ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

False Political

5 ଜାନୁଆରିରେ Pradhan Madan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଲାଲି ଠିକ୍ ମରାଯାଇଥିବା ବ୍ୟକ୍ତି ଇନ୍ଦିରା ଗାନ୍ଧିର ଶଶୁର ଅଟନ୍ତି। ଏହା ଛଡ଼ା ପୋଷ୍ଟରେ ଲେଖା ଯାଇଛି ଯେ, “ଫୋଟୋରେ ଇନ୍ଦିରା ଗାନ୍ଧିଙ୍କର ଶଶୁର ୟୁନିସ ଖାନଙ୍କ ସହ ଫିରୋଜ ଗାନ୍ଧିଏବଂ ଜୱାରଲାଲ ନେହେରୁ ଅଛନ୍ତି। ଏହି ଫୋଟୋ ବଡ଼ କଷ୍ଟରେ ମିଳିଛି।ଏହା ସହିତ ଲେଖା ଯାଇଛି ଯେ, ଏମାନେ ମୁସ୍ଲିମ ଧର୍ମର ହେବାରୁ CAAର ବିରୋଧ କରୁଛନ୍ତି”। ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରାଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ-Facebook  ।   Archive

ତେବେ ଭାଇରାଲ ପୋଷ୍ଟରେ ଥିବା ବ୍ୟକ୍ତି କଣ ଇନ୍ଦିରା ଗାନ୍ଧିଙ୍କ ଶଶୁର ଅଟନ୍ତି। ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ। ରିଭର୍ସ ଇମେଜରେ ଆମେ ଏହି ଫୋଟୋର ଲିଙ୍କ ୱିକିପିଡିଆ ପେଜରେ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ଫୋଟୋରେଥିବା ପ୍ରଥମେ ଜବାହାରଲାଲ ନେହେରୁ ,ଇନ୍ଦିରା ଗାନ୍ଧି, ନିଚଲାସ ରୋଇଚ୍ ଏବଂ ମୋହମଦ ୟୁନସୁ ଖାନ ଛିଡ଼ା ହୋଇଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ମୋହମଦ ୟୁନସ ଖାନ ଭାରତର ଇଣ୍ଡିଆନ ଫୋରେନ ସରଭିସର (Indian foreign Service) ମେମ୍ବର ଥିଲେ। ସେ ତୁର୍କି,ଇଣ୍ଡୋନେସିଆ , ଇରାକ ଏବଂ ସ୍ପେନ ଦେଶର ଆମ୍ବାସଡର ଥିଲେ। ମୋହମଦ ୟୁନସ ଖାନଙ୍କ ଡାହାଣ ପାଖରେ ଠିଆ ହୋଇଥିବା ବ୍ୟକ୍ତି  ରୁଷିଆର କଳାକାର ନିକୋଲାସ ରୋଏରିଚ ଅଟନ୍ତି । ତାଙ୍କ ସହ 1942ରେ  ହିମାଞ୍ଚଲ ପ୍ରଦେଶର କୁଲୁ ଠାରେ ଦେଖା କରିବା ସମୟରେ ଏହି ଫୋଟୋ ଉଠା ଯାଇଥିଲା। 

ଏଠାରେ ଲିଙ୍କ ଦେଖନ୍ତୁ-ୱିକିପିଡିଆ

ନିକଲୋସ ରୋଏରିଚ ରୁଷିଆର ଜଣେ ଜଣାଶୁଣା କଳାକାର ଏବଂ ଲେଖକ ଅନ୍ତି। ଏହା ସହିତ ମୋହମ୍ମଦ ୟୁନସୁ ଖାନ ଭାତର ବିଦେଶ ସେବାର ସଦଶ୍ୟ ଥିଲେ। ଏହା ଛଡ଼ା ଆମେ 31 ଡିସେମ୍ବର 2001 India Todayରେ ପ୍ରକାଶିତ ହୋଇଥିବା ଏକ ଅନୁଚ୍ଛେଦ ପାଇଲୁ ,ଯେଉଁଥିରେ ମୋହମ୍ମଦ ୟୁନସ ଖାନ ବିଷୟରେ ଲେଖା ଯାଇଥିଲା। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ୟୁନସ ଖାନ ନେହେରୁ ପରିବାର ସହ ଜଡ଼ିତଥିଲେ।  

ଏଠାରେ ଲିଙ୍କ ଦେଖନ୍ତୁ- India Today 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଇନ୍ଦିରା ଗାନ୍ଧିଙ୍କ ଶଶୁର କହି ଭାଇରାଲ କରାଯାଉଥିବା ଫୋଟୋ ମିଥ୍ୟା ଅଟେ। ଫୋଟୋରେଥିବା ବ୍ୟକ୍ତି ପ୍ରକୃତରେ ମୋହମଦ ୟୁନସ ଖାନ ଅଟନ୍ତି। ସେ ଭାରତ ବୈଦେଶିକ ସେବାର ସଦଷ୍ୟଥିଲେ। 

Avatar

Title:ଜାଣନ୍ତୁ ଭାଇରାଲ ଫୋଟୋରେ ଇନ୍ଦିରା ଗାନ୍ଧିଙ୍କ ଶଶୁର ବୋଲି ଦାବି କରାଯାଇଥିବା ବ୍ୟକ୍ତି କିଏ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *