
17 ଡିସେମ୍ବରରେ ଓଡ଼ିଶାର Rakesh Roshan Pal ନାମକ ଜଣେ ଫେସବୁକ ୟୁଜର Rahul kumar Barnwal ନାମକ ଜଣେ ଫେସବୁକ ୟୁଜରର ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଦେଖାଇ ଦାବି କରାଯାଇଛି ଯେ, ଜାମିଆ ମିଲିଆର ଏକ ପ୍ରଦର୍ଶନକାରି ମହିଳାକୁ ନିଆଁ ଲଗାଇବା ଏବଂ ପଥରମାରୁଥିବବା ସମୟରେ ପୋଲିସ ଗିରଫ କରିଛି ଏବଂ ଜାଞ୍ଚ କରୁଛି। ପୋଷ୍ଟରେ 4ଟି ଫୋଟୋ ଦିଆ ଯାଇଛି ଏବଂ ଦାବି କରାଯାଇଛି ଯେ, ସବୁ ଫୋଟୋରେ ସେହି ମହିଳା ପ୍ରଦର୍ଶନ କରୁଛି।

ଏଠାରେ ଲିଙ୍କ୍ ଦେଖନ୍ତୁ- Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। କ’ଣ ଫୋଟୋରେ ଦେଖା ଯାଉଥିବା ମହିଳା ପ୍ରଦର୍ଶନ ସମୟରେ ନିଆଁ ଏବଂ ପଥର ମାରୁଥିବା ସମୟରେ ଧରା ପଡ଼ିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ପୋଷ୍ଟର ପ୍ରଥମ ଫୋଟୋକୁ ଗୁଗୁଲରେ ପକାଇ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Visable ପେଜରେ ସୋୟାର କରାଯାଇଥିବା ମହିଳାର ଫୋଟୋ ମିଳିଲା। ପେଜରେ ଆମେ ଦେଖିଲୁ ଏହି ପୋଷ୍ଟ 25 ଅଗସ୍ଟ 2017ରେ ପ୍ରକାଶିତ କରାଯାଇଛି। ପେଜରେ ବୁର୍ଖା ପିନ୍ଧି ପୋଷ୍ଟ କରାଯାଇଥିବା ମହିଳାର ଫୋଟୋ ଫୋସବୁକରେ ପୋଷ୍ଟ କରାଯାଇଥିବା ମହିଳାର ଫୋଟୋ ସହ ସମାନ। ଆମେ ପୋଷ୍ଟକୁ ଗୁଗୁଲରେ ଟ୍ରାନ୍ସଲେଟକରି ପୁରା ପଢ଼ିଲା ପରେ ଜଣିଲୁ ଯେ, ପେଜରେ ବୁର୍ଖା ପିନ୍ଧି ଦେଖା ଯାଉଥିବା ମହିଳା ପ୍ରକୃତରେ ମହିଳା ନୁହଁ ବରଂ ପୁରୁଷ ଅଟେ। 2017 ମସିହାର ରେ ଏହି ବ୍ୟକ୍ତିକୁ ପିଲାଚୋର ଅପରାଧରେ ଗିରଫ୍ କରାଯାଇଥିଲା। ଅପରାଧି ଜଣକ ବୁର୍ଖା ପିନ୍ଧି ପିଲା ଚୋରି କରୁଥିବାର ସମୟରେ ଧରା ପଡ଼ିଥିଲା। ଅଧିକ ସର୍ଚରୁ ଜାଣିଲୁ ଯେ, ଦୁଇ ବର୍ଷ ପୂର୍ବେ ଇଜିପ୍ଟରେ କାହିରୋ ଠାରେ ଏକ ସଭାରେ ଯୁବକ ଜଣକ ବୁର୍ଖା ପିନ୍ଧି ଛୁଆ ଚୋରାଇବା ଆଶାରେ ଯାଇଥିଲେ। ଅପରାଧି ଜଣକ ପିଲା ଚୋରଉଥିବା ସମୟରେ ଉତ୍ତର 90 ସ୍ଟ୍ରିଟ ଠାରେ ସ୍ଥିତ ଏକ ମୋଲରେ କୈରୋ ଫେସ୍ଟିବଲ ସିଟିର ନାଗରିକମାନେ ଧରିଥିଲେ।

ଏଠାରେ ଲିଙ୍କ୍ ଦେଖନ୍ତୁ- Visable । Archive
ଏହା ଛଡ଼ା ଏହି ଅପରାଧିର ଅନ୍ୟ ଏକ ପୋଷ୍ଟ 15 ଅକ୍ଟୋବରରେ Banke bihariki khabariya ରେ ପ୍ରକାଶିତ ହୋଇଥିବାର ମିଳିଲା। ପେଜର ଅନୁଚ୍ଛେଦରେ ଲେଖା ଯାଇଥିଲା ଯେ, RSS ର କିଛି ଲୋକ ମୁସ୍ଲିମ ସମୁଦାୟ ଲୋକଙ୍କୁ ବଦନାମ କରିବା ଉଦେଶ୍ୟରେ RSS ଏହି ବ୍ୟକ୍ତି ବୁର୍ଖା ପିନ୍ଧି ଦଙ୍ଗା କରୁଥିବା ସମୟରେ ଧରା ପଡ଼ିଥିଲା। ଯୁବକ ଜଣକ ମହିଳାର ରୁପଧରି ଅପରାଧ କରୁଥିବା ସମୟରେ କିଛି ସ୍ଥାନିୟ ଲୋକ ଧରିଥିଲେ ଏବଂ ଅପରାଧିକୁ ପୋଲିସ ହାତରେ ଦେଇଥିଲେ। ପୋଲିସ ଜାଞ୍ଚ କଲାପରେ ଜାଣା ପଡ଼ିଲା ଅପରାଧି ଜଣକ ମୁସ୍ଲିମ ମହିଳା ମାନଙ୍କୁ ବଦନାମ କରିବା ଉଦେଶ୍ୟରେ ଏପରି ରୁପ ଧରିଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ- Banke bihariki khabariya । Archive
ଏହି ଘଟଣାର ଅନ୍ୟଏକ ନ୍ୟୁଜ ELFAGR ପେଜରେ ଦେଖିପରିବେ। ତେବେ ଫୋସବୁକରେ ପୋଷ୍ଟ କରାଯାଇଥିବା ଅନ୍ୟ ଫୋଟୋ ଦିଲ୍ଲି CAB ବିରୁଦ୍ଧରେ ହୋଉଥିବା ପ୍ରଦର୍ଶନର ଅଟେ। ଦ୍ୱିତିୟ ଫୋଟୋର ଲିଙ୍କ୍ ଆମକୁ Times of india ନ୍ୟୁଜ ପେଜରେ ମିଳିଲା। ଜାମିଆ ମିଲ୍ଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୁସ୍ଲିମ ଥିବାରୁ ସେମାନେ ବୁର୍ଖା ପିନ୍ଧିଥାନ୍ତି। ତେଣୁ ଫୋଟୋରେ ଥିବା ଝିଅ ଜଣେ ବୋଲି ସ୍ପଷ୍ଟ କରାଯାଇପାରିବ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ- Times of india । Archive
କିନ୍ତୁ ପ୍ରଥମ ଫୋଟୋରୁ ଆମେ ଜଣିବାକୁ ପାଇଲୁ ଯେ, ପୋଲିସ CBA ପ୍ରଦର୍ଶନ ସମୟରେ ଏପରି କୌଣସି ଝିଅକୁ ଗିରଫ କରି ନାହିଁ ଯେକି ପ୍ରଦର୍ଶନ ସମୟରେ ନିଆଁ ଲଗାଇବା ଏବଂ ପଥର ମାରୁଥିବାର ଧରା ପଡ଼ିଛି। ଭାଇରାଲ କରାଯାଇଥିବା ପୋଷ୍ଟର ପ୍ରଥମ ଫୋଟୋ 2017 ମସିହାର ଅଟେ। ତେଣୁ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଫୋସବୁକରେ ବୁର୍ଖା ପିନ୍ଧା ମହିଳାର ଭାଇରାଲ କରାଯାଉଥିବା ଫୋଟୋ ପ୍ରକୃତରେ 2017 ମସିହାର ଅଟେ। ଭାଇରାଲ ପୋଷ୍ଟରେ ଥିବା ପ୍ରଥମ ଫୋଟୋ ମହିଳା ନୁହଁ ବରଂ ପୁରୁଷ ଅଟେ। ପିଲାଚରି କରିବା ଅପରାଧରେ 2017 ମସିହାରେ ପୋଲିସ ଗିରଫ କରିଥାଲ।। ଏଥରୁ ସ୍ପଷ୍ଟ ହେଉଛି ଯେ, ଫେସବୁକରେ ଭାଇରାଲ ହେଉଥିବା ଦିଲ୍ଲି ପୋଲିସ CBA ପ୍ରଦର୍ଶନ ସମୟରେ ଏକ ମହିଳାକୁ ନିଆଁ ଲଗା ଏବଂ ପଥର ମାରୁଥିବା ସମୟରେ ଗିରଫ କରିବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Title:କ’ଣ ପୋଲିସ ଏହି ବୁର୍ଖା ପିନ୍ଦା ମହିଳାକୁ ଜାମିଆ ପ୍ରଦର୍ଶନ ସମୟରେ ଗିରଫ କରିଛି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False