ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।

False Political

19 ଜାନୁଆରିରେ  Bjp Yuba Morcha Akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାଷଣ ଦେଉଛନ୍ତି ଏବଂ ତାଙ୍କ ଚେଲା କାର୍ଯ୍ୟକ୍ରମରେ ଆସିଥିବା ଜନତାଙ୍କୁ ଦକ୍ଷିଣା ଦେଉଛନ୍ତି। ଭାଇରାଲ ଭିଡିଓରେ ରାହଲୁ ଗାନ୍ଧି ଭାଷଣ ଦେଉଥିବାର ଶୁଣାଜାଉଛି। ଭାଇରାଲ ଭିଡିଓକୁ ଶାହୀନ ବାଗ ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ କରାଯାଉଛି। ଏହା ଛଡ଼ା ଭିଡିଓରେ ଜଣେ ମୁସ୍ଲିମ ଲୋକ ମୁସ୍ଲିମ ମହିଳା ଏବଂ ଲୋକମାନଙ୍କୁ କିଛି ଦେଉଥିବାର ଦେଖାଯାଉଛି। କେବଳ ସେତିକି ନୁହଁ କାର୍ଯ୍ୟକ୍ରମରେ ଆସିଥିବା ଲୋକମାନେ କଂଗ୍ରେସର ବ୍ୟାନର ଧରିଛନ୍ତି। ତେବେ ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟ ତଳେ ଦେଖନ୍ତୁ।   

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ  ଭିଡିଓକୁ ଆମେ ନେଟରେ ସର୍ଚ କରିଲୁ। ସର୍ଚରେ ଏହି ଭିଡିଓ ଆମେ  ୟୁଟ୍ୟୁବରେ ପାଇଲୁ। 2 ମାର୍ଚ୍ଛରେ Indian Weapons ନାମକ ଏକ ୟଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ୟୁଟ୍ୟୁବରେ ମିଳିଥିବା ଭିଡିଓ ପ୍ରକୃତ ଭିଡିଓ ଜଣା ପଡ଼ୁଛି। ଭିଡିଓରେ ରାହୁଲ ଗାନ୍ଧିଙ୍କ କଥା ଶୁଣା ଜାଉ ନାହିଁ ବରଂ କିଛି ଲୋକ କଥା କହୁଥିବାର ସୁବୁଛି । ଏହି ଭିଡିଓ ୟୁଟ୍ୟୁବରେ 2017 ମସିହା ଠାରୁ ନେଟରେ ବୁଲୁଛି। ପୋଷ୍ଟରେ ଲେଖା ଯାଇଛି ଯେ, Congress Bribing Voters In Imphal, Manipur ଲେଖା ଯାଇଛି। ଏହାର ଅର୍ଥ ଏହି ଭିଡିଓ ମଣିପୁରର ଅଟେ। ଏହା ଛଡ଼ା ଏହି ଭିଡିଓର ପଛରେ ରାହୁଲ ଗାନ୍ଧିଙ୍କ ଶବ୍ଦ ଶୁଣା ଜାଉ ନାହିଁ। ତଲେ ଭିଡିଓକୁ ଦେଖନ୍ତୁ।

https://www.youtube.com/watch?v=X9St9KqbaCQ

ଏହା ପରେ ଭାଇରାଲ ଭିଡିଓରେ ଲାହୁଲ ଗାନ୍ଧିଙ୍କ ଶୁଣା ଯାଉଥିବା  ଭାଷଣର ଏକ ଭିଡିଓ ୟୁଟ୍ୟୁବରେ ପାଇଲୁ। 23 ଅକ୍ଟୁବର 2017ରେ Rahul Gandhi ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ରାହୁଲ ଗାନ୍ଧି ଦେଇଥିବା ଭାଷଣ ଗୁଜରାଟର ଅଟେ। ପ୍ରକୃତ ଭିଡିଓର 2,28 ସେକେଣ୍ଡଠାରୁ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧିର ଶବ୍ଦ ଦିଆ ଯାଇଛି। ଏହା ଛଡା ଭାଇରାଲ ଭିଡିଓ ମଣିପୁର ହୋଇଥିବା ବେଳେ, ରାହୁଲ ଗାନ୍ଧି ଦେଉଥିବା ଭାଷଣ ଗୁଜୁରାଟର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ଗୁଜୁରାଟରେ ଦେଉଥିବା ଭାଷଣ କୁ ଏଡ଼ିଟ କରି ଭାଇରାଲ କରା ଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ କଂଗ୍ରେସ କାର୍ଯ୍ୟକ୍ରମର ଅଟେ ସତ କିନ୍ତୁ ଭିଡିଓରେ ରାହୁଲ ଗାନ୍ଧି ଦେଉଥିବା ଭାଷଣ ଅଲଗା ଏକ କାର୍ଯ୍ୟକ୍ରମରେ ଅଟେ। ମଣିପୁରର ଭିଡିଓରେ ରାହୁଲ ଗାନ୍ଧି ଗୁଜୁରାଟରେ ଦେଇଥିବା ଭାଷଣକୁ ଏଡ଼ିଟ କରି ଭାଇରାଲ କରା ଯାଉଛି। ଏହା ସହ ଏହି ଭିଡିଓର ଶାହୀନ ବାଗ ପ୍ରଦର୍ଶନ ସହ କୌଣସି ସମ୍ବନ୍ଧ ନାହିଁ। ତଳେ ଭିଡିଓ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ,  ଭାଇରାଲ ଭିଡିଓ ମଣିପୁର ହୋଇଥିବା ବେଳେ, ରାହୁଲ ଗାନ୍ଧି ଦେଉଥିବା ଭାଷଣ ଗୁଜୁରାଟର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ରାହୁଲ ଗାନ୍ଧି ଗୁଜୁରାଟରେ ଦେଉଥିବା ଭାଷଣ କୁ ଏଡ଼ିଟ କରି ଭାଇରାଲ କରା ଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ କଂଗ୍ରେସ କାର୍ଯ୍ୟକ୍ରମର ଅଟେ ସତ କିନ୍ତୁ ଭିଡିଓରେ ରାହୁଲ ଗାନ୍ଧି ଦେଉଥିବା ଭାଷଣ ଅଲଗା ଏକ କାର୍ଯ୍ୟକ୍ରମର ଅଟେ। ମଣିପୁରର ଭିଡିଓରେ ରାହୁଲ ଗାନ୍ଧି ଗୁଜୁରାଟରେ ଦେଇଥିବା ଭାଷଣକୁ ଏଡ଼ିଟ କରି ଭାଇରାଲ କରା ଯାଉଛି। ଏହା ସହ ଭାଇରାଲ ଭିଡିଓର ଶାହୀନ ବାଗ ପ୍ରଦର୍ଶନ ସହ କୌଣସି ସମ୍ବନ୍ଧ ନାହିଁ।

Avatar

Title:ଜାଣନ୍ତୁ ସୋସିଆଲ ମିଡିଓରେ ଭାଇରାଲ ଦେଉଥିବା ଭିଡିଓର ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *