
ସୋସିଆଲ ମିଡିଆରେ ଏଖ ଖବର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, କିଛି ଦିନ ତଳେ ମମତା ବାନାର୍ଜୀ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ସେ ପ୍ରଭୁଙ୍କ ଦର୍ଶନ ନ ପାଇ ଫେରି ଆସିଥିଲେ। ଏହା ଛଡ଼ା ଦାବି କରାଯାଇଛି ଯେ, ମନ୍ଦିର ପ୍ରଶାସନ ତାଙ୍କୁ କହିଛି ଯେ, କେବଳ ହିନ୍ଦୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ସେ ଜଣେ ହିନ୍ଦୁ ନୁହଁନ୍ତି। ସେ ଗୋମାଂସ ଖାଉଥିବାରୁ ଏବଂ ଗୋମାଂସ ଖାଉଥିବା ଲୋକଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ଅନୁମତି ଦିଆଯାଇନଥିଲା। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
20 ଏପ୍ରିଲରେ Anamika mishra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦେଖିବା ପାଇଁ ପୁରି ଯାଇଥିଲେ, କିନ୍ତୁ ମନ୍ଦିର ପ୍ରଶାସନ ତାଙ୍କୁ ଫେରାଇ ଦେଇଥିଲା ଏବଂ କହିଥିଲେ ଯେ,ସେ ହିନ୍ଦୁ ନୁହଁନ୍ତି ଏବଂ ଗୋମାଂସ ଖାଉଛନ୍ତି, କେବଳ ହିନ୍ଦୁ ମନ୍ଦିରରେ ପ୍ରବେଶ କରିପାରିବେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 26ଥର ସେୟାର କରାଯିବା ସହ 486 ଲଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ଖବର वैश्विक सनातन परिवार ମଧ୍ୟ ପୋଷ୍ଟ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 405ଥର ସେୟାର କରାଯିବା ସହ 2000ରୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦେଖିବା ପାଇଁ ପୁରି ଯାଇଥିଲେ, କିନ୍ତୁ ମନ୍ଦିର ପ୍ରଶାସନ ତାଙ୍କୁ ଫେରାଇ ଦେଇଥିଲା ଏବଂ କହିଥିଲେ ଯେ,ସେ ହିନ୍ଦୁ ନୁହଁନ୍ତି ଏବଂ ଗୋମାଂସ ଖାଉଛନ୍ତି, କେବଳ ହିନ୍ଦୁ ମନ୍ଦିରରେ ପ୍ରବେଶ କରିପାରିବ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Timesofindia ପେଜରେ ଏକ ଖବର ମିଳିଲା। ଯାହାକି 18 ଏପ୍ରିଲ 2017ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ମମତା ବାନାର୍ଜିଙ୍କୁ 2017 ମସିହାରେ ମଧ୍ୟ ପୁରି ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଯାଇଥିବା ଦାବି ଭାଇରାଲ ହେଇଥିଲା। ଯାହାର ସ୍ପଷ୍ଟିକରଣରେ ପୁରି ପୁରୋହିତ ଭାଇରାଲ ଖବରକୁ ମିଥ୍ୟା ବୋଲି କହିଥଇଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Timesofindia । Archive
26 ଫେବୃଆରି 2021ରେ sambad ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ 26 ଫେବୃଆରିରେ ପୁରି ଜଗନ୍ନାଥ ମନ୍ଦିରର ପୁରୋହିତମମତା ବାନର୍ଜି ରେସିଡେନ୍ସରେ ପୁଜା କରିଥିଲେ। ଏଥରୁ ସ୍ପଷ୍ଟ ହେଉଛି ଯେ, ପୁରି ପୁରୋହିତ ମମତା ବାନର୍ଜିଙ୍କୁ କେବେ ମୁସ୍ଲିମ ବୋଲି କହିନଥିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- sambad । Archive
ମମତା ବାନର୍ଜି ଶେଷଥର ପୁରି 26 ଫେବୃଆରି 2020ରେ ଆସିଥିଲେ। ଏହାର ଭିଡିଓ OTV ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ। ଯେଉଁଥିରେ ପୁରି ପଣ୍ଡା ଏବଂ ସେବାୟତମାନେ ତାଙ୍କ ସହ ଫଟୋ ଉଠାଇବା ସହ ମମତା ବାନର୍ଜି ଜଗନ୍ନାଥଙ୍କୁ ଦର୍ଶନ କରି ମଧ୍ୟ ଆସିଥିଲେ। ମମତା ବାନର୍ଜି ଏପରି ଅନେକଥର ପୁରି ଆସି ଜଗନ୍ନାଥ ଦର୍ଶନ କରିଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ମମତା ବାନର୍ଜି ଓଡ଼ିଶା ଆସିଥିବାର ଏପରି କୌଣସି ଖବର ପ୍ରକାଶିତ ହୋଇ ନାହିଁ। All India Trinamool Congress ପେଜରେ 19 ଏପ୍ରିଲରେ ମମତା ବାନର୍ଜି ମାଲଦା ଠାରେ ସାମ୍ବାଦିକ ସମ୍ମିଳନୀ କରୁଥିବାର ଖବର ପ୍ରକାଶିତ କରାଯାଇଛି। ଏହା ଛଡ଼ା ଚକୁଲିଆ (ଉତ୍ତର ଦିନାଜପୁର)ଠାରେ ସାଧାରଣ ସଭା କରିଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏହାକୁ ନେଇ ଆମେ jagganath mandir ପ୍ରଶାସନ ସହ ସମ୍ପର୍କ କରିଲୁ। ଯେଉଁଥିରେ ପୁରି O.S.D (Officer on Special Duty) ସୁଭ୍ରାନସୁ ସେଖର ପାଢ଼ିଙ୍କ ସହ ସମ୍ପର୍କ କରିଲୁ। ସେ ସ୍ପଷ୍ଟକଲେ ଯେ, ଭାଇରାଲ ଖବର ମିଥ୍ୟା ଅଟେ, ପୁରି ଜଗନ୍ନାଥ ମନ୍ଦିରରେ ବଙ୍ଗଳା ମୁଖ୍ୟମନ୍ତ୍ରୀଙ୍କୁ କେବେହେଲେ ଅପମାନ କରାଯାଇ ନାହିଁ। ଏବଂ ବର୍ତ୍ତମାନ ମମତା ବାନର୍ଜି ପୁରି ଆସିଥିବା ଖବର ମଧ୍ୟ ମିଥ୍ୟା ଅଟେ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ବର୍ତ୍ତମାନ ମମତା ବାନର୍ଜି ବର୍ତ୍ତମାନ ପୁରି ଆସିଥିବା ସମୟରେ ପୁରି ପୁରୋହିତ ତାଙ୍କୁ ଜଗନ୍ନାଥଙ୍କ ଦର୍ଶନ ନ କରାଇ ଅପମାନ କରିଥିବା ଖବର ମିଥ୍ୟା ଅଟେ। ମମତା ବାନର୍ଜି ବର୍ତ୍ତମାନ ପୁରି ଆସିଥିବାର କୌଣସି ଖବର ପ୍ରକାଶିତ ହୋଇ ନାହିଁ।

Title:ବର୍ତ୍ତମାନ ମମତା ବାନାର୍ଜୀ ଜଗନ୍ନାଥ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ବେଳେ ପୁରୋହିତ ତାଙ୍କୁ ସେ ହିନ୍ଦୁ ନୁହଁନ୍ତି ବୋଲି କହି ମନ୍ଦିରରେ ପ୍ରବେଶ କରାଇନଥିଲେ ?
Fact Check By: Saritadevi SamalResult: False
