ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ତାବିତ ଡିଜାଇନ୍ ଫୋଟୋ କି?

False Social

5 ଅଗଷ୍ଟରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଭୂମି ପୂଜନ ହେବ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଲାଗି ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ଆଗରୁ ଅନେକ ଉତ୍ସାହ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Singh Mukti ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ମନ୍ଦିର ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଏହା ରାମ ମନ୍ଦିରର  ଭବ୍ୟ ସ୍ୱରୂପ ଫୋଟୋ ଅଟେ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ରାମ ମନ୍ଦିର 3ଡି ଭବ୍ୟ ସ୍ୱରୂପ ଫୋଟୋରେ ଏତେ ଆକର୍ଷତ ଦେଖାଯାଉଛି ନିର୍ମାଣ ପରେ କେତେ ସୁନ୍ଦର ଲାଗିବ ତାହା ଚିନ୍ତା କରନ୍ତୁ। ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook Archive

ତେବେ କଣ ଏହା ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ଫୋଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ରାମ ମନ୍ଦିର ଗଠକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ କିଛି ଲିଙ୍କ ମିଳିଲା। 22 ଜୁଲାଇରେ Times Now ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ରାମ ମନ୍ଦିର ପ୍ରସ୍ତୁତି ଡିଜାଇନ୍ ଭାଇରା ଫୋଟୋଠାରୁ ସମ୍ପୁର୍ଣ୍ଣ ରୂପରେ ଅଲଗା ଅଟେ। ତଳେ ଭିଡିଓ ଦେଖ୍ତୁ। ରାମ ମନ୍ଦିର ଗଠନ ପ୍ରକୃତରେ କିପରି ହେବ।

ଏହା ପରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରଲୁ। 13 ଅଗଷ୍ଟ 2010ରେ iskconnews ନାମକ ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ପାଇଲୁ। ଖବର ଅନୁସାରେ ଭାଇରାଲ ଫୋଟୋ ଶ୍ରୀ ଧାମ ମାୟାପୁର (ପଶ୍ଚିମବଙ୍ଗ) ଇସ୍କନ ମନ୍ଦିରର 3D ଭିଜୁଆଲାଇଜେସନ୍ ଫୋଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- iskconnews Archive

ଏହା ପରେ ଆମକୁ Temple of the Vedic Planetarium ୟୁଟ୍ୟୁବ ଚ୍ୟାନେଲରୁ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ଇସ୍କନ ପ୍ଲାନେଟୋରିୟମର 3ଡି ଫୋଟୋ ଦେଖା ଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ରାମ ମନ୍ଦିରର ପ୍ରସ୍ତୁତି ଫୋଟୋ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଏହା ପରେ ଆମେ ଭାଇରାଲ ଫୋଟୋ ଏବଂ ରାମନ୍ଦିରର ପ୍ରକୃତ ପ୍ରସ୍ତୁତି ଫୋଟୋକୁ ବିଶ୍ଲେଷଣ କରିଲୁ। ତଳେ ଫୋଟୋ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ରାମ ମନ୍ଦିରର ପ୍ରସ୍ତୁତି ଡିଜାଇନ୍ ଫୋଟୋ ନୁହେଁ। ଏହା ଶ୍ରୀ ଧାମ ମାୟାପୁର (ପଶ୍ଚିମବଙ୍ଗ) ଇସ୍କନ ମନ୍ଦିରର 3D ଭିଜୁଆଲାଇଜେସନ୍ ଫୋଟୋ ଅଟେ।

Avatar

Title:ଏହା ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ତାବିତ ଡିଜାଇନ୍ ଫୋଟୋ କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *