ପୁରୁଣା ଏବଂ ଅଲଗା ଅଲଗା ଭିଡିଓ ଏବଂ ଫଟୋକୁ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

False International

24 ଫେବୃଆରିରେ ରୁଷର ୟପକ୍ରେନ ଉପରେ ଆକ୍ରମଣ କରିଥିଲା। ଏହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବାର ଦେଖାଯାଉଛି। ଏପରି ଏକ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବରଫରେ ପ୍ରାର୍ଥନା କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ଲୋକମାନେ ଏପରି କାକୁତି ମିନତି ହୋଇ ପ୍ରାର୍ଥନା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

25 ଫେବୃଆରିରେ OTV ଚ୍ୟାନେଲରେ ଏହି ଫଟୋ ପ୍ରକାଶିତ କରି ଲେଖାଯାଇଛି ଯେ, #ଆକାଶରୁ_ପଡୁଛି_ମୃତ୍ୟୁ #ବରଫ_ଉପରେ_ପ୍ରାର୍ଥନା:ୟୁକ୍ରେନ୍-ଋଷ୍ ଯୁଦ୍ଧର ଆତଙ୍କ ଭିତରେ କିଛି ଦୃଶ୍ୟ ସତରେ ଖୁବ୍ ହୃଦୟ ବିଦାରକ। ସୋସିଆଲ୍ ମିଡିଆରେ ଆସୁଥିବା ସେଠାକାର କିଛି ଛବି ଆପଣଙ୍କ ଆଖିରୁ ଲୁହ ଖସେଇ ଦେବ। ୟୁକ୍ରେନ୍ ଆକାଶରେ ଶାଗୁଣା ପରି ଉଡୁଛନ୍ତି ଶହଶହ ଋଷୀୟ ଯୁଦ୍ଧ ବିମାନ। ଆତଙ୍କ ଭିତରେ ଚାଲିଛି ଶାନ୍ତି ପାଇଁ ପ୍ରାର୍ଥନା।

ତେବେ କଣ ଋଷ ଆକ୍ରମଣ ପରେ ୟୁକ୍ରେନର ଲୋକମାନେ ଏପରି ବରଫରେ ପ୍ରାର୍ଥନା କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଏହା ଛଡ଼ା କନକ ନ୍ୟୁଜରେ ମଧ୍ୟ ରୁଷିଆର ଖବର ନେଇ ଅନେକ ଭିଡିଓ ପ୍ରକାଶିତ କରାଯାଇଛି। ଯେଉଁଥିରେ କେତେ ଫେକ ଏବଂ କେତେ ସତ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଫଟୋ-1

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। wordandway ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯାହାକି ଅକ୍ଟୋବର  2019ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ୟୁକ୍ରେନ ବିଶ୍ୱସୀମାନେ ଖାର୍କୋଭଙ୍କ ସିଟି ସ୍କୋୟାରରେ ଥଣ୍ଡା ତାପମାତ୍ରାରେ ଆଣ୍ଠୁମାଡି ରହି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ପ୍ରାର୍ଥନା କରନ୍ତି । 2014ରୁ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ଲୋକମାନେ ଏହି ପ୍ରାର୍ଥନା କରୁଛନ୍ତି। ଅଧିକ ଜାଣିବା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏହା ପରେ ଆମେ ଭାଇରାଲ ଫଟୋ ସମ୍ପର୍କରେ ଅଧିକ ସର୍ଚ୍ଚ କରିଲୁ। 2019ରେ godreports ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଖବରରେ ଲେଖାଯାଇଥିବା ସୂଚନା ଅନୁସାରେ ମାର୍ଚ୍ଚ 2014 ରେ ୟୁକ୍ରେନର ଖାର୍କୋଭ ରାସ୍ତାରେ ଟ୍ୟାଙ୍କ, ବନ୍ଧୁକ ଏବଂ ମାସ୍କେଡ୍ ଦ୍ୱାରା ସ୍ଥାନି ଲୋକମାନଙ୍କୁ ଅଶାନ୍ତ କରିଦେଇଲେ ଏବଂ 23 ବର୍ଷ ଧରି ଧାର୍ମିକ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିଥିଲେ।  ଲୁଗାନସ୍କ ଏବଂ ଏହାର ଆଖପାଖ ସହର ଡୋନେଟସ୍କ ମଧ୍ୟ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହା ପରଠାରୁ ସ୍ଥାନୀୟ ଲୋକମାନେ ଏହି ପ୍ରାର୍ଥନା କରିଆସୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଭିଡିଓ-1

କନକ ନ୍ୟୁଜରେ ପ୍ରକାଶିତ ଭିଡିଓକୁ ଆମେ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋଗୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  IBTimes UK ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଯାହାକି 2017ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।     

ଭିଡିଓ-2

ଦ୍ୱିତିୟ ଭିଡିଓକୁ ଖୋଜିବା ପାଇଁ ମଧ୍ୟ ଆମେ ଇନବିଡର ସାହାର୍ଯ୍ୟ ନେଲୁ। ଯେଉଁଥିରେ  GoOn ୟୁଟ୍ୟୁବ ଚ୍ୟାନେଲରୁ ପାଇଲୁ। ଭାଇରାଲ ଭିଡିଓ 2017ରେ ପୋଷ୍ଟ କରାଯାଇତିଲା। ଏହାର ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ବିବାଦ ସହ କୌଣସି ସମ୍ପର୍କ ନାହିଁ। ଆମେ ଭାଇରାଲ ଭିଡିଓରେ ଦେଖାଯାଉଥିବା ଉଡ଼ା ଜାହାଜକୁ ୟୁଟ୍ୟୁବ ଚ୍ୟାନେଲରେ ଦେଖା ଯାଉଥିବା ଉଡ଼ା ଜାହାଜ ସହ ସମନା ବୋଲି ଦେଖିପାରିବା। ପୋଷ୍ଟର କ୍ୟାପ୍ସନରେ ଲେଖାଯାଉଛି ତୁଷିନୋ ଉପରେ ବିମାନର ଉଡ଼ାଣ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି ଖବରର ସମ୍ପୁର୍ଣ୍ଣ ସୂଚନା ଆପଣ ଫ୍ୟାକ୍ଟ କ୍ରିସେଣ୍ଡୋ ପେଜରେ ଦେଖି ପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଭିଡିଓ-3

ଏହା ପରେ ଆମେ ତୃତିୟ ଫଟୋ ମଧ୍ୟ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ଏବଂ ଭାଇରାଲ ଭିଡିଓ ଆମକୁ BBC News ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। ଭାଇରାଲ ଭିଡିଓ 2015ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ରୁଷ ୟୁକ୍ରେନ ଉରରେ  ଆକ୍ରମକରିଥିବାର ଏହି ମହାବିସ୍ଫୋରଣ ହୋଇଥିବା ଦାବିରେ ଭାଇରାଲ ହେଉଥିବା ଏହି ଭିଡିଓ 2015ର ଅଟେ। ଭିଡିଓଟି ମୂଳତ C 2015 ମସିହାରେ ଚାଇନାର ତିଆଜିନର ଶିଳ୍ପାଞ୍ଚଳରେ ଏକ ବଡ଼ ବିସ୍ଫୋରଣ ହୋଇଥିବାର ଘଟଣା ଅଟେ। ଏହି ଖବର ଆପଣ ଫ୍ୟାକ୍ଟ କ୍ରିସେଣ୍ଡୋ ପେଜରେ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ପୁରୁଣା ଏବଂ ଅଲଗା ଅଲଗା ଜାଗାର ଭିଡିଓ ଏବଂ ଫଟୋକୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ଦୃଶ୍ୟ ଦାବିରେ ଭାଇରାଲ କରାଯାଉଛି।

Avatar

Title:ପୁରୁଣା ଏବଂ ଅଲଗା ଅଲଗା ଭିଡିଓ ଏବଂ ଫଟୋକୁ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *