
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଲୋକଙ୍କର ଏକ ବିଶାଳ ଭିଡ ପୋଲିସ ଗାଡିକୁ ଘେରି ରହିଛନ୍ତି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କୋର୍ଟରେ ହାଜର ହେବା ପାଇଁ ଅଣାଯାଇଥିବା ପୋଲିସ କର୍ମଚାରୀଙ୍କୁ ମୁସଲମାନମାନେ ମାଡ଼ ମାରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ନମାଜ ପଢୁଥିବା ଲୋକଙ୍କୁ ଗୋଇଠା ମାରିଥିବା ପୋଲିସଙ୍କ ଉପରେ ମୁସଲମାନ ମାନେ ଆକ୍ରମଣ କରୁଥିବା ଦାବି ମିଥ୍ୟା ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଦିଲ୍ଲୀ ରେ ସବ-ଇନ୍ସପେକ୍ଟର ମନୋଜ ତୋମାର ଙ୍କୁ ଅଦାଲତ ରେ ହାଜାର କରାଇବାକୁ ନେବା ବେଳେ ଶାନ୍ତିପ୍ରିୟ ସମୁଦାୟ ଙ୍କର ଆକ୍ରମଣ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହି ଭିଡିଓ ବିଷୟରେ DCP North India ନାମକ ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। ଏଥିରେ ସୂଚନା ଦିଆ ଯାଇଛି ଯେ ଏପରି କୌଣସି ଘଟଣା ଘଟି ନାହିଁ। ଏହି ଟୁଇଟରେ ଦିଲ୍ଲୀ ପୋଲିସ କେବଳ ଏହି ଦାବିକୁ ବିଭ୍ରାନ୍ତିକର ବୋଲି କହିନାହିଁ ବରଂ ଏହି ଭିଡିଓ କେବେ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେଇଛି।
ଟୁଇଟରେ ଲେଖା ଯାଇଛି, “ଏହି ସୂଚନା ଭୁଲ ଅଟେ। ଯେଉଁ ପୋଲିସ ଅଧିକାରୀଙ୍କର ବିଷୟରେ କୁହା ଯାଉଛି ସେ ଏହି ଭିଡିଓରେ ନାହାଁନ୍ତି। ଏହି ଭିଡିଓ ୯ ମାର୍ଚ୍ଚର ନୁହେଁ, ବରଂ ୮ ମାର୍ଚ୍ଚ ର ଅଟେ ଯେତେବେଳେ ଇନ୍ଦ୍ରାଲୋକ ଅଞ୍ଚଳରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ସ୍ଥାନୀୟ ଲୋକମାନେ ପୋଲିସ କର୍ମଚାରୀଙ୍କୁ ପୋଲିସ ପୋଷ୍ଟକୁ ନେଇ ଯାଇଥିଲେ ଯାହା ପରେ ଏକ ଝଗଡା ହୋଇଥିଲା।”
ଦିଲ୍ଲୀର ଇନ୍ଦ୍ରାଲୋକ ଅଞ୍ଚଳରେ ନମାଜୀଙ୍କୁ ଗୋଇଠା ମାରିବା ମାମଲାରେ ରାଜନୀତି ମଧ୍ୟ ତୀବ୍ର ହୋଇଛି। ଏହି ଘଟଣାର ସବ୍ ଇନ୍ସପେକ୍ଟର ମନୋଜ ତୋମାରଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ହିନ୍ଦୁ ରକ୍ଷା ଦଳ ଇନ୍ଦ୍ରଲୋକ ଆଉଟପୋଷ୍ଟ ଇନଚାର୍ଜ ତୋମରଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ହିନ୍ଦୁ ରକ୍ଷା ଦଳର ପିଙ୍କି ଚୌଧରି ତାଙ୍କ କର୍ମଚାରୀଙ୍କ ସହ ଏସଆଇର ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବଙ୍ଗଳା ସାହେବ ଲେନରେ ରାସ୍ତାରେ ବସିଥିବା ବେଳେ ହନୁମାନ ଚାଳିଶା ମଧ୍ୟ ପଢିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଧିକାରୀଙ୍କୁ କୋର୍ଟରେ ହାଜିର କରିବା ସମୟରେ ମୁସ୍ଲିମ ସମ୍ପ୍ରଦାୟ ଲୋକମାନେ ତାଙ୍କୁ ଆକ୍ରମ କରିଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଦିଲ୍ଲୀ ପୋଲିସ ଏହାକୁ ଏକ ଫେକ୍ ନ୍ୟୁଜ୍ ବୋଲି କହିଛି। ନମାଜୀଙ୍କୁ ଗୋଇଠା ମାରିଥିବା ପୋଲିସ ଅଫିସର ଏହି ଭିଡିଓରେ ନାହାଁନ୍ତି।

Title:କ’ଣ ଦିଲ୍ଲୀରେ ନମାଜୀ ମାନଙ୍କୁ ଗୋଇଠା ମାରିଥିବା ପୋଲିସ ଅଧିକାରୀଙ୍କ ଉପରେ ମୁସ୍ଲିମ ସମୁଦାୟ ଲୋକ ମାନେ ଆକ୍ରମଣ କରୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
