ଭାଇରାଲ ହେଉଥିବା ଏହି ରିକ୍ସା ବାଲାର ଫୋଟୋ କ’ଣ ମହାର୍ଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ?

False Political

ମହାର୍ଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାରିୟର ରିକ୍ସା ଚାଳକ ଭାବରେ ଆରମ୍ଭ ହୋଇଥିଲା। ରିକ୍ସା ଚାଲକ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ରିକ୍ସା ପାଖରେ ଠିଆହୋଇଛନ୍ତି।  ଭାଇରାଲ ଫୋଟୋ ସହିତ ଦାବି କରାଯାଇଛି ଯେ ଏହା ଏକନାଥ ସିନ୍ଦେଙ୍କର 25 ବର୍ଷ ପୂର୍ବେ ଏକ ରିକ୍ସା ଚଳାଉଥିବାର ଏକ ବିରଳ ଫଟୋ । 

Hindu Naresh Sahu Bapi ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ Eknath Shinde – एकनाथ संभाजी शिंदे ଙ୍କର ଏକ ପୁରୁଣା ଫଟୋ..ଏହା କେବଳ bjp ରେ ହିଁ ସମ୍ଭବ…

ଫେସବୁକ । ଆର୍କାଇଭ

ଅନୁସନ୍ଧାନ-

ସର୍ବପ୍ରଥମେ, ମୁଁ ଇଣ୍ଟରନେଟରେ ଭାଇରାଲ୍ ଫଟୋ ରିଭର୍ସ ଇମେଜ କରି ଖୋଜିଲୁ। ପରେ ସକାଳେ ଖବରକାଗଜରେ ଏକ ଖବର ପାଇଲୁ ଯେଉଁଥିରେ  ଏହି ଫଟୋ ବାବା କାମ୍ବଲେ ନାମକ ଏକ ରିକ୍ସା ପଲରର ଅଟେ।  ଖବର ଅନୁଯାୟୀ, ପିମ୍ପ୍ରି-ଚିଞ୍ଚୱାଡ ସହରର ବାବା କାମ୍ବଲେ ଫଟୋଗ୍ରାଫରେ ସିନ୍ଦେ ନୁହଁନ୍ତି। ସେ ମହାରାଷ୍ଟ୍ର ରିକ୍ସା ପଞ୍ଚାୟତ ସମିତିର ପ୍ରତିଷ୍ଠାତା ସଭାପତି। ଏହା ତାଙ୍କର ପ୍ରଥମ ରିକ୍ସା ଥିଲା। ସେ ତାଙ୍କର ପ୍ରଥମ ରିକ୍ସା 1997 ରେ ନେଇଥିଲେ। 2007 ରେ ମହାରାଷ୍ଟ୍ର ରିକ୍ସା ପଞ୍ଚାୟତ ସଂଘ ପ୍ରତିଷ୍ଠା କରିଥିଲେ।

ଏହି ଫଟୋ ମହାରାଷ୍ଟ୍ର ରିକ୍ସା ପଞ୍ଚାୟତ ପୁଣେ ସଂଗଠନର ଫେସବୁକ୍ ପେଜରେ ମଧ୍ୟ ସେୟାର କରାଯାଇଛି। ଏହି ଫଟୋ ଅନୁଯାୟୀ 1997 ମସିହାରେ ନିଆଯାଇଥିଲା।

ବାବା କାମ୍ବଲେଙ୍କ ଚିତ୍ର ଏକନାଥ ସିନ୍ଦେଙ୍କ ନାମରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ଲୋକସତ୍ତାଙ୍କ ସହ କଥାବାର୍ତ୍ତା କରି କାମ୍ବଲେ ଏହି ଫଟୋର ସତ୍ୟତା ଲୋକମାନଙ୍କ ସାମ୍ନାରେ ରଖିଥିଲେ।

ଶେଷକଥା

ଅନୁସନ୍ଧାନରୁ ଏହା ସ୍ପଷ୍ଟ ହେଲା ଯେ, ଭାଇରାଲ୍ ଫଟୋ ଏକନାଥ ସିନ୍ଦେଙ୍କର ନୁହେଁ ବରଂ  ବାବା କାମ୍ବଲେଙ୍କର ଅଟେ।

Avatar

Title:ଭାଇରାଲ ହେଉଥିବା ଏହି ରିକ୍ସା ବାଲାର ଫୋଟୋ କ’ଣ ମହାର୍ଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *