କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଲାଇଟ୍ ଶୋ ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଶାଳ ପଡିଆରେ ଲୋକଙ୍କ ଉପସ୍ଥିତିରେ ଲାଇଟ୍ ଶୋ ଆୟୋଜିତ କରା ଯାଇଛି ଯେଉଁଥିରେ ବିଭିନ୍ନ ଆକାର ସୃଷ୍ଟି ହେଉଛି। 

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଲାଇଟ୍ ଶୋ ଅଯୋଧ୍ୟାରେ ଆୟୋଜିତ ହୋଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି, “ଅଯୋଧ୍ୟା ରେ ସୁନ୍ଦର ଲାଗୁଛି ଲାଇଟି ଭ୍ୟୁ।

Facebook | Archive

ସମାନ ଭିଡିଓ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠାର ଗୋଟିଏ ଦିନ ପୂର୍ବରୁ ୨୧ ଜାନୁଆରୀ ୨୦୨୪ ରେ ୟୁଟ୍ୟୁବର ଏକ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଦାବି ଅନୁଯାୟୀ, ଏହା ଅଯୋଧ୍ୟା ନିକଟରେ ସରଯୁ ନଦୀର ଦୃଶ୍ୟ। 

https://www.youtube.com/watch?v=d5XV00wLLkQ

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଟୁଇଟରେ ୪ ଜୁଲାଇ ୨୦୨୩ ରେ ପୋଷ୍ଟ ହେଇଥିବା ମିଳିଲା। ଟୁଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଏହି ଭିଡିଓ  ବେଦ ବଣ ଉଦ୍ଦୟାନର ଅଟେ ଯାହା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଉଦଘାଟନ କରିଥିଲେ। ଏହି ପାର୍କ ଆମର 4 ବେଦ ଥିମ୍ ଉପରେ ବିକଶିତ ହୋଇଛି | ପ୍ରତ୍ୟେକ ସନ୍ଧ୍ୟାରେ ଆମର ବେଦ ଏବଂ ଅଗସ୍ତ ସାଙ୍ଗିତା ଉପରେ ଏକ ଲେଜର ଶୋ ’ହୋଇଥାଏ।

ଗୁଗୁଲ ମ୍ୟାପ୍ସରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ପାର୍କ ନୋଏଡାରେ ଅବସ୍ଥିତ

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଏହି ପାର୍କର ଏକ ୱେବସାଇଟ ମିଳିଲା। ୱେବସାଇଟରେ ସର୍ଚ୍ଚ କରିବା ପରେ ଆମକୁ ଲେଜର ଏବଂ ସାଉଣ୍ଡ ଶୋ ଏହି ପାର୍କର ମୁଖ୍ୟ ଆକର୍ଷଣ ବୋଲି ଜାଣିବାକୁ ମିଳିଲା। ପ୍ରତ୍ଯେକ ଦିନ ସନ୍ଧ୍ୟା ୭ ଟା ସମୟରେ ଏଠାରେ ବେଦ ଉପରେ କାହାଣୀ ଶୁଣିବାକୁ ମିଳେ। 

ଏକ ରିପୋର୍ଟ ଅନୁଯାୟୀ, 12  ଏକଡ ଜମିରେ ଏହି ପାର୍କର ନିର୍ମାଣ କରା ଯାଇଛି ଯେଉଁଥିରେ ଲେଜର ଶୋ, କାନ୍ଥ ଚିତ୍ର ଏବଂ ମୂର୍ତ୍ତିଗୁଡ଼ିକ ଚାରୋଟି ବେଦରୁ ଉଦ୍ଧୃତ ଅଂଶ ରହିଛି। ଏହାର ଧାରଣା ଥିଲା ଲୋକମାନଙ୍କୁ ଆମ ଶାସ୍ତ୍ରକୁ ଫେରିବା ଏବଂ ଭାରତୀୟ ସଂସ୍କୃତିର ଚମତ୍କାର ଏବଂ ବୁଡ଼ ପକାଇବା ଅଭିଜ୍ଞତାକୁ ଦେଖି ମନୋରଞ୍ଜନ ମାଧ୍ୟମରେ ସେମାନଙ୍କ ବିଷୟରେ ଜାଣିବା।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ଅଯୋଧ୍ୟାର ନୁହେଁ ବରଂ ନୋଏଡାରେ ଅବସ୍ଥିତ ବେଦ ବଣ ପାର୍କର ଅଟେ। 

Avatar

Title:କ’ଣ ଲାଇଟ୍ ଶୋ ର ଏହି ସୁନ୍ଦର ଦୃଶ୍ୟ ଅଯୋଧ୍ୟାର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *