାର ନିର୍ବାଚନରେ ବିଜେପି ସରକାର ଲୋକଙ୍କୁ ଫଟୋରେଥିବା ମଦ ବାଣ୍ଟୁଚି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମେକୁ ଏଐହାକୁ ନେଇ କିଛି ଲିଙ୍କ ମିଳିଲା। thaihitz ପେଜରେ ଭାଇରାଲ ଫଟୋ ଦେଖିବାକୁ ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ ଗୋଟେ ବର୍ଷ ପୁରୁଣା ଅଟେ। 2019ରେ ଥାଇଲ୍ୟାଣ୍ଡର ଉବୋନ ରାଚାଥାନିଠାରେ ବନ୍ୟା ସ୍ଥିତି ବନିଯାଇଥିଲା। ସେଠାରେ ବନ୍ୟା ପିଡ଼ିତଙ୍କ ପାଇଁ ଜୋନ ନାମକ ଜଣେ ବ୍ୟକ୍ତି ମଦ ବୋତଲର ବ୍ୟବସ୍ଥା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- thaihitz । Archive
ପରେ ଆମକୁ ଏକ Facebook ଆକାଉଣ୍ଟ ମିଳିଲା। ଯେଉଁଥିରେ ଭାଇରାଲ ଫଟୋ 22 ସେପ୍ଟେମ୍ବର 2019ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, (Come here. I’m a drunkard. How can I take a good Sammy?) ଏଠାକୁ ଆସ। ମୁଁ ଜଣେ ମଦ୍ୟପ ମୁଁ କିପରି ଭଲ ସାମି ନେଇ ପାରିବି?। ପୋଷ୍ଟକୁ ଦେଖି ଲାଗୁଛି ଭାଇରାଲ ଫଟୋ ଏହି ବ୍ୟକ୍ତି ଜଣକ ଉଠାଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହାଛଡ଼ା ଏହି ଫଟୋକୁ ଅନେକଥର 2020ରେ ମଧ୍ୟ ସେୟାରା କରାଯାଇଛି। ଏପ୍ରିଲ 2020ରେ ମଧ୍ୟ ଭାଇରାଲ ଫୋଟୋ Twitter ଆକାଉଣ୍ଟରେ ସେୟାର କରାଯାଇଥିଲା। ଆମକୁ ଭାଇରାଲ ଫଟୋ ସହ ଏକ ୟୁଟ୍ୟୁବ ଚ୍ୟାନେଲ ମିଳିଲା। DARA Zone ୟୁଟ୍ୟୁବ ଚ୍ୟାନେଲରେ ଆମେ ଭାଇରାଲ ଫଟୋ ସହ ଭିଡିଓ ପାଇଲୁ। ଯାହାକି 25 ସେପ୍ଟେମ୍ବର 2019ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି, Johnny, Ubon Flood Rescuer Make a set of survival bags like no other. ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ବିହାର ନିର୍ବାଚନରେ ମଦ ବୋତଲ ଦିଆଯାଉଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ଥାଇଲ୍ୟାଣ୍ଡର ଅଟେ। ଜଣେ ସ୍ବେଚ୍ଛାସେବୀ 2019 ରେ ଥାଇଲ୍ୟାଣ୍ଡର ଉବନ୍ ରାଚାଥାନିରେ ବନ୍ୟା ପୀଡିତଙ୍କୁ ମଦ୍ୟପାନ ବୋତଲ ବଣ୍ଟନ କରିଥିଲେ।

Title:ବିଜେପି ବିହାର ନିର୍ବାଚନ ପ୍ରଚାରରେ ଏହି ମଦ ବୋତଲ ବାଣ୍ଟୁଛି ?
Fact Check By: Saritadevi SamalResult: False