
ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବା ଖବର ସାମନାକୁ ଆସିଥିଲା। ଅନେକ ଫୋଟୋରେ ତାଙ୍କ କପାଳରେ ଆହତ କାରଣରୁ ରକ୍ତ ମଧ୍ୟ ବହିଥିଲା। ଏହି ଘଟଣା ପରେ ସୋସିଆଲ ମିଡିଆରେ ଅନ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ କପାଳର ଅନ୍ୟ ସ୍ଥାନରେ ବେଣ୍ଡଏଡ୍ ଲାଗିଥିବା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ଆଘାତ ହୋଇଥିବାର ନାଟକ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମମତା ବାନେର୍ଜିଏନକେଆର ଆଘାତ ହୋଇଥିବା ଏକ ପୁରୁଣା ଫୋଟୋକୁ ନିକଟର ଘଟଣା ସହିତ ତୁଳନା କରି ମିଥ୍ୟା ପ୍ରଚାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଫାଟ ଜାଗାରେ ଷ୍ଟିଚ କରିଥିଲେ ଭଲ ହେଇଥାନ୍ତା। ଏହା ଭୟ ନା ଅଭିନୟ“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ପୋଷ୍ଟର ଡାହାଣ ପାର୍ଶ୍ଵରେ ଥିବା ମମତା ବାନେର୍ଜିଙ୍କ ଫୋଟୋ ଆମକୁ ଲୋକମତ ଟାଇମ୍ସ ୱେବସାଇଟରେ ୨୪ ଜାନୁଆରୀ ୨୦୨୪ ରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ବର୍ଧମାନ ରୁ କୋଲକାତା ଫେରୁଥିବା ସମୟରେ ଏକ ସାମାନ୍ୟ କାର ଦୁର୍ଘଟଣାରେ ଆଘାତ ହୋଇଥିଲେ।

ନିମ୍ନୋକ୍ତ ଭିଡିଓରେ ଚିକିତ୍ସା ପରେ ଆପଣ ମମତା ବାନେର୍ଜିଙ୍କୁ ଗଣମାଧ୍ୟମ ସହିତ ସାକ୍ଷାତ କରୁଥିବା ଦେଖିପାରିବେ।
ଉପରୋକ୍ତ ଫୋଟୋ ଏବଂ ଭିଡିଓରୁ ଆପଣ ମାନେ ଜାଣିବେ ଯେ ମମତା ବାନେର୍ଜିଙ୍କର ବେଣ୍ଡଏଡ୍ ଲାଗିଥିବା ଫୋଟୋଟି ପୁରୁଣା ଅଟେ। ସେ ନିକଟରେ ଆଘାତ ହୋଇଥିବା ଜାଲିଆତି କରି ନାହାଁନ୍ତି।
ଇଣ୍ଡିଆ ଟୁଡେ ଅନୁଯାୟୀ ମମତା ବାନାର୍ଜୀ ମାର୍ଚ୍ଚ 14 ରେ ତାଙ୍କ ବାସଭବନରେ ତଳେ ପଡ଼ିଯିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କପାଳରେ ଆଘାତ ଲାଗିଥିବାରୁ ତାଙ୍କୁ ସରକାରୀ ଏସ୍କେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମ୍ନରେ ଥିବା ସ୍କ୍ରିନସଟରେ ଆପଣ ମମତା ବାନାର୍ଜୀଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ଦେଖିପାରିବେ।

Archive
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମମତା ବାନେର୍ଜିଙ୍କର କପାଳର ବାମ ପାର୍ଶ୍ଵରେ ଆଘାତ ହୋଇଥିବା ଫୋଟୋ ସମ୍ପ୍ରତ୍ତି ସମୟର ନୁହେଁ। ଏହା ଏକ ପୁରୁଣା ଫୋଟୋ ଯାହାକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Title:କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନେର୍ଜି ନିଜ ଆଘାତ ହୋଇଥିବା ନେଇ ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
