
ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋକୁ ସେୟାର କରି ଦାବି କରାଯାଉଛି ଯେ ଲକ୍ଷ୍ନୌ ରେ ଅମ୍ଳଜାନ ଅଭାବ ହେତୁ ଆଖି ଛିଣ୍ଡାଇ ‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ ବୋଲି ଚିତ୍କାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
18 ମଇରେ Sanjay Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହି ବ୍ୟକ୍ତି ଙ୍କ ଭିଡିଓ ଭାଇରାଲ ସମସ୍ତେ ଉଣା ଅଧିକେ ଦେଖିଥିବେ । ରୋଟି ନହିଁ ଚାହିୟେ, ମନ୍ଦିର ଚାହିୟେ। ସ୍କୂଲ ନେହି ଚାହିୟେ ମନ୍ଦିର ଚାହିୟେ । ଗତ କାଲି ରାତିରେ ଅକ୍ସୀଜେନ ଅଭାବ ରୁ କରୋନା ରେ ମୃତ୍ୟୁ ହୋଇ ଗଲା । ହସ୍ପିଟାଲ ଦରକାର ନ ଥିଲା , ମନ୍ଦିର ଦରକାର ଥିଲା । ମୃତ ଦେହ ବି ଠିକ ରେ ଅନ୍ତିମ ସଂସ୍କାର କରା ହୋଇଛି ନା ନାହିଁ ନା ଗଙ୍ଗା ରେ ଭସାଇ ଦିଆ ଯାଇଛି ତାହା ଜଣା ନାହିଁ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 110ଥର ସେୟାର କରାଯିବା ସହ ପୋଷ୍ଟକୁ 257 ଲାଇକ ଏବଂ 88 କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ଫଟୋ Jayanta Mohanty ନାମକ ଫେସବୁକ ୟୁଜର ମଧ୍ୟ ସେୟାର କରିଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ ବୋଲି ଚିତ୍କାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ବିଭିନ୍ନ କି ଶବ୍ଦ ନେଇ ଭାଇରାଲ ଖବର ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Mukesh Gupta ନାମକ ଜଣେ ଫେସବୁକ ୟୁଜରରେ ଭାଇରାଲ ପୋଷ୍ଟର ଖବର ମିଳିଲା। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତିର କରୋନା କାରଣରୁ ମୃତ୍ୟୁ ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା , ସେ ମୋର ଶଳା ହେବେ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ନାମ ଜିତେନ୍ଦ୍ର ଗୁପ୍ତା ଏବଂ ସେ ଦିଲ୍ଲୀରେ ରୁହନ୍ତି । (The news of his death due to corona on Facebook is totally fake, he is my brother in law and is completely healthy, and his name is Jitendra Gupta and he lives in Delhi)। ପୋଷ୍ଟରେ କରାଯାଇଥିବା ଫ୍ୟାକ୍ଟଚେକର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ପରେ ଆମକୁ Arpita Ghosh ନାମକ ଟ୍ୱିଟର ୟୁଜର ଆକାଉଣ୍ଟରେ ଜିତେନ୍ଦର ଗୁପ୍ତାଙ୍କ ଏକ ଭିଡିଓ ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି। ମୋ ନାଁ ଜିତେନ୍ଦର ଗୁପ୍ତା , ମୁଁ ଦିଲ୍ଲୀରେ ରହେ। ମୋର ରାମଲିଲା ମୈଦାନର ଭିଡିଓ 2017-18ରୁ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ମୁଁ ଏତେ ଧ୍ୟାନ ଦେଉ ନଥିଲି। କିନ୍ତୁ ଏବେ ଲୋକମାନେ ମୋ ଭିଡିଓରୁ ଫଟୋ ନେଇ ମୋର ମୃତ୍ୟୁ ଖବର ଭାଇରାଲ କରୁଛନ୍ତି ଯେ, ଅନ୍ଧ ଭକ୍ତର କୋରୋନାରେ ମୃତ୍ୟୁ ହୋଇଛି। ମୁଁ ସମ୍ପର୍ଣ୍ଣ ସୁସ୍ଥ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଜିତେନ୍ଦର ଗୁପ୍ତାଙ୍କ ଅନ୍ୟ ଏକ ଭିଡିଓ 19 ମଇ 2021ରେ ମଧ୍ୟ ଫେସବୁକରେ ପୋଷ୍ଟ କରାଯାଇଛି। ଭିଡିଓରେ ସେ ସ୍ପଷ୍ଟ କହୁଛନ୍ତି, ମୁଁ ଜିତେନ୍ଦର ଗୁପ୍ତା । ମୋ ନାଁରେ ଭାଇରାଲ କରାଯାଉଥିବା ମୃତ ଖବର ମିଥ୍ୟା ଅଟେ। ମୁଁ ସୁସ୍ଥ ଅଛି। ମୋ ନାଁରେ ମିଥ୍ୟା ଖବର ପ୍ରଚାର କର ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଫ୍ୟାକ୍ଟ କ୍ରେସେଣ୍ଡୋ ମରାଠୀ ନେଗିଙ୍କ ସହ ଯୋଗାଯୋଗ କରିଥିଲେ | ସେ କହିଛନ୍ତି ଯେ ଜିତେନ୍ଦ୍ର ଗୁପ୍ତାଙ୍କ ଦେହାନ୍ତ ହୋଇନାହିଁ। ତାଙ୍କ ନାମରେ ମିଥ୍ୟା ଖବର ପ୍ରଚାରିତ ହେଉଛି | ଗୁପ୍ତା ଲକ୍ଷ୍ନରେ ନୁହେଁ ଦିଲ୍ଲୀରେ ରୁହନ୍ତି। ଏହା ପରେ ଆମେ ଜିତେନ୍ଦ୍ର ଗୁପ୍ତାଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲୁ | ଏହି ଖବର ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ମୁଁ ସୁସ୍ଥ ଅଛି ଏବଂ ଯେଉଁମାନେ ମୋ ଦେହାନ୍ତର ମିଥ୍ୟା ଖବର ସେୟାର କରିଛନ୍ତି ସେମାନଙ୍କ ବିରୋଧରେ ମୁଁ ସାଇବର ପୋଲିସ ନିକଟରେ ଅଭିଯୋଗ କରିଛି। ଗୁପ୍ତା ଫ୍ୟାକ୍ଟ କ୍ରେସେଣ୍ଡୋକୁ ଏକ ଭିଡିଓ ବାର୍ତ୍ତା ଏବଂ ମଧୁଭିହାର ପୋଲିସ ଷ୍ଟେସନରୁ ସାଇବର ଅଭିଯୋଗ ଫର୍ମ ମଧ୍ୟ ପଠାଇଛି। ସୋସିଆଲ ମିଡିଆରେ ମୋର ଦେହାନ୍ତର ବାର୍ତ୍ତା ମିଥ୍ୟା ଏବଂ ଏହାକୁ କେହି ସେୟାର କରିବା ଉଚିତ ନୁହେଁ ବୋଲି ଗୁପ୍ତା ଆବେଦନ କରିଛନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ ବୋଲି ଚିତ୍କାର କରୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଦାବିରେ ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ଫଟୋରେଥିବା ବ୍ୟକ୍ତି ସୁସ୍ଥ ଅଛନ୍ତି।

Title:‘ଡାକ୍ତରଖାନା ନୁହେଁ ଆମକୁ ମନ୍ଦିର ଦରକାର’ କହିଥିବା ଏହି ବ୍ୟକ୍ତିର ମୃତ୍ୟୁ ହୋଇ ନାହିଁ।
Fact Check By: Saritadevi SamalResult: False
