
ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ତାଙ୍କ ମୁଣ୍ଡ, ଆଖି ଓ ମୁହଁରେ ଆଘାତ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ଅଭିଯୋଗ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଖବରକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, ହସ୍ପିଟାଲ ବେଡ଼ରେ ପଡ଼ିଥିବା ମହିଳା ଅଭିନେତ୍ରୀ ପୁନମ ପାଣ୍ଡେ ଅଟନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
10 ନଭେମ୍ବରରେ Priyanka Acharya ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ହିନ୍ଦୁ ମହାସଙ୍ଘ ପେଜରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା ହେଉଛି ପୁଣମ୍ ପାଣ୍ଡେ ଯିଏ ହିନ୍ଦୁତ୍ୱ, ହିନ୍ଦୁ ଦେବତା ହିନ୍ଦୁତ୍ୱ ଉପରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି। ଧର୍ମନିରପେକ୍ଷତା ସହିତ ମଦ୍ୟପାନ କରି ସେ ଶ୍ୟାମଶାଦ ଅଲି ଛଦ୍ମନାମ ସାମ ବମ୍ବେଙ୍କୁ ବିବାହ କରିଥିଲେ। ଶ୍ୟାମସିଦ୍ ଏହାକୁ ଏତେ ଭାଙ୍ଗି ଦେଇଥିଲେ ଯେ ଜହ୍ନ ଭାଙ୍ଗି ଯାଇଥିଲା, ଆଖିରେ ଆଘାତ ଲାଗିଥିଲା, ବେକରେ ସ୍ପ୍ରେନ୍ ଥିଲା, ବର୍ତ୍ତମାନ ଏହି ବିଦ୍ରୋହୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେଥିବା ମହିଳା ଅଭିତ୍ରୀ ପୁନମ ପାଣ୍ଡେ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Amit badhana ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ ହେଇଥିବାର ପାଇଲୁ। ଭିଡିଓ 24 ସେପ୍ଟେମ୍ବର 2018ରେ ୟୁଟ୍ୟବରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, (Poonam pandey।arsha pandey hospital viral video) ପୁଣମ୍ ପାଣ୍ଡେ , ଅର୍ସି ପାଣ୍ଡେ ହସ୍ପିଟାଲ୍ ଭାଇରାଲ୍ ଭିଡିଓ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ମିଳିଥିବା ଖବରକୁ ନେଇ ଆମେ ଗୁଗୁଲ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 15 ସେପ୍ଟେମ୍ବର 2018ରେ jagran ଖବର ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ପୁନମ ହତ୍ୟା ମାମଲାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଅର୍ଶୀ ପାଣ୍ଡେଙ୍କୁ 18 ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଖବର ଅନୁସାରେ ଗୋରପଡାଭ ନିବାସୀ ପରିବହନକାରୀ ଲକ୍ଷ୍ମୀ ଦତ୍ତ ପାଣ୍ଡେଙ୍କୁ ବିଳମ୍ବିତ ରାତିରେ ଘରେ ପଶି ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ସମୟରେ ଝିଅ ଅର୍ଶୀ ଗୁରୁତର ଆହତ ହୋଇଥିଲେ। ସେବେଠାରୁ ଅର୍ଶୀ ନୈନିତାଲ ରୋଡରେ ଥିବା କୃଷ୍ଣ ହସ୍ପିଟାଲରେ ପୋଲିସର ସୁରକ୍ଷା ଅଧୀନରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନାର ଡାକ୍ତର ହରଭଜନ ସିଂ କହିଛନ୍ତି ଯେ ଭର୍ତ୍ତି ହେବା ପୂର୍ବରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହା ବ୍ୟତୀତ ଜହ୍ନ ଅପରେସନ୍ ମଧ୍ୟ କରାଯାଇଥିଲା। ଖବରର ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- jagran। Archive
2018ରେ amarujala. ପେଜରେ ମଧ୍ୟ ଭାଇରାଲ ଫଟୋର ଅନ୍ୟ ଏକ ପୋଷ୍ଟ ହୋଇଥିବାର ପାଇଲୁ। ଖବରରେ ଲେଖାଯାଇଛି ଯେ, ଆର୍ଶା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଘଟଣା ଦିନ ଅର୍ଶା ନିଜ ସାଙ୍ଗମାନଙ୍କ ପାଇଁ କବାଟ ଖୋଲିଥିଲେ। ସେ ତିନୋଟି ନାମ ମଧ୍ୟ ପ୍ରକାଶ କରିଛନ୍ତି, ଯଦିଓ ସେ କହିଛନ୍ତି ଯେ ଅପରାଧର ମାଷ୍ଟରମାଇଣ୍ଡ ଘଟଣାସ୍ଥଳରେ ନଥିଲା। ଏହି ହତ୍ୟାକାଣ୍ଡରେ ଏକ ରୁ ଅଧିକ ଅପରାଧୀ ସାମିଲ ଅଛନ୍ତି ବୋଲି ଆଶଙ୍କା କରାଯାଉଛି। ଯେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆର୍ଶାଙ୍କ ବିବୃତ୍ତି ପୋଲିସ ଗ୍ରହଣ କଲା, ସେତେବେଳେ ସେ ଅଙ୍ଗଭଙ୍ଗୀ ଏବଂ କିଛି ଲେଖି ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ସୂଚନା ଦେଇଥିଲେ। ଘଟଣା ଏବଂ ହତ୍ୟାକାରୀଙ୍କ ବିଷୟରେ ଅଧିକ ରହସ୍ୟ ମଧ୍ୟ ପ୍ରକାଶ ପାଇଛି।

ଏଠାରେ ଲିଙ୍କ ଦେଖନ୍ତୁ- amarujala.। Archive
ପୁରା ମାମଲା ଜାଣିବା ପାଇଁ ଆମେ ନେଟରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Samachar Plus ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋରେଥିବା ମହିଳାର ଖବର ମିଳିଲା। ଯେଉଁଥିରେ ଖବରର ସମ୍ପୁର୍ଣ୍ଣ ସ୍ଥାନ, ସମୟ ଏବଂ ଅପରାଧ ସମ୍ପର୍କରେ ଆଲୋଚନା କରାଯାଇଛି। ଭାଇରାଲ ଫଟୋରେଥିବା ମହିଳା ଅଭିନେତ୍ରୀ ପୁନମ ପାଣ୍ଡେ ନୁହନ୍ତି ବରଂ ଭାଇରାଲ୍ ଫଟୋ 2018 ରୁ ଏବଂ ଏକ ଭିନ୍ନ ବ୍ୟକ୍ତିଙ୍କ ଅଟେ। ଏହା ହେଉଛି ହାଲଡୱାନୀରୁ ଜଣେ ପୁଣମ୍ ପାଣ୍ଡେଙ୍କ ଝିଅ ଆର୍ଶା ପାଣ୍ଡେଙ୍କର ଅଟେ। ମା ଝିଅଙ୍କୁ ଡକାୟତମାନେ ଆକ୍ରମଣ କରିଥିଲେ। ଖବର ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
26 ଏପ୍ରିଲ 2019ରେ jagran ପେଜରେ ଏହି ମାମଲାର ଅନ୍ୟ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଘଟଣାକୁ 1 ବର୍ଷ ହେଲାପରେ ମଧ୍ୟ ମାମଲାର ଅପରାଧିକୁ କିଏ ଜଣା ପଡ଼ି ନାହିଁ। ପୋଲିସ ଏହାକୁ ନେଇ ଅନେକ ଜେରା କରିଥିଲେ ମଧ୍ୟ ଘଟଣା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହେଇ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ତେବେ ଅଭିନେତ୍ରୀ ପୁଣମ୍ ପାଣ୍ଡେଙ୍କ ମାମାଲା କ’ଣ?
ଅଭିନେତ୍ରୀ ପୁଣମ୍ ପାଣ୍ଡେ ଯିଏକି ତାଙ୍କ ବୋଲ୍ଡ ଏବଂ ବିବାଦୀୟ ଫଟୋସୁଟ୍ ପାଇଁ ଅନେକ ସମୟରେ ହେଡଲାଇନରେ ଆସିଛନ୍ତି, ଘରୋଇ ହିଂସା ମାମଲାରେ ସେ ପୁଣି ଖବରରେ ଅଛନ୍ତି। ଖବର ଅନୁଯାୟୀ ପୁଣାମଙ୍କୁ ମୁମ୍ବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କ ମୁଣ୍ଡ, ମୁହଁ ଏବଂ ଆଖିରେ ଗଭୀର ଆଘାତ ଲାଗିଛି। ଅଭିନେତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ଗିରଫ କରିଛି। ଅନେକ ସମ୍ବାଦ ପ୍ରବନ୍ଧ ରିପୋର୍ଟ କରିଛି ଯେ ସାମଙ୍କ ପ୍ରକୃତ ନାମ ସାମ ଅହମ୍ମଦ ବମ୍ବେ। ଦୁବାଇରେ ଜନ୍ମଗ୍ରହଣ କରିଥିବା ସାମ ନିର୍ଦ୍ଦେଶକ ତଥା ନିର୍ମାତା ଭାବରେ ବଲିଉଡରେ ଜଣାଶୁଣା।
ସାମ୍ ବମ୍ବେ ଏବଂ ପୁଣମ୍ ପାଣ୍ଡେ ସେପ୍ଟେମ୍ବର 2020 ରେ ବିବାହ କରିଥିଲେ। ଏହା ସାମଙ୍କର ଦ୍ୱିତୀୟ ବିବାହ ଥିଲା। ତେବେ ବିବାହର କିଛି ଦିନ ମଧ୍ୟରେ ପୁନମ ଆକ୍ରମଣ, ଗାଳିଗୁଲଜ କରିବା ଏବଂ ଧମକ ଦେବା ଅଭିଯୋଗରେ ସାମଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ମହିଳା ଅଭିନେତ୍ରୀ ପୁନମ ପାଣ୍ଡେ ନୁହନ୍ତି ବରଂ ଭାଇରାଲ୍ ଫଟୋ 2018ର ଅଟେ। ହାଲଦ୍ୱାନୀର ପୁଣମ୍ ପାଣ୍ଡେଙ୍କ ଝିଅ ଆର୍ଶି ପାଣ୍ଡେଙ୍କର ଅଟେ। ମା ଝିଅଙ୍କୁ ଡକାୟତମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ପୁଣମ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଆର୍ଶି ପାଣ୍ଡେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Title:2018 ହାଲଦ୍ୱାନୀର ପୁଣମ୍ ପାଣ୍ଡେ ହତ୍ୟା ଘଟଣାରେ ଆହାତ ଝିଅର ଫଟୋକୁ, ସ୍ୱାମୀଙ୍କ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଡେଲ-ଅଭିନେତ୍ରି ପୁଣମ ପାଣ୍ଡେଙ୍କ ଫଟୋ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
