କୋଭିଡ ମାହାମାରୀ କାରଣରୁ କେତେକ ବର୍ଗ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରିବାକୁ ସରକାର ଦ୍ଵାରା ନିଷ୍ପତ୍ତି ନିଯା ଯାଇଥିଲା। ଏପରି ନିଷ୍ପତ୍ତି ଛାତ୍ର ମାନଙ୍କ ମଧ୍ୟରେ ଅନେକ ବିବାଦ ଏବଂ ମତଭେଦ ସୃଷ୍ଟି କରିଛି। ଲୋକମାନେ ୨୦୨୧ ମସିହାରେ ପାସ୍ କରିଥିବା ଛାତ୍ରମାନଙ୍କୁ ପରିହାସ କରୁଛନ୍ତି ଯେ ସେମାନେ ଅଧ୍ୟୟନ ନକରି ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ସମୟରେ ସୋସିଆଲ ମିଡିଆରେ ଏଚଡିଏଫସି ବ୍ୟାଙ୍କର ଏକ ବିଜ୍ଞାପନ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ ୨୦୨୧ ମସିହା ପାସ୍ ହେଇଥିବା ପ୍ରାର୍ଥୀ ଚାକିରି ପାଇଁ ଯୋଗ୍ୟ ନୁହନ୍ତି। ଏହି ବିଜ୍ଞାପନ ତାମିଲନାଡୁର ମଦୁରାଇ ସହରରେ ସ୍ଥିତ ଏକ ଏଚଡିଏଫସି ବ୍ଯାଙ୍କର ବିଜ୍ଞାପନ ଅଟେ।

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ଏଚଡିଏଫସି ବ୍ୟାଙ୍କ କେୟାର୍ସ ନାମକ ଟୁଇଟର ହେଣ୍ଡେଲରେ ୩ ଅଗଷ୍ଟରେ ଏକ ଟୁଇଟ ମିଳିଲା ଯେଉଁଥିରେ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଏହା ଏକ ଟାଇପିଙ୍ଗ ତ୍ରୁଟି ଅଟେ। ବୟସ ମାନଦଣ୍ଡ ପୂରଣ କରିଥିବା ସମସ୍ତ ସ୍ନାତକମାନ ଏଚାକିରି ପାଇଁ ଆବେଦନ କରି ପାରିବେ। ଏଚଡିଏଫସି ଦ୍ଵାରା ସଠିକ୍ ବ୍ବିଜ୍ଞାପନ ପ୍ରଦାନ କରା ଯାଇ ସାରିଛି।

Archive

ଏହା ପରେ ଆମକୁ ୩ ଅଗଷ୍ଟରେ ଡିଏନଏ ପତ୍ରିକାରେ ପ୍ରକାଶିତ ଏକ ସମ୍ବାଦରେ କୁହା ଯାଇଅଛି ଯେ ଫୋଟୋ ଭାଇରାଲ ହେବା ପରେ ଏଚଡିଏଫସି ବ୍ୟାଙ୍କ ଏହି ମାମଲା ନେଇ ସ୍ପଷ୍ଟ କରିଛି ଏବଂ ଏକ ସଠିକ୍ ବିଜ୍ଞାପନ ଖବରକାଗଜରେ ଜାରି କରିଛି। ଶାଖା ବିକ୍ରୟ ଅଧିକାରୀ ଭୂମୋକା ପାଇଁ ଗ୍ରାଜୁଏଟ୍ ମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଆମନ୍ତ୍ରଣ କରା ଯାଇଅଛି। ଏହି ନୂଆ ବିଜ୍ଞାପନରେ ଲେଖା ଯାଇଅଛି “୨୦୨୧ ପାସ୍ ହୋଇଥିବା ପ୍ରାର୍ଥୀ ମାନେ ମଧ୍ୟ ଯୋଗ୍ୟ ଅଟନ୍ତି।”

DNA.jpg

DNA | Archive

ଶେଷକଥା:

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଏଚଡିଏଫସି ଭାଇରାଲ ବିଜ୍ଞାପନକୁ ଟାଇପିଙ୍ଗ ତ୍ରୁଟି ବୋଲି କହିଛି ଏବଂ ନୂତନ ସଠିକ୍ ବିଜ୍ଞାପନ ମଧ୍ୟ ଜାରି କରି ସାରିଛି।

Avatar

Title:୨୦୨୧ ମସିହା ପାସ୍ ହୋଇଥିବା ପ୍ରାର୍ଥୀ ମାନଙ୍କ ଚାକିରି ନେଇ ଏଚଡିଏଫସି ବ୍ୟାଙ୍କର ବିଜ୍ଞାପନ ପଛରେ ଥିବା ସତ୍ୟ ଘଟଣା କ’ଣ?

By: Siddharth Sahu

Result: Explainer