
ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମୁଖ୍ୟ ପ୍ରସଙ୍ଗରେ ଆସିଛି। ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ଆମେରିକା ଗସ୍ତ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନିକଟରେ ଆମେ ଏକ ଭିଡିଓ ସାମ୍ନାକୁ ଆସିଥିଲୁ ଯେଉଁଥିରେ ରାସ୍ତାରେ ଅନେକ ଲୋକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଦର୍ଶନ ସମୟରେ ସେମାନେ ମୋଦୀଙ୍କ ଏକ ପୁତୁଳାକୁ ଜୋଟା ହାର ପିନ୍ଧାଇ ସେଥିରେ ‘ଭାରତର ଆତଙ୍କବାଦର ଚେହେରା’ ବୋଲି ଲେଖିଥିଲେ। ଦାବି କରା ଯାଉଛି ଯେ ଏହି ଭିଡିଓ ମୋଦୀଙ୍କ ନିକଟ ଆମେରିକା ଗସ୍ତ ସମୟର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯଦିଓ ଏହି ଭିଡିଓ ଆମେରିକାର ଅଟେ କିନ୍ତୁ ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ମୋଦୀଙ୍କ ନିକଟରେ ଆମେରିକା ଗସ୍ତ ସହିତ କୌଣସି ସମ୍ବନ୍ଧ ନାହିଁ।
ଆମେ ଏହା ଜାଣିବାକୁ ପାଇଲୁ ଯେ ଗୁଜରାଟର କଂଗ୍ରେସ ଦଳ ଅଧ୍ୟକ୍ଷ ହିତେନ୍ଦ୍ର ପିଠାଡିୟା ଏହି ଭିଡିଓ ପୋଷ୍ଟ କରିଲା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୦୧୯ ମସିହାରେ ଟୁଇଟ ହେଇଥିବା ମିଳିଲା। ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିହାସ କରି କୁହା ଯାଇଛି, “ସେ ବିଦେଶରେ ବହୁତ ପ୍ରଶଂସା ପାଉଛନ୍ତି”
ସମାନ ଭିଡିଓ ଫେସବୁକରେ ପୋଷ୍ଟ କରାଯାଇଥିଲା ଏବଂ ଯଥାକ୍ରମେ ୨୦୧୯ ଏବଂ ୨୦୨୧ ରେ ଅନ୍ୟ ଜଣେ ଉପଭୋକ୍ତା ଟ୍ୱିଟ୍ କରିଥିଲେ।
ତେଣୁ, ଏହା ସ୍ପଷ୍ଟ ଯେ ଏହା ଏକ ସାମ୍ପ୍ରତିକ ଭିଡିଓ ନୁହେଁ ବରଂ ଏକ ପୁରୁଣା ଭିଡିଓ।
ଆମେରିକାରେ ମୋଦୀ ବିରୋଧୀ ବିରୋଧ ପ୍ରଦର୍ଶନ ଘଟନା ବିଷୟରେ ଗୁଗୁଲରେ ସର୍ଚ୍ଚ କରିବା ପରେ ଆମକୁ ୨୦ ସେପ୍ଟେମ୍ବର ୨୦୧୯ ରେ ଏକ ୱେବସାଇଟରେ ଗୋଟିଏ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କାଶ୍ମୀର ବାସୀ, ଦକ୍ଷିଣ ଏସିୟା ସହଯୋଗୀ ଇତିୟାଦୀ ଜାତିସଂଘ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘର ସାଧାରଣ ସଭାରେ ୭୪ ତମ ଅଧିବେଶନକୁସମ୍ବୋଧିତ କରୁଥିଲେ।
ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣପନ୍ଥୀ ହିନ୍ଦୁ ଜାତୀୟତାବାଦୀ ସରକାର ବିରୋଧରେ ଏହି ବିରୋଧର ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦର ଦାବି ଥିଲା କାଶ୍ମୀରର ଦଖଲକୁ ଶେଷ କରିବା ଏବଂ କାଶ୍ମୀରର ଆତ୍ମନିର୍ଭରଶୀଳ ଅଧିକାର ପାଇଁ। ନ୍ୟୁୟର୍କର ପୂର୍ବ ୪୭ ତମ ରାସ୍ତାରେ ଥିବା ଡଗ୍ ହାମାରସ୍କଜୋଲ୍ଡ ପ୍ଲାଜାରେ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଥିଲା।

ଆହୁରି ମଧ୍ୟ, ଆମେ ଭିଡିଓରେ ଦେଖିଲୁ ଯେ ଇ-୪୭ ରାସ୍ତାରେ ଏହି ବିରୋଧ କରାଯାଇଥିଲା। ତେଣୁ ଉପରୋକ୍ତ ସୂଚନାକୁ ନଜରରେ ରଖି ଆମେ ଗୁଗୁଲ୍ ମ୍ୟାପ୍ସରେ ନ୍ୟୁୟର୍କର ୪୭ ଷ୍ଟ୍ରିଟରେ ଡଗ୍ ହାମାରସ୍କଜୋଲ୍ଡ ପ୍ଲାଜା ସର୍ଚ୍ଚ କରିଲୁ।
ନିମ୍ନରେ ଆପଣ ସମାନ ବିଲଡିଙ୍ଗ ଦେଖିପାରିବେ ଯାହା ୨୦୧୯ ରେ ନିର୍ମାଣାଧୀନ ଥିଲା ଯେତେବେଳେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୨୦୨୨ ରୁ ଗୁଗୁଲ୍ ମ୍ୟାପ୍ସର ଚିତ୍ର ମଧ୍ୟ ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟର ନୁହେଁ। ଯଦିଓ ଏହି ଭିଡିଓ ଆମେରିକାର ଅଟେ କିନ୍ତୁ ଏହା ଏକ ପୁରୁଣା ଭିଡିଓ ଏବଂ ଏହାର ମୋଦୀଙ୍କ ନିକଟରେ ଆମେରିକା ଗସ୍ତ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଲୋକ ମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Missing Context
