ଆଶୀର୍ବାଦ ଅଟ୍ଟା ପ୍ଯାକେଟରେ ହଲାଲ ଲୋଗୋ ଥିବା ଫୋଟୋ ଭ୍ରମାତ୍ମକ ଦାବି ସହିତ ଭାଇରାଲ ହେଉଛି। 

Misleading Social

ହଲାଲ ଲୋଗୋ ଥିବା “ଆଶିରବାଦ୍ ଅଟ୍ଟାର ଏକ ପ୍ୟାକେଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହି ହଲାଲ ସାର୍ଟିଫିକେଟ୍ ଆଶିର୍ବାଦ୍ ଅଟ୍ଟା ଭାରତରେ ବିକ୍ରି ହେଉଛି। ଏହି ଫୋଟୋ ଉପରେ ଉପଭୋକ୍ତା ମାନେ ପ୍ରଶ୍ନ କରୁଛନ୍ତି ଯେ କେଉଁ ସରକାରୀ ସଂସ୍ଥା ଅତ୍ତାରେ ହଲାଲ ଲୋଗୋ ଲଗାଇବାର ଅନୁମତି ଦେଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ଫାଇଲ। ହଲାଲ ଲୋଗୋ ସହିତ ଆଶୀର୍ବାଦ ଅଟ୍ଟାର ପ୍ଯାକେଟ ଗୁଡ଼ିକ କେବଳ ରପ୍ତାନି ଉଦ୍ଦେଶ୍ୟରେ ଉତ୍ପାଦନ କରା ଯାଏ। 

Facebook | Archive

ଆମକୁ ଅନ୍ୟ ଏକ ପୋଷ୍ଟ ମଧ୍ୟ ମିଳିଲା ଯେଉଁଥିରେ ଦାବି କରା ଯାଇଛି ଯେ ଏହି ହଲାଲ ଲୋଗୋ ଥିବା ଆଶୀର୍ବାଦ ଅଟ୍ଟାରେ ଛେପ ମିଶ୍ରଣ କରା ଯାଇଛି, ତେଣୁ ଏହାକୁ ବୟକଟ୍ କରନ୍ତୁ। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ। 

https://www.facebook.com/giridhar.kondi/posts/pfbid0j3QRNTpYB1S1usgcuLc1NsCfx5SagwaPKEGxUcy9TjSb5Y5B54wv8qU2mzxvhvjil

Archive

ଆମ ଅନୁସନ୍ଧାନ: 

ଗୁଗୁଲ ରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ITC କମ୍ପାନୀର ଏକ ଟୁଇଟ ମିଳିଲା ଯାହା ୧ ଡିସେମ୍ବର ୨୦୨୩ ରେ କରା ଯାଇଥିଲା। ଟୁଇଟ୍‌ରେ ଆଇଟିସି କହିଛି ଯେ ହଲାଲ ଲୋଗୋ ସହିତ ଆଶିର୍ଭାଦ୍ ଅଟ୍ଟା ପ୍ୟାକ୍ ଏକ ପୁରୁଣା ରପ୍ତାନି-କେବଳ ପ୍ୟାକ୍ ଏବଂ ଏହା ଭାରତୀୟ ବଜାର ପାଇଁ ଉଦ୍ଦିଷ୍ଟ ନୁହେଁ।

Archive

ଭାଇରାଲ୍ ଦାବିକୁ ସ୍ପଷ୍ଟ କରି ଆମେ ୨୫ ଏପ୍ରିଲ ୨୦୨୦ ରେ ITC କେୟାରରୁ ଆଉ ଏକ ଟୁଇଟ୍ ପାଇଲୁ। ଏଥିରେ ଲେଖା ଯାଇଛି, “ହଲାଲ ଲୋଗୋ ଥିବା ଆଶୀର୍ବାଦ ପ୍ଯାକେଟ ଗୁଡ଼ିକ ଭାରତରେ ବିକ୍ରୟ ହେଉଥିବା ଦାବି ବିଭ୍ରାନ୍ତକାରୀ ଏବଂ ମିଥ୍ୟା ଅଟେ। ଏହି ପ୍ୟାକେଟ ଗୁଡ଼ିକ ରପ୍ତାନି ଉଦ୍ଦେଶ୍ୟରେ କେବଳ ସେହି ଦେଶ ପାଇଁ ଉତ୍ପାଦନ କରା ଯାଇଛି ଯେଉଁଠାରେ ସମସ୍ତ ଉତ୍ପାଦିତ ଉପରେ ହଲାଲ ଲୋଗୋ ରହିବା ବାଧ୍ୟତାମୂଳକ।”

ମେ ୨୦୦୨ ରେ ଆଶୀର୍ବାଦ ଅଟ୍ଟାର ଶୁଭାରମ୍ଭ ସହିତ ITC ବ୍ରାଣ୍ଡେଡ୍ ଅଟ୍ଟା ବଜାରରେ ପ୍ରବେଶ କରିଥିଲା। 

ଆମେ “ଆଶିର୍ବାଦ୍ ମଲ୍ଟିଗ୍ରେନ୍ ଅଟ୍ଟାର ପ୍ୟାକେଟ୍ ଯାଞ୍ଚ କରିଲୁ, କିନ୍ତୁ ଏଥିରେ ଲୋଗୋ ଲୋଗୋ ନଥିଲା।

ସିଦ୍ଧାନ୍ତ

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଏବଂ ବିଭ୍ରାନ୍ତକାରୀ ଅଟେ। ହଲାଲ ଲୋଗୋ ଥିବା ଆଶୀର୍ବାଦ ଅଟ୍ଟାର ପ୍ଯାକେଟ ଗୁଡ଼ିକ କେବଳ ସେହି ଦେଶକୁ ରପ୍ତାନି ଉଦ୍ଦେଶ୍ୟରେ ଉତ୍ପାଦନ କରା ଯାଇଛି ଯେଉଁଠାରେ ହଲାଲ ଲୋଗୋ ଥିବା ବାଧ୍ୟତାମୂଳକ। ଏହି ପ୍ଯାକେଟ ଗୁଡ଼ିକ ଭାରତରେ ବିକ୍ରୟ ଉଦ୍ଦେଶ୍ୟରେ ଉତ୍ପାଦନ କରା ଯାଇ ନାହିଁ।

Avatar

Title:ଆଶୀର୍ବାଦ ଅଟ୍ଟା ପ୍ଯାକେଟରେ ହଲାଲ ଲୋଗୋ ଥିବା ଫୋଟୋ ଭ୍ରମାତ୍ମକ ଦାବି ସହିତ ଭାଇରାଲ ହେଉଛି।

Written By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *