
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ବ୍ୟାଙ୍କ ଲୁଟୁଛନ୍ତି। ସେହି ସମୟରେ ପୋଲିସ ବ୍ୟାଙ୍କରେ ପଶି ତାଙ୍କୁ ଧରୁଛି। ଦାବି ଅନୁଯାୟୀ ଏହି ଭିଡିଓ ମହାରାଷ୍ଟ୍ରର ଅହମଦନଗର ଏକ ବ୍ୟାଙ୍କ ଅଟେ। ଏହି ଭିଡିଓରେ ଆମେ ଜଣେ ପୋଲିସକର୍ମୀଙ୍କୁ ମାଇକ୍ ମାଧ୍ୟମରେ ଧାରା ପଡିଥିବା ଡକାଯତ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଶୁଣିବାକୁ ପାଇଲୁ।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୩ ସେପ୍ଟେମ୍ବରରେ ଜଣେ ଫେସବୁକ ବ୍ୟବହାରକାରୀ ଏହି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତ୭ଇ ଯେ “ବ୍ୟାଙ୍କ ଡକାୟତକୁ ରେଡ୍ ହେଣ୍ଡେଡ୍ କାବୁ କଲା ପୋଲିସ। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଶାଖାରେ ଡକାୟତ ମାନଙ୍କୁ ପୋଲିସ କାବୁ କରିଥିଲା। ଛୁଟି ଥିବା’ରୁ ବ୍ୟାଙ୍କ ବନ୍ଦ ଥିଲା। ଭିତରୁ ଶବ୍ଦ ହେଉଥିବା ସୂନୀ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତିନି ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ଖଣ୍ଡା ଓ ବନ୍ଧୁକ ଜବତ କରିଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଇନଭିଡ ୱି ଭେରୀଫାଏ ଏକ୍ସଟେନସନ ଟୁଲ୍ ସାହାଯ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୧ ସେପ୍ଟେମ୍ବର ରେ ଏକ ମରାଠୀ ଭାଷା ପତ୍ରିକା ୱେବସାଇଟ ‘ମହାରାଷ୍ଟ୍ର ଟାଇମ୍ସ’ ରେ ଏହି ଘଟଣା ଜଡିତ ସୂଚନା ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓର ଶୀର୍ଷକରେ “ଅହମଦନଗର ସହରର ଶେଣ୍ଡି ଗ୍ରାମରେ ବ୍ୟାଙ୍କ ଡକାୟତି, ସାମନାକୁ ଆସିଲା ମକ୍ ଡ୍ରିଲ୍।”
ଏହି ରିପୋଇର୍ଟ ଅନୁଯାୟୀ ଭାଇରାଲ ଭିଡିଓ ଏକ ମକ୍ର ଡ୍ରିଲ୍ ଥିଲା ଯେଉଁଟା ଅହମଦନଗରର ଶେଣ୍ଡି ଗ୍ରାମର ଘଟଣା ଅଟେ ଯେଉଁଟା ଗ୍ରାମ ସୁରକ୍ଷା ଦଳ ଅଭ୍ୟାସ ସ୍ୱରୂପ ଆୟୋଜିତ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ପୋଲିସ ଲୋକଙ୍କୁ ସାହାଯ୍ୟତା ପ୍ରଦାନ କରିବାରେ ସକ୍ଷମ ରହୁ ସେଥିପାଇଁ ବିଭିନ୍ନ ସ୍ଥାନରେ ଏହି ଅଭ୍ୟାସ କରା ଯାଉଥିଲା। ଭାଇରାଲ ଭିଡିଓର କ୍ଲିପ୍ କୁ ଆମେ ନିମ୍ନରେ ଥିବା ମୂଳ ଭିଡିଓର ୧ ମିନିଟ ୫ ସେକେଣ୍ଡ’ରେ ଦେଖି ପାରିବା
ନିମ୍ନରେ ଆପଣ ଭାଇରାଲ ଭିଡିଓରୁ ନିଆ ଯାଇଠଗିବା ସ୍କ୍ରିନଶଟ୍ ଏବଂ ମହାରାଷ୍ଟ୍ର ଟାଇମ୍ସ ଦ୍ଵାରା ପ୍ରେଅସାରିତ ହେଇଥିବା ଭିଡିଓର ସ୍କ୍ରିନଶଟ୍ ର ତୁଳନା ଦେଖି ପାରିବେ। ଏହି ତୁଳନାରୁ ଆପଣ ମାନେ ଜାଣି ପାରିବେ ଯେ ଭାଇରାଲ ଭିଡିଓ ଏବଂ ମହାରାଷ୍ଟ୍ର ଟାଇମ୍ସର ଭିଡିଓ ସମାନ ଅଟେ।

ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଅହମଦନଗରର ଲୋକାଲ୍ କ୍ରାଇମ୍ ବ୍ରାଞ୍ଚର ପୋଲିସ ଇନ୍ସପେକ୍ଟର ଅନିଲ କାଟକେଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “ଭାଇରାଲ ହେଉଥିବା ଭିଡିଓ ୩୧ ଅଗଷ୍ଟ ରେ ନଗର ପୋଲିସ ଦ୍ଵାରା କରା ଯାଇଥିବା ଏକ ମକ୍ ଡ୍ରିଲ୍ ଅଟେ। ଏହି ମକ୍ ଡ୍ରିଲ୍ ଶେଣ୍ଡି ଗ୍ରାମରେ ସ୍ଥିତ ଏକ ବ୍ୟାଙ୍କରେ କରା ଯାଇଥିଲା। ଏହି ଅଭ୍ୟାସ ଗ୍ରାମର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିବା ପାଇଁ କରା ଯାଇଥିଲା।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ବ୍ୟାଙ୍କରେ ଡକାୟତି ହେଉଥିବା ସମୟରେ ପୋଲିସ ଡକାଯତ ମଆନଙ୍କୁ ଧରିଥିବା ଦାବି ମିଥ୍ୟା ଅଟେ। ସ୍ଥାନୀୟ ପୋଲିସ କହିବା ଅନୁଯାୟୀ ଏହା ଏକ ମକ୍ ଡ୍ରିଲ୍ ଅଟେ ଯେଉଁଟା ଗ୍ରାମର ବିଭିନ୍ନ ସ୍ଥାନରେ ଅଭ୍ୟାସ କରା ଯାଇଥିଲା।

Title:କ’ଣ ଭାଇରାଲ ଭିଡିଓରେ ଅହମଦନଗର ପୋଲିସ ବ୍ୟାଙ୍କ ଲୁଟୁଥିବା ଡକାୟତ ମାନଙ୍କୁ ଧରୁଛନ୍ତି? ଜାଣନ୍ତୁ ସତ୍ୟ
Fact Check By: Siddharth SahuResult: False
