
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାସ୍କ ପିନ୍ଧିଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେ ଗାନ୍ଧୀ ତାଙ୍କ ମାସ୍କ ସହିତ ଖାଉଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ପାଖରେ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଅନେକ ସୋସିଆଲ ମିଡିଆ ପୃଷ୍ଠାରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ କୋରୋନା ସମୟରେ ଖାଇଲା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ୁ ନାହାନ୍ତି।
28 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଉଛି ଯେ, ବିଶ୍ୱରେ ବିରଳ ପପ୍ପୁ କେବଳ ଡାଇନିଂରେ ମାକ୍ସ ପିନ୍ଧି ଖାଏନି ଶିଖ୍ ମାନଙ୍କ ପଙ୍ଗତରେ ମଧ୍ୟ ମାକ୍ସ ପିନ୍ଧି ଖାଇ ଦୁନିଆକୁ ଉଦାହରଣ ଦେଉଛି “କରୋନା ହଟିବାକୁ ହେଲେ ମାକ୍ସ” ଜରୁରି ! ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ଖାଇବା ସମୟରେ ମଧ୍ୟ ମୁହଁରୁ ମାସ୍କ କାଡ଼ୁ ନାହାନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓକୁ ନେଇ ଅନେକ ଲିଙ୍କ ମିଳିଲା। 27 ଜାନୁଆରି 2022ରେ Punjab Congress ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓର ଏକ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀ, ଜି ସିଏମ୍ ସହିତ ସୁବର୍ଣ୍ଣ ଏବଂ ରାଜ୍ୟର ଅନ୍ୟ ବିଶିଷ୍ଟ କଂଗ୍ରେସ ନେତାମାନେ ପବିତ୍ର ଶ୍ରୀକ୍ଷେତ୍ରରେ ଭୋଗ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଭାଇରାଲ ଭିଡିଓ ଆମକୁ Oneindia Hindi ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। ଯେଉଁଥିରେ ଭିଡିଓର ଶେଷରେ ରାହୁଲ ଗାନ୍ଧୀ ମାସ୍କ ଖୋଲି ଖାଉଥିବାର ଦେଖାଯାଉଛନ୍ତି। ରାହୁଲ ଗାନ୍ଧୀ ଅନ୍ୟ କଂଗ୍ରେସ କର୍ମୀଙ୍କ ସହ ମାସ୍କ ଖୋଲି ଲଙ୍ଗରରେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଭିଡିଓର ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରାହୁଲ ଗାନ୍ଧୀ ମାସ୍କ ପିନ୍ଧୀ ଖାଉଥିବାର ଭିଡିଓ ବିଭ୍ରାନ୍ତକର ଅଟେ। ରାହୁଲ ଗାନ୍ଧୀ ମାସ୍କ ଖୋଲି ଲଙ୍ଗରରେ ମଧ୍ୟାହ୍ନ ଭୋଜନ କରୁଛନ୍ତି।

Title:ରାହୁଲ ଗାନ୍ଧୀ ଖାଇବା ସମୟରେ ମଧ୍ୟ ମୁହଁରୁ ମାସ୍କ କାଡ଼ୁ ନାହାନ୍ତି ?
Fact Check By: Saritadevi SamalResult: False
