ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି,ଯେଉଁଥିରେ ଏକ ଛଟୋ ପିଲା ମାସ୍କ ବିକ୍ରି କରୁଛି। ଫଟୋ ସହ ଦାବି କରାଯାଉଛି ଯେ, ପିଲାଟି  ଟଙ୍କା ନଥିବା ଲୋକଙ୍କୁ ମାଗଣାରେ ମାସ୍କ ଦେଉଛି, ତାଙ୍କ ମା ତାକୁ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

16 ଏପ୍ରିଲ Prasanta Nayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମାନବତାର ଏହାଠାରୁ ସୁନ୍ଦର ପରିଭାଷା ଆଉ କଣ ହୋଇ ପାରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଚି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଆମକୁ ଏହି ଫଟୋ voacambodia.com ଆର୍ଟିକିଲରେ ପ୍ରକାଶ ହୋଇଥିବାର ପାଇଲୁ, ଯାହାକି 31 ମାର୍ଚ୍ଚ  2020 ରେ ପ୍ରକାଶିତ ହୋଇଥିଲା। ଫଟୋଟି ‘ରଏଟର୍ସ’କୁ ଶ୍ରେୟ ଦିଆଯାଇଛି ଏବଂ ଏଥିରେ କ୍ୟାପସନରେ ଲେଖା ଅଛି , ” ଲକଡାଉନରେ ପାକିସ୍ତାନର ସମସ୍ତ ବଜାର, ସର୍ବସାଧାରଣ ସ୍ଥାନ ବନ୍ଦ ଏବଂ ଲୋକ ଏକତ୍ରୀକରଣ ସମାବେଶ ଗୁଡ଼ିକୁ ବନ୍ଧ କରାଯାଇ ସମ୍ପୁର୍ଣ୍ଣ ଲକଡାଉନକ କରାଯାଇଥିବା ସମୟରେ ସାତ ବର୍ଷର ଏହି ପାକିସ୍ତାନି ପିଲା ମାସ୍କ ବିକୁଛି।  ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- voacambodia.comArchive

 ଏହା ପରେ ଆମକୁ ଭାଇରାଲ ଫଟୋ Tribune ପେଜରେ ପାଇଲୁ। ଯାହାକି 31 ମାର୍ଚ୍ଚ 2020ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ସାତ ବର୍ଷ ପିଲା ଉଜବିଲ୍ଲା ପାକିସ୍ତାନ ଲକଡାଉନ ସମୟରେ ଏକ ବାଡିରେ ମାସ୍କ ଧରି ଠିଆ ହୋଇ ନିଜ ଭାଇଙ୍କ ସହ ରାସ୍ତାରେ ମାସ୍କ ବିକୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TribuneArchive । 

ଭାଇରାଲ ଫଟୋ reuters ପେଜରେ ମଧ୍ୟ ଦେଖନ୍ତୁ। ଯେଉଁଥିରେ ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବିକୁଥିବା କଥା ଲେଖାଯାଇ ନାହିଁ। ଫଟୋର କ୍ରେଡିଟ୍ ଫଟୋଗ୍ରାଫର ଅଖତର ସୋମ୍ରୋଙ୍କୁ (Akhtar Soomro)କୁ ଦିଆଯାଇଛି। ଫଟୋ କ୍ୟାପସନରେ ଲେଖାଅଛି, “ସାତ ବର୍ଷ ବୟସ୍କ ଉଜବିଲ୍ଲା ପାକିସ୍ତାନରେ ଲକଡାଉନ ସମୟରେ ମୁହଁରେ ମାସ୍କ ଧରି ଠିଆ ହୋଇ ନିଜ ଭାଇଙ୍କ ସହ ରାସ୍ତାର କୋଣରେ ବିକ୍ରି କରୁଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- reutersArchive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଥିବା ଖବର ମିଥ୍ୟା ଅଟେ। ଭାଇରାଲ ଫଟୋ ପାକିସ୍ତାନର ଅଟେ ଏବଂ ଏହି ଫଟୋ ସହ କୌଣସି ପାକିସ୍ତାନି ମିଡିଆ ମାଗଣା ମାସ୍କ ବାଣ୍ଟୁଥିବାର ଖବର ପ୍ରକାଶିତ କରି ନାହିଁ।

Avatar

Title:ପିଲାଟି ପଇସା ନଥିବା ଲୋକଙ୍କୁ ମାଗଣା ମାସ୍କ ବାଣ୍ଟୁଛି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *