କ’ଣ ଜବାହାରଲାଲ ନେହରୂ ନିଜକୁ ଦୁର୍ଘଟଣା ବସତଃ ହିନ୍ଦୁ ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ରାଜନୈତିକ ନେତା ମାନଙ୍କ ବିଷୟରେ ଭିତ୍ତିହୀନ ଗୁଜବ ବିସ୍ତାର କରିବା ଏକ ସାଧାରଣ କଥା ହୋଇଗଲାଣି। ସମ୍ପ୍ରତିରେ ଆମେ ଅନେକ ରାଜନୈତିକ ନେତାଙ୍କ ଜୀବନ, ସେମାନଙ୍କ ନାମ ଏବଂ ଚରିତ୍ରକୁ ବଦନାମ କରୁଥିବା ବିଷୟର ଅନେକ ପୋଷ୍ଟ ଭାଇରାଲ ହେଉଥିବା ଦେଖିଛୁ। 

ସୋସିଆଲ ମିଡିଆରେ ଜବାହାରଲାଲ ନେହେରୁଙ୍କୁ ନେଇ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ସେ ନିଜେ କହିଥିଲେ ଯେ ସେ ଶିକ୍ଷା ଦ୍ଵାରା କ୍ରୀଷ୍ଟିୟାନ, ସଂସ୍କୃତି ଦ୍ଵାରା ମୁସଲମାନ ଏବଂ ଦୁର୍ଭାଗ୍ୟ ଦ୍ଵାରା ହିନ୍ଦୁ ଅଟନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଫ୍ୟାକ୍ଟ କ୍ରିଷେଣ୍ଡୋ ନେହେରୁଙ୍କ ଉପରେ ଏହି ପରି ଅଭିଯୋଗ ପୂର୍ବରୁ ମଧ୍ୟ ମିଥ୍ୟା ବୋଲି ପ୍ରମାଣ କରି ସାରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରା ଯାଇଥିଲା ଯେ ନେହେରୁ ମୁସଲମାନ ବଂଶାବଳିରେ ଜନ୍ମ ନେଇଥିଲେ ଏବଂ ତାଙ୍କ ପିତା ମୁସଲମାନ ଥିଲେ ଏବଂ ନେହେରୁ ଏକ ନକଲି ହିନ୍ଦୁ ଥିଲେ। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ଖଣ୍ଡନ କରି ଏହାକୁ ମିଥ୍ୟା ପ୍ରମାଣ କରିଥିଲା। ଆପଣ ଏହି ଲିଙ୍କ୍ ରେ କ୍ଲିକ୍ କରି ନେହେରୁଙ୍କ ବଂଶାବଳିର ପୁରା ସତ୍ୟତା ଜାଣି ପାରିବେ। 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିଲୁ। ଫୋଟୋର ତଳେ ବାମ ପାର୍ଶ୍ଵରେ ‘ନେହେରୁ ଖାନ ବଂଶ’ ଲେଖା ଯାଇଥିବା ମିଳିଲା।

vans.jpg

ଏହା ନେଇ ଆମେ ଗୁଗୁଲରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ନେହେରୁ ଖାନ ବଂଶ ଏକ ପୁସ୍ତକର ନାମ ଅଟେ। ଆମେ ଅନ୍ଲାଇନ ଏହି ପୁସ୍ତକର କିଛି ପ୍ରୁଷ୍ଠା ପଢିଲୁ। ଏହି ପୁସ୍ତକରେ କିଛି ସ୍ଥାନରେ ଇନ୍ଦିରା ଗାନ୍ଧୀଙ୍କ ନାମ କାଟି ତାହାକୁ ଇନ୍ଦିରା ଖାନ ଏବଂ ସୋନିଆ ଗାନ୍ଧୀଙ୍କ ନାମ କାଟି ସେଠାରେ ସୋନିଆ ମାଇନୋ ଲେଖା ଯାଇଅଛି। 

book.jpg

Website 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨୫ ନଭେମ୍ବର ୨୦୧୮ ମସିହାରେ ଏକ ଟୁଇଟର ହେଣ୍ଡେଲରେ ଡେକାନ କ୍ରୋନିକାଲ୍ସ ପତ୍ରିକାର ଏକ କ୍ଲିପ ମିଳିଲା ଯେଉଁଥିରେ ଡେକାନ କ୍ରୋନିକ୍ଳେଶ ସ୍ପଷ୍ଟ କରିଛି ଯେ ନେହେରୁ ନିଜକୁ  ‘ଦୁର୍ଭାଗ୍ୟରୁ ହିନ୍ଦୁ’ ବୋଲି କହି ନାହାନ୍ତି, ଏହା ହିନ୍ଦୁ ମାହାସଭା ଅଧ୍ୟକ୍ଷ ଏନ.ବି.ଖାରେ ୧୯୫୯ ମସିହାରେ ନେହେରୁଙ୍କ ପାଇଁ କହି ଥିଲେ। 

Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ବି.ଆର.ନନ୍ଦା ନାମକ ଲେଖକଙ୍କ ଦ୍ଵାରା ପ୍ରକାଶନ ହୋଥିବା ପୁସ୍ତକ ‘ଦି ନେହେରୁଜ୍: ମୋତିଲାଲ ଏଣ୍ଡ ଜବାହାରଲାଲ’ ରେ ଉଲ୍ଲେଖ ହୋଇଥିବା ମିଳିଲା ଯେ ହିନ୍ଦୁ ମାହାସଭା ନେତା ଏନ.ବି.ଖାରେ ନେହେରୁକ ବର୍ଣନା କରି କହିଥିଲେ ଯେ ‘ନେହେରୁ ଶିକ୍ଷା ଦ୍ଵାରା ଇଂରାଜୀ, ସଂସ୍କୃତି ଦ୍ଵାରା ମୁସଲିମ ଏବଂ ଦୁର୍ଭାଗ୍ୟ ବସ ହିନ୍ଦୁ’ ଅଟନ୍ତି। 

nehrus.jpg

Google Books 

ଶେଷକଥା

ଆମ ଅନୁସନ୍ଧାନରେ ପ୍ରମାଣିତ ହେଲା ଯେ ଦୁର୍ଭାଗ୍ୟରୁ ହିନ୍ଦୁ ହେଇଥିବା କଥା ନେହେରୁ କହି ନଥିଲେ। ହିନ୍ଦୁ ମାହାସଭାର ନେତା ଏନ.ବି.ଖାରେ ୧୯୫୦ ମସିହାରେ ନେହେରୁଙ୍କ ପାଇଁ ଏହି ଶବ୍ଦ କହିଥିଲେ।

Avatar

Title:କ’ଣ ଜବାହାରଲାଲ ନେହରୂ ନିଜକୁ ଦୁର୍ଘଟଣା ବସତଃ ହିନ୍ଦୁ ବୋଲି କହିଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *