ବାଂଲାଦେଶୀ ବିକ୍ଷୋଭକାରୀ ମାନେ କ୍ରିକେଟର ଲିଟନ୍ ଦାସଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। 

International Misleading Sports

ବାଂଲାଦେଶର ଅବସ୍ଥା ଆହୁରି ଖରାପ ହେବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇଛନ୍ତି। ଅଶାନ୍ତି ମଧ୍ୟରେ ସୋସିଆଲ ମିଡିଆରେ ନିଆଁ ଲାଗିଯାଇଥିବା ଘରର ଫୋଟୋ ଭାଇରାଲ ହେବାରେ ଲାଗିଛି। ସେଠାରେ କିଛି ଲୋକମାନେ ମଧ୍ୟ ଚିଡ଼ା ହୋଇଛନ୍ତି। 

ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହି ଘର ବାଂଲାଦେଶୀ କ୍ରିକେଟର ଲିଟନ୍ ଦାସଙ୍କର ଅଟେ। ଉପଭୋକ୍ତାମାନେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିବାରୁ ଏହି ଦାବି ଧ୍ୟାନ ଆକର୍ଷଣ କରିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ନିଆ ଲାଗିଥିବା ଘର ଲିଟନ୍ ଦାସଙ୍କର ବାସଭବନ ନୁହେଁ। ଏହା ବାଂଲାଦେଶର ପୂର୍ବତନ କ୍ରିକେଟର ଏବଂ ରାଜନେତା ମଶରାଫେ ମୋର୍ତାଜାଙ୍କର ଘର। 

କ’ଣ ଦାବି କର ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ଏମଆଇଡ଼ିଆଇ ବ୍ୟବାହାରକାରୀ ଲେଖିଛନ୍ତି, “ଏଇ ହେଉଛି ଆମ ପଡ଼ୋଶୀ ଦେଶ ବାଂଲାଦେଶର କ୍ରିକେଟର ଲିଟନ୍ ଦାସ ଓ  ତା ଘର ଗତକାଲି କଠୋରପନ୍ଥୀ ମୁସଲମାନ ମାନେ ତା ଘରେ ବାହାରୁ ତାଲା ପକାଇ ଜାଳିଦେଇଛନ୍ତି ତା ସହିତ ହଜାର ହଜାର ନିରୀହ ହିନ୍ଦୁମାନଙ୍କ ଘର ଓ ମନ୍ଦିର ଉପରେ ଆକ୍ରମଣ କରିଛନ୍ତ ସେମାନଙ୍କ ଦୋଷ ଏତିକି ଯେ ସେମାନେ ହିନ୍ଦୁ (କାଫିର) କୋରାନ ନିୟମ ଅନୁସାରେ କାଫିର ମାନଙ୍କ ଏ ଧରିତ୍ରୀରେ ବଞ୍ଚିବାର ଅଧିକାର ନାହିଁ ଆଉ ବୋକା ହିନ୍ଦୁ ଅପେକ୍ଷା କର ତମ ନମ୍ବର କେବେ ଆସୁଛି ଆଉ ତମେ ଯିବ କୁଆଡ଼େ

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୬ ଅଗଷ୍ଟ ୨୦୨୪ରେ ଫାର୍ଷ୍ଟପୋଷ୍ଟ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ବାଂଲାଦେଶର ବିରୋଧକାରୀମାନେ ମଶରାଫେ ମୋର୍ତାଜାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପୂର୍ବତନ କ୍ରିକେଟର ମୋର୍ତାଜା ରାଜନେତା ତଥା ବାଂଲାଦେଶର ନାରାୟଲ-୨ ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ବିରୋଧକାରୀମାନେ ମୋର୍ତାଜାଙ୍କ ଘରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ।

Archive

ଢାକା ପୋଷ୍ଟ ରିପୋର୍ଟ ଅନୁଯାୟୀ, କାର୍ଯ୍ୟକର୍ତ୍ତାମାନେ ଅନେକ ସ୍ଥାନରେ ଆୱାମୀ ଲିଗ୍ ରାଜନୈତିକ ଦଳ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ମୃତାହତ ହୋଇନଥିବାର କୌଣସି ସୂଚନା ମିଳି ନାହିଁ। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାଇବା ପରେ ବିରୋଧକାରୀମାନେ ବିଜୟ ଉତ୍ସବ ପାଳନ କରିଥିଲେ ଏବଂ ପରେ ମହିଷଖୋଲା ଅଞ୍ଚଳରେ ମଶରାଫେ ବିନ୍ ମୋର୍ତାଜାଙ୍କ ଘର ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ନିଆ ଲାଗିଥିବା ଘର ଲିଟନ୍ ଦାସଙ୍କର ନୁହେଁ ବରଂ ବାଂଲାଦେଶର ପୂର୍ବତନ କ୍ରିକେଟର ଏବଂ ରାଜନେତା ମଶରାଫେ ମୋର୍ତାଜାଙ୍କ ଘର। 

Avatar

Title:ବାଂଲାଦେଶୀ ବିକ୍ଷୋଭକାରୀ ମାନେ କ୍ରିକେଟର ଲିଟନ୍ ଦାସଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦାବି ବିଭ୍ରାନ୍ତକାରୀ ଅଟେ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *