
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଦର୍ଶାଯାଇଛି ଯେ ଏଥିରେ ଭାରତୀୟ ଫ୍ଲାଗ ଡ୍ରେସ କୋଡରେ ଥିବା ଲୋକମାନେ ଜାପାନରେ ସୂର୍ଯ୍ୟ ନମସ୍କାର କରୁଛନ୍ତି। ଭାଇରାଲ ଭିଡିଓ ଜାପାନର ବୋଲି ଦାବି କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
4 ଜୁଲାଇରେ Prasanta Nayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଗର୍ବ ଅନୁଭବ କରନ୍ତୁ କି ଜାପାନର ଲୋକ ଯୋଗରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ସେ ପୁଣି ଭାରତର ଜାତୀୟ ପତାକା ଫରମେସନ ବନାଇ । ପିଏମ ମୋଦି ଦୁନିଆକୁ ଯୋଗ ସଂସ୍କୃତି ଦେଇ ଭାରତକୁ ଗୌରବାନିତ୍ୟ କରିଛନ୍ତି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 26ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ଭାଇରାଲ ଭିଡିଓ Gouranga Patra Raja ନାମକ ଜଣେ ଫେସବୁକ ୟୁଜର ମଧ୍ୟ ପୋଷ୍ଟ କରିଛନ୍ତି। ଏହାର Archive ଲିଙ୍କ ଏଠାରେ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ଜାପାନର ଲୋକମାନେ ଭାରତୀୟ ଫ୍ଲାଗ ଡ୍ରେସ ପିନ୍ଧି ସୂର୍ଯ୍ୟ ନମସ୍କାର କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ 17 ମଇ 2015ରେ Narendra Modi’ and ‘PMO India ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ ହୋଇଥିବାର ପାଇଲୁ। ଯାହାକି 17 ମଇ 2015ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭାଇରାଲଲ ଭିଡିଓ ଜାପାନର ନୁହେଁ ମୋଙ୍ଗୋଲିଆର ଅଟେ। ପୋଷ୍ଟରେ ଲେଖାଯାଇଛି ଯେ,(PM Modi at the Community Reception & Yoga Event organised by ‘Art of Living’ in Mongolia) । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ANI , Narendra Modi ଟ୍ୱିଟରେ ମଧ୍ୟ ପ୍ରକାଶିତ କରାଯାଇଛି। ମୋଙ୍ଗୋଲିଆର ବୁଏଣ୍ଟ୍ ଉଖା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେତେବେଳେ ମେ 2015 ରେ ପିଏମ ମୋଦୀ ମୋଙ୍ଗୋଲିଆ ଦେଶ ଗସ୍ତ କରିଥିଲେ। ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ ଜାପାନର ନୁହେଁ ମୋଙ୍ଗୋଲିଆର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
18 ମଇ 2015ରେ artofliving ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶ କରାଯାଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡିଓ ଜାପାନର ନୁହେଁ ମୋଙ୍ଗୋଲିଆର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- artofliving
ଶେଷକଥା-
ଆମ ଅନୁସନ୍ଧାନର ସ୍ପଷ୍ଟ ହେଲା ଯେ, ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା ଅଟେ। ଭାଇରାଲ ଭିଡିଓ ଜାପାନର ନୁହେଁ ମୋଙ୍ଗୋଲିଆର ଅଟେ।
Title:ଜାପାନରେ ଲୋକମାନେ ଭାରତୀୟ ଗୀତରେ ସୂର୍ଯ୍ୟ ନମସ୍କାର କରୁଛନ୍ତି ?
Fact Check By: Saritadevi SamalResult: Partly False


