
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଖେଳରେ ଜିତିଥିବା ମହିଳାଙ୍କୁ ମୋଡାଲ ଦିଆ ଯାଉଥିବାର ଦେଖାଯାଉଛି। ଭିଡିଓରେ ତୃତିୟ ସ୍ଥାନ ଆସିଥିବା ଖେଳାଳିକୁ ଭୁଲରେ ସୂର୍ଣ୍ଣ ପଦକ ଦିଆଯାଉଥିବା ଦେଖାଯାଉଛି। ପରେ ଖେଳାଳି ଜଣକ ଏହା ଦେଖି ପ୍ରଥମସ୍ଥାନ ଆସିଥିବା ଖେଳାଖିଙ୍କୁ ସୂର୍ଣ୍ଣ ପଦକ ପିନ୍ଧାଇଥିଲେ। ଭାଇରାଲ ଭିଡିଓ ବର୍ତ୍ତମାନ ହେଇଥିବା ଅଲୋମ୍ପିକର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
29 ଜୁଲାଇରେ Linto Sebastian ନାମକ ଜଣେ ଫେସବକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, (When bronze medallist is more beautiful, Olympic Mistake Moment) ଯେତେବେଳେ ବ୍ରୋଞ୍ଜ ପଦକ ବିଜେତା ଅଧିକ ସୁନ୍ଦର, ଅଲିମ୍ପିକ୍ ଭୁଲ୍ ମୁହୂର୍ତ୍ତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଚି। ତଳେ ଲିଙ୍କ ଦେଖନ୍ତୁ।
ଏହି ଭିଡିଓ ଆମକୁ ଆମକ ହ୍ୱାଟ୍ସ ଅପ ନମ୍ବରରେ ମଧ୍ୟ ସେୟାର କରାଯାଇଥିଲା। ଏବଂ ଏହା ସତ୍ୟ ନା ନାହିଁ ତାହା ଜାଣିବା ପାଇଁ ଅନୁରୋଧ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ଖେଳାଳିଙ୍କୁ ପଦକ ଦେବାରେ ହେଇଥିବା ଭୁଲ ଭିଡିଓ ଅଲମ୍ପିକର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। gettyimages ପେଜରେ ଭାଇରାଲ ଭିଡିଓର ଫଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଭିଡିଓ 2019 ମସିହାର ଅଟେ।। ବର୍ଣ୍ଣନା ଅନୁଯାୟୀ ଭିଡିଓଟି ISU ଗ୍ରାଣ୍ଡ ପ୍ରିକ୍ସ 2019ର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ।

ଏଠାରେ ଲିଙ୍କ ଦେଖନ୍ତୁ- gettyimages । Archive
ଏହା ପରେ ଆମକୁ ଭାଇରାଲ ଭିଡିଓ extra fs ପେଜରେ ମିଳିଲା। ଯାହାକି 19 ନଭେମ୍ବରରେ 2019ରେ ପ୍ରକାଶିତ କରାଯାଇଛି। ଭିଡିଓର ଶିର୍ଷକରେ ଲେଖାଯାଇଛି ଗ୍ରେନୋବଲ୍ – ମହିଳା ବିଜୟ ସମାରୋହରେ ISU ଗ୍ରାଣ୍ଡ୍ ପ୍ରିକ୍ 2019 ରେ ପଦକ ମିଶ୍ରଣ। ମାରିଆ ବେଲ୍ ହଠାତ୍ (ଏଲିନା କଷ୍ଟୋର୍ନିଆଙ୍କ ବଦଳରେ) ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନ ଅଲୋମ୍ପିକର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓର ମୂଳ ଭିଡିଓ ମିଳିଲା। ଯାହାକି ISU ଗ୍ରାଣ୍ଡ ପ୍ରିକ୍ସ 2019 ର ପଦକ ବିତରଣ ସମାରୋହର ଅଟେ। ଏଠାରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ ଏହି ଭିଡିଓରୁ ଭାଇରାଲ୍ କ୍ଲିପ୍ ନିଆଯାଇଛି। ଭିଡିଓର ଶିର୍ଷକରେ ଲେଖାଯାଇଛି (4k Fancam Alena Kostornaia Alena Kostornaia Victory Ceremony Internationaux de France 2019)। ଏଥିରୁ ସ୍ପଷ୍ଟ ହୋଇଛି ଯେ ଭିଡିଓଟି ପୁରୁଣା ଏବଂ ଏହାର ଅଲିମ୍ପିକ୍ସ ସହିତ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଖେଳାଳିଙ୍କୁ ପଦକ ଦେବାରେ ହେଇଥିବା ଭୁଲ ଭିଡିଓ ଅଲମ୍ପିକର ନୁହେଁ ବରଂ ସ୍କେଟିଂ ISU ଗ୍ରାଣ୍ଡ୍ ପ୍ରିକ୍ସ 2019ର ଭିଡିଓ ଅଟେ।

Title:2019 ଭିଡିଓକୁ ଅଲମ୍ପିକ୍ସରେ ଖେଳାଳିମାନଙ୍କୁ ଭୁଲ ପଦକ ଦିଆଯାଇଥିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
