କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

False Social

ଚନ୍ଦ୍ରର ସୁନ୍ଦରତାର ପ୍ରସଂଶା କିଏ ବା ନକରେ। କିନ୍ତୁ କ’ଣ ଚନ୍ଦ୍ର ଦେଖିବାକୁ ଯେତେ ସାଧାରଣ ସେତିକି ରହସ୍ୟମୟୀ? ମାନବ ଇତିହାସରେ ସବୁ ଠାରୁ ମହତପୂର୍ଣ ଘଟଣା ହେଲା ଯେ ମଣିଷ ଚନ୍ଦ୍ରରେ ପାଦ ଦେଲା। ଚନ୍ଦ୍ରକୁ ନେଇ ଅନେକ କାହାଣୀ ଜୁଡି ରହିଛି। ସେଇଟା କେତେ ସତ ବା କେତେ ମିଛ କହିବା କଠିଣ। ଏମିତି କେତଟି କାହାଣୀ ବର୍ଷ ବର୍ଷ ଧରି ଚାଲି ଆସିଛି। ଆସନ୍ତୁ ଆଜି ଆମେ ଏହି କାହାଣୀ ସହିତ ଜଡିତ ଆପଣଙ୍କୁ କିଛି ତଥ୍ୟ ଜଣାଇବୁ। 

୨୪ ନଭେମ୍ବର ୨୦୧୯ ରେ ଯୂଟ୍ୟୁବରେ କେ ନ୍ୟୁଜ ଓଡ଼ିଶା ଚ୍ୟାନେଲରେ ନାସାର ଏପୋଲୋ ୧୧ ମିଶନ ଏବଂ ଚନ୍ଦ୍ରରେ ଦେଖା ଯାଇଥିବା ଏଲିଏନ ବିଷୟରେ ନେଇ ଏହି ଭିଡିଓଟି କୁ ଭାଇରାଲ କରା ଯାଇଅଛି। ଏହି ଭିଡିଓରେ ଏହା ପ୍ରଶ୍ନ ଉଠା ଯାଇଅଛି ଯେ ୧୯୭୨ ପରେ ନାସା ଚନ୍ଦ୍ରକୁ ମାନବ ମିଶନ କାହିଁକି ପଠାଇଲା ନାହିଁ। ଏପୋଲୋ ୧୧ ମିଶନ ସମୟରେ ଏଭଳି କଣ ଘଟିଲା ଯାହା ସାଧାରଣ ଲୋକଙ୍କ ଠାରୁ ଲୁଚାଇ ରକ୍ଷା ଯାଇଅଛି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଚନ୍ଦ୍ରରେ ଏକ ଛାଇ ଦେଖିବାକୁ ମିଳିଥିଲା ଯେଉଁଟା ଦେଖିବାକୁ ଗୋଟିଏ ଛୋଟ  ମଣିଷ ଭଳି ଜଣା ପଡୁଅଛି। ଏହି ଫୋଟୋଟି ଭାଇରାଲ ହେଲା ପରେ ଲୋକଙ୍କ ମନକୁ ବିଶ୍ବାସ ଆସି ଗଲା ଯେ ଏହା କୌଣସି ଏଲିଏନର ଛାଇ ହୋଇଥାଇ ପାରେ। ସେଥିପାଇଁ ଚନ୍ଦ୍ରକୁ କୌଣସି ମାନବ ମିଶନ ପଠା ଯାଉ ନାହିଁ। ୧୯୬୮ ମସିହାରେ ନାସାର ଏପୋଲୋ ୮ ମିଶନରେ ଯାଇଥିବା ଅନ୍ତରୀକ୍ଷ ଯାତ୍ରୀଙ୍କ କଥା ବାର୍ତାର ଅଡିଓ ନାସାରୁ ଲିକ ହୋଇଯାଇଅଛି ଓ ଏହି ଅଡିଓରେ ମହାକାଶଚାରୀ ମାନେ ଏହା କହିଅଛନ୍ତି ଯେ ସେମାନେ ଗୋଟିଏ ୟୁଏଫଓ ଦେଖିଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅହି ଯେ ନାସା ଏହି କଥାକୁ ଲୁଚାଇ ଦେଇଅଛି ଏବଂ ପ୍ରମାଣକୁ ନଷ୍ଟ ମଧ୍ୟ କରିଦେଇଛି। ଏହି ଭିଡିଓରେ ଏହା ମଧ୍ୟ ପ୍ରଶ୍ନ ଉଠା ଯାଇଅଛି ଯେ ଚନ୍ଦ୍ରରେ ଏବେ ପର୍ଯ୍ୟନ୍ତ ସ୍ପେସ ଷ୍ଟେସନ କାହିଁକି ବନା ଯାଇ ନାହିଁ? ଏହି ଭିଡିଓ ଶେଷରେ ଏହା ଦାବି କରା ଯାଇଅଛି ଯେ ଏପୋଲୋ ମିଶନରେ ଯାଇ ଥିବା ଯାତ୍ରୀ କହିଛନ୍ତି ଯେ ସେମାନେ ଗୋଟିଏ ୟୁଏଫଓ ଦେଖିଥିଲେ ଓ ଏହି କାରଣ ପାଇଁ ନାସା ଚନ୍ଦ୍ରକୁ ମଣିଷ ପଠାଉ ନାହିଁ। 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “କାହିଁକି ନାସା ଏପୋଲୋ ୧୧ ପରେ କୌଣସି ମଣିଷକୁ ଚନ୍ଦ୍ର ପଠାଇ ନାହିଁ” ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମେ ନାସାର ୱେବସାଇଟ ପାଇଲୁ। 

୮ ଜାନୁୟାରୀ ୨୦୦୭ ରେ “ସୋଲାର ସିଷ୍ଟମ ଏକ୍ସପ୍ଲୋରେସନ ରିସର୍ଚ ଭର୍ଚୁଆଲ ଇନଷ୍ଟିଚ୍ୟୁଟ” (ଏସସେରଭି) ୱେବସାଇଟରେ ନାସା ଲୁନାର ସାଇନ୍ସ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଦେଭିଡ ମୋରିସନଙ୍କୁ ଯେତେବେଳେ ଚନ୍ଦ୍ରରେ ୟୁଏଫଓ ଦେଖାଯିବା ଘଟଣା ବିଷୟରେ ପଚରା ହେଲା ଓ ଯେତେବେଳେ ଏହା ମଧ୍ୟ ପଚରା ହେଲା ଯେ ନାସା କ’ଣ ପାଇଁ ମଣିଷକୁ ଚନ୍ଦ୍ରକୁ ପଠାଉ ନାହିଁ, ତ ସେ ଦୁଇଟି ଉତ୍ତର ଦେଇ ଥିଲେ। 

୧) କୌଣସି ମହାକାଶଚାରୀ କେବେ ମଧ୍ୟ ୟୁଏଫଓ ଦେଖି ନାହାନ୍ତି ଓ କୌଣସି ଏଲିଏନ ଜାହାଜ ଦେଖା ଯାଇଥିବାର ପ୍ରମାଣ ମିଳି ନାହିଁ।

୨) ୧୯୭୦ ମସିହା ପ୍ରାରମ୍ଭରୁ ଏପୋଲୋର ସମସ୍ତ କାର୍ଜ୍ୟକ୍ରମ କୁ ବନ୍ଦ କରିବାର ରାଜନୀତି ନିର୍ଣୟ ନିଯା ଯାଇଥିଲା। ସେହି ସମୟରେ ଏହା ନିର୍ଣୟ ମଧ୍ୟ ନିଯା ଯାଇଥିଲା ଯେ ସରକାର ଚନ୍ଦ୍ର ମିଶନ ପାଇଁ ଆଉ ଆର୍ଥିକ ସାହାଯ୍ୟ କରିବ ନାହିଁ। ୨୦୦୫ ମସିହାରେ ସରକାର ନାସାକୁ ଆସନ୍ତା ୧୫ ବର୍ଷରେ ମଣିଷକୁ ପୁଣି ଆଉଥରେ ଚନ୍ଦ୍ରରେ ଜୀବା ପାଇଁ ପ୍ରସ୍ତୁତ କରିବା ପାଇଁ କହିଅଛନ୍ତି।

sservi_david morrison.jpg

Archive

ନାସା ନିଜ ୱେବସାଇଟରେ ଏହା କହିଅଛି ଯେ ୧୯୭୨ ମସିହା ପରୁ ନାସା ଅନ୍ତରିକ୍ଷରେ ନିଜ ନେତୃତ୍ବ ବନାଇବା ପାଇଁ ଓ ଚନ୍ଦ୍ର ଏବଂ ଅନ୍ତରିକ୍ଷ ବିଷୟରେ ନିଜ ଜ୍ଞାନ ବଢାଇବାରେ ଜୋର ଦେଇଅଛି, ସେଥିପାଇଁ ୧୯୭୨ ରୁ ନେଇଂ ଏବେ ପର୍ଯ୍ୟନ୍ତ କୌଣସି ମଣିଷକୁ ଚନ୍ଦ୍ର ପଠା ଯାଇ ନାହିଁ। ନାସା ଏହା ମଦ୍ୟ ଘୋଷଣା କରିଅଛି ଯେ ୨୦୨୪ ମସିହା ସୁଧା ସେ ଅନ୍ତରୀକ୍ଷ ଯାତ୍ରୀ କୁ ଚନ୍ଦ୍ର ପଠାଇବ। 

nasa 2024.jpg

Archive

ଏହି ବିଷୟ ନେଇ ନାସା ପ୍ରେସରେ ମଧ୍ୟ announce କରିଅଛି ଓ ଯୁଟ୍ୟୁବରେ ମଧ୍ୟ ଭିଡିଓ ଛାଡି ଅଛି

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭିଡିଓରେ କରା ଯାଇ ଥିବା ଦାବି ଯେ ଚନ୍ଦ୍ରରେ ଏଲିଏନ ଥିବା ଯୋଗୁ ନାସା ଚନ୍ଦ୍ରକୁ ଆଉ ଅନ୍ତରୀକ୍ଷ ଯାତ୍ରୀ ପଠାଉ ନାହିଁ ଗୋଟିଏ ମିଥ୍ୟା ଖବର। ଆମ ଅନୁସନ୍ଧାନରୁ ଆମେ ଏହା ଖୋଜି ପାଇଲୁ ଯେ ନାସା ନିଜ ୱେବସାଇଟରେ ଏହା କହିଅଚି ଯେ ଚନ୍ଦ୍ର ଓ ଅନ୍ତରିକ୍ଷ ବିଷୟରେ ଜ୍ଞାନ ବଢାଉଛି ଏବଂ ୨୦୨୪ ସୁଧା ଚନ୍ଦ୍ରକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବ। ଏନ.ଏଲ.ଏସ.ଆଇ ଅଧ୍ୟକ୍ଷ ଦେଭିଡ ମୋରିସନ ମଧ୍ୟ ଏହା କହିଛନ୍ତି ଯେ ଚନ୍ଦ୍ରରେ ଏଲିଏନ ଥିବାର କୌଣସି ପ୍ରମାଣ ନାହିଁ ବା କେହି ଅନ୍ତରୀକ୍ଷ ଯାତ୍ରୀ କିଛି ଦେଖି ନାହାନ୍ତି।  

Avatar

Title:କାହିଁକି ଗତ ୪୦ ବର୍ଷରୁ ନାସା ଚନ୍ଦ୍ରକୁ କୌଣସି ଅନ୍ତରୀକ୍ଷ ଯାତ୍ରୀ ପଠାଇ ନାହିଁ? କ’ଣ ଚନ୍ଦ୍ରରେ ଏଲିଏନ ରହୁଥିବାର ନାସାକୁ ମିଳିଥିଲା ପ୍ରମାଣ? କ’ଣ ଏଲିଏନ ହି ସେହି କାରଣ ଯେଉଁଥି ପାଇଁ ନାସା ଚନ୍ଦ୍ରରେ ମଣିଷକୁ ପଠାଊ ନାହିଁ? ଜନତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *