ଯଶୋଭୁମି ଉଦ୍ଘାଟନ ପାଇଁ ଆସିଥିବା କାରିଗରମାନଙ୍କ ଫୋଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ବିସ୍ତାରରେ ସତ୍ୟତା ଜାଣନ୍ତୁ। 

Missing Context Political

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ରେ ତାଙ୍କ ଜନ୍ମଦିନରେ ଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର ଯଶୋବୋମିର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ ସମୟର ଦୁଇଟି ଫୋଟୋ  ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ପ୍ରଥମ ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ହାଣ୍ଡି ନିର୍ମାଣ କାରିଗରଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଫୋଟୋରେ ସେ ଜଣେ ମୋଚି ସମ୍ମୁଖରେ ଜୋଟା ଦେଖୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଦୁଇଟି ଫୋଟୋରେ ଯିଏ କୁମ୍ଭାର ସେହି ଲୋକ ମଧ୍ୟ ମୋଚି ଏବଂ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଚଳ। 

କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଫୋଟୋକୁ ବିନା ସଠିକ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଥିବା ପାଇଲା। 

କ’ଣ ଦାବି କରା ଯାଇଛି  ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ମିଚୁଆ ଏବଂ ବହୁରୂପି ମାନଙ୍କୁ ସାବଧାନ। ମୋଚି ହିଁ କୁମ୍ଭାର ଏବଂ କୁମ୍ଭାର ହିଁ ମୋଚି

Facebook | Archive

ଆମ ଅନୁସନ୍ଧାନ:

ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର୍ଟ କରି ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହା ନିକଟରେ ଯଶୋଭୂମିର ଉଦ୍ଘାଟନ ଦିନର ଫୋଟୋ ଅଟେ। ଆମକୁ ଏହି ଅବସରର ଗୋଟିଏ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ୧୭ ସେପ୍ଟେମ୍ବର ୨୦୨୩ ରେ ପ୍ରସାରିତ ହେଇଥିବା ମିଳିଲା। 

ଏହି ଭିଡିଓରେ ୧୦.୦୮ ମିନିଟରେ ଦେଖିବାକୁ ମିଳିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଜୋତା ସିଲେଇ କରୁଥିବା ମୋଚିକୁ ଭେଟିଥିଲେ। ଏହି ଲୋକଟିର ମୁହଁରେ ନିଷ ଅଛି ଏବଂ ପକେଟରେ ଚଷମା ପରି କିଛି ରଖା ହୋଇଥିବା ଦେଖାଯାଉଛି। କିନ୍ତୁ ଭିଡିଓର ୧୦.୨୬ ମିନିଟରେ ଦେଖିବାକୁ ମିଲିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ କୁମ୍ଭାର ସହିତ ସାକ୍ଷାତ କରୁଛନ୍ତି। ସେହି ବ୍ୟକ୍ତିକୁ ଅତି ନିକଟରୁ ଦେଖିଲା ପରେ ଆମେ ଜାଣିଲୁ ଯେ ତାଙ୍କର ଚେହେରା ଏବଂ ଶରୀରର ଗଠନ ମୋଚି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହି ବ୍ୟକ୍ତିଙ୍କର ନିଷ ନାହିଁ ଏବଂ ପକେଟରେ କଲମ ଅଛି, ଚଷମା ନୁହେଁ।

ଏହା ବାବଦ ବିଭିନ୍ନ ଗଣମାଧ୍ୟମରେ ଏହି ଦୁଇଟି ଲୋକଙ୍କ ଅନେକ ଫୋଟୋ ପ୍ରକାଶିତ ହେଇଥିବା ମିଳିଛି ଯେଉନଥିରୁ ସ୍ପଷ୍ଟ ହେଉଛି ଯେ ଦୁଇଟି ଲୋକ ଭିନ୍ନ ଅଟନ୍ତି। ସେହି ଫୋଟୋ ଗୁଡିକ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ନିମ୍ନରେ ଆପଣ ମାନେ ସେହି ଦୁଇଟି ବ୍ୟକ୍ତିଙ୍କର ଫୋଟୋର ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ମୋଚି ଏବଂ କୁମ୍ଭାର ସମାନ ଲୋକ ନୁହେଁ, ଦୁଇଟି ଭିନ୍ନ ଲୋକ ଅଟନ୍ତି। ଦୁଇଟି ଭିନ୍ନ ଲୋକଙ୍କର ଫୋଟୋକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

Avatar

Title:ଯଶୋଭୁମି ଉଦ୍ଘାଟନ ପାଇଁ ଆସିଥିବା କାରିଗରମାନଙ୍କ ଫୋଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ବିସ୍ତାରରେ ସତ୍ୟତା ଜାଣନ୍ତୁ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *