କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।

False Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ମହିଳା ମିଶି ଜଣେ ବ୍ୟକ୍ତିକୁ ମାରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳାମାନେ ଜଣେ ବିଜେପି ନେତାକୁ ମାରୁଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

1 ଅଗଷ୍ଟରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦେଶ ଜାଗ୍ରତ ହୋଇ ସାରିଛି, ଯେଉଁଠି ବି ବିଜେପି କମଳା ଦେଖୁଛନ୍ତି, ଜନସାଧାରଣ ଚୋପା ଛଡାଇଦେଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକ ସେୟାର କରାଯାଇଛି। ଭିଡିଓରେ ଲାଇକ କମେଣ୍ଟ ମଧ୍ୟ ଅଧିକ ଆସିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ  ଭାଇରାଲ ଭିଡିଓରେ ମହିଳାମେନ ଜଣେ ବିଜେପି ନେତାକୁ ମାରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ପୂର୍ବରୁ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Omkar Naik ନାମକ ଏକ ଟ୍ୱିଟର ଆକାଉଣ୍ଟରେ tv9 ନ୍ୟୁଜ ଚ୍ୟାନେଲର ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟର ଭାଇରାଲ ଭିଡିଓ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଜଣେ ଫିଲ୍ମ ପ୍ରୋଡ୍ୟୁସରକୁ ମହାରାଷ୍ଟ୍ରରେ ମହିଳାମାନେ ମାରୁଛନ୍ତି। ଏହାର ଖବର ତଳେ ଲିଙ୍କରେ ଦେଖନ୍ତୁ। 

https://twitter.com/Omkarsureshnaik/status/1421011484750991366

ଏହା ପରେ ଆମେ ମିଳିଥିବା ସୂଚନା ଅନୁସାରେ ଗୁଗୁଲରେ ସର୍ଚ୍ଚ କରିବାରୁ ଆମକୁ lokmat ନ୍ୟୁଜର ପେଜରେ ଭାଇରାଲ ଭିଡିଓର ଖବର ମିଳିଲା। 29 ଜୁଲାଇ 2021ରେ ପାରକାଶିତ ହୋଇଥିବା ଖବର ଅନୁସାରେ  ଉତ୍ତରପ୍ରଦେଶର ଜଣେ ଫିଲ୍ମ ପ୍ରୋଡ୍ୟୁସର ମହାରାଷ୍ଟ୍ରର ଜଣେ ଝିଅକୁ ଏକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ କହିଥିଲେ। ମହିଳାକୁ କୁହାଯାଇଥିଲା ଯେ, ମହିଳା ଯଦି  ଚଳଚ୍ଚିତ୍ରରେ ଏକ ମୁଖ୍ୟ ଭୂମିକା ଚାହୁଁଛନ୍ତି, ତେବେ ଫିଲ୍ମର ନିର୍ମାତା ଆସନ୍ତାକାଲି ୟୁପିରୁ ମୁମ୍ବାଇ ଆସିବେ।  ଆପଣଙ୍କୁ ନିର୍ମାତାଙ୍କୁ ଖୁସି କରିବାକୁ ପଡିବ, ତାଙ୍କ ସହ ଶାରୀରୀକ ସମ୍ପର୍କ କରିବାକୁ ପଡ଼ିବ। 

 ଝିଅଟି ସାହସର ସହିତ ପରିବାର ଲୋକଙ୍କୁ ଏହା ବିଷୟରେ କହିଲା।  ପରିବାର ସଦସ୍ୟମାନେ ମଞ୍ଚାଇଜ୍ ଅଫିସ୍ ଧାରକ (Manchise office bearers) ସହିତ ଯୋଗାଯୋଗ କରିଥିଲେ। ଏହା ପରେ,  MNS ଚିତ୍ରପ୍ରତ୍ ସେନାର ଉପାଧ୍ୟକ୍ଷ ପଦ୍ମାରାମ ରାଣେ ନାମକ ଜଣେ ଅଭିନେତ୍ରୀ ଅଧିକାରୀମାନଙ୍କୁ ଫାନ୍ଦରେ ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରପ୍ରଦେଶର ସେହି ଡାଇରେକ୍ଟର ଆସିଲାପରେ ସମସ୍ତେ ତାଙକୁ ମାଡ଼ମାରି ପୋଲିସଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ପାଖରେ ଅପରାଧି 4 ଜଣ  ଆତ୍ମସମର୍ପଣ କଲେ । ତାଙ୍କ ନାମ ଗିରିଜେଶ ଯାଦବ, ବିରାଲାଲ ଯାଦବ, ରାହୁଲ ଯାଦବ ଏବଂ କାଞ୍ଚନ ଯାଦବ। ଚାରିଜଣ ଲକ୍ଷ୍ନୌର ଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- lokmatArchive

ଏହି ଖବର newstrackliveରେ ମଧ୍ୟ ଦେଖିପାରିବେ । ଏହା ଛଡ଼ା ଏକ youtube channelରେ ଭାଇରାଲ ଭିଡିଓର ଅନ୍ୟ ଏକ ଭିଡିଓ ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, ମହାରାଷ୍ଟ୍ରର ଜଣେ ଝିଅକୁ ନିର୍ଯାତନା ଦେବାକୁ ଚେଷ୍ଟା କରୁଥିବା ଲକ୍ଷ୍ନୌର ଫିଲ୍ମ ନିର୍ମାତାଙ୍କୁ MNS ଚାପୁଡ଼ା ମାରିଛି। ଏହାପରେ ଆମକୁ Zee 24 Taas ନ୍ୟୁଜ ଚ୍ୟାନେଲର ମଧ୍ୟ ଖବର ପାଇଲୁ।  ପୀଡିତା ଏହି ଅଭିଯୁକ୍ତଙ୍କ ବିରୋଧରେ କାସରଭବାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

30 ଜୁଲାଇରେ mid-day ପେଜରେ  ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ଘଟଣାକୁ ନେଇ ମହିଳା Kasarvadavali police station( କସରଭଡାଭାଲୀ ପୋଲିସ ଷ୍ଟେସନ)ରେ ମାମଲା ରୁଜୁ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- mid-dayArchive

ଏହାପରେ ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ Kasarvadavali police station ରେ ସମ୍ପର୍କ କରିଲୁ। ପୁଲିସ କର୍ମି A. E. KALDATE ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ବୋଲି ସ୍ପଷ୍ଟ କେଲ। ଭାଇରାଲ ଭିଡିଓରେ ବିଜେପି ନେତା ନୁହେଁ ଜଣେ ଫିଲ୍ମ ପ୍ରଡ୍ୟୁସରକୁ ମହିଳାମାନେ ପିଟୁଛନ୍ତି। ଏହା ସେ ଏପରି ମିଥ୍ୟା ଖବର ଭାଇରାଲ ନ କରିବା ପାଇଁ ନିବେଦନ କରିଛନ୍ତି। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ମହିଳାମାନଙ୍କଠାରୁ ଫିଲ୍ମ ପ୍ରୋଡ୍ୟୁସର ମାଡ଼ ଖାଉଥିବା ଭିଡିଓରେ ବିଜେପି ନେତା ମାଡ଼ ଖାଉଥିବା ଦାବିରେ ଭାଇରାଲ ହେଉଛି। ଲକ୍ଷ୍ନୌର ଜଣେ ଫିଲ୍ମ ପ୍ରୋଡ୍ୟୁସର ମହାରାଷ୍ଟ୍ରର ଝିଅକୁ ଫିଲ୍ମରେ ରୋଲ ଦେବା ବାହାନାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବାପରେ ଏହି ଘଟଣା ଘଟିଛି।

Avatar

Title:କ’ଣ ମହିଳାଙ୍କଠାରୁ ବିଜେପି ନେତା ମାଡ଼ ଖାଉଛନ୍ତି ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *