ବାଙ୍ଗଲାଦେଶର ପୁରୁଣା ଫଟୋକୁ ପଶ୍ଚିମବଙ୍ଗର ବର୍ତ୍ତମାନ ନିର୍ବାଚନ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

False Political

ସୋସିଆଲ ମିଡିଆରେ ଏକ ମହିଳାର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ମହିଳାର ମୁଣ୍ଡରୁ ରକ୍ତ ବାହାରୁଛି ଏବଂ ମହିଳା ଜଣକ ରକ୍ତାକ୍ତ ହୋଇଛନ୍ତି। ଭାଇରାଲ ଫଟୋ ସହ ଦାବି କରାଯାଇଛି ଯେ, ବଙ୍ଗଳା ନିର୍ବାଚନରେ ହିଂସାତ୍ମକ  ଭାବେ ଏହି ମିହାଳା ଉପରେ ଆକ୍ରମଣ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ପୁରୁଣା ଏବଂ ପଶ୍ଚିମବଙ୍ଗର ବୋଲି ସ୍ପଷ୍ଟ ହେଲା। 

7 ମେରେ Purna Chandra Mishra ନାକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପଶ୍ଚିମବଙ୍ଗରେ ଦିଦି ମହିଳାମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କରୁଛନ୍ତି। ନିର୍ବାଚନ ହିଂସାତ୍ମକ ପରିବେଶରେ ଟିଏମସି ସମର୍ଥକମାନେ ମହିଳାକୁ ଏପରି ରକ୍ତାକ୍ତ କରିଛନ୍ତି। ଆଣ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 26ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

7 ମେ ରେ ସନ୍ତୋଷ କୁମାର ଭୂତିଆ ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦିଦି ଓ ଦିଦି ଆଉ କେତେ ପିଇବ ରକ୍ତ ପ୍ରାୟ ୧ ହଜାର ପରିବାର ତାଙ୍କ ଘର ଦ୍ଵାର ଛାଡି ଆସାମରେ ରେ ସରଣ ନେଲେଣି । ତୁମ ଲୁଙ୍ଗି ଧାରୀ ଠେଙ୍ଗା ଗେଙ୍ଗ କୁ ଟିକେ ଲଗାମ ଲାଗଅ ।।Mamata Banerjee। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 18ଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ସମର୍ଥକ ଏହି ମିଳିହା ଉପରେ ଆକ୍ରମଣ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। bharat samachar bangla ପେଜରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ପାଇଲୁ। ଯାହାକି 8 ନଭେମ୍ବର 2020ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ସୁବ୍ରମଣ୍ୟମ ସ୍ୱାମୀ ଏକ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ, ବାଂଲାଦେଶର ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଭବିଷ୍ୟତରେ ବାଂଲାଦେଶକୁ ଭାରତୀୟ ସୈନ୍ୟ ପଠାଯାଇପାରେ। ”ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫଟୋ ଭାରତର ନୁହେଁ ବାଙ୍ଗଲାଦେଶର ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- bharat samachar banglaArchive

4 ନଭେମ୍ବର 2020 ଏକ Twitter ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି।  ଖବର ଅନୁସାରେ ବାଂଲାଦେଶର ଚିତ୍ରକୋଣ୍ଡା ଠାରେ ମୁସଲିମ୍ ଗୁନ୍ ମହମ୍ମଦ ରୁବେଲଙ୍କ ଏହି ହିନ୍ଦୁ ମହିଳାଙ୍କ ଉପରେ ଆକ୍ରମଣର କରିଥିଲେ। ଏହି ପୋଷ୍ଟ Twitter ଆକାଉଣ୍ଟରେ ମଧ୍ୟ ପ୍ରକାଶିତ ହୋଇଛି। ତେବେ ପୋଷ୍ଟ କରାଯାଇଥିବା ଫଟୋର ପ୍ରକୃତ ସତ୍ୟତା କଣ ତାହା ସ୍ପଷ୍ଟ ନାହିଁ। କିନ୍ତୁ ଇଣ୍ଟରନେଟରେ ଏହି ଫଟୋ 2020ରୁ ଉପସ୍ଥିତ ଅଛି, ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ବର୍ତ୍ତମାନ ପଶ୍ଚିମବଙ୍ଗ ନିର୍ବାଚନ  ହିଂସା ସହ ଜୋଡ଼ା ଯାଉଥିବା ଫଟୋ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

5 ନଭେମ୍ବର 2020ରେ eibela.com  ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସରାରେ ରିପୋର୍ଟ ଅନୁସାରେ ଆହତ ମହିଳାଙ୍କ ନାମ ଅନାମିକା ଦାସ, ତାଙ୍କୁ ଜମି ଜବରଦଖଲକାରୀମାନେ ଆକ୍ରମଣ କରିଥିଲେ। ପରିବାରର ତିନିଜଣ ସଦସ୍ୟ ଯଥା ରତନ କୁମାର ନାଥ, ତାଙ୍କ ବୋହୂ ପୁତୁଲ ନାଥ ଏବଂ ଭଣଜା ମୁକତା ରାନୀ ନାଥ ହାଥାଜରୀ ଅଞ୍ଚଳରେ ଆହତ ହୋଇଛନ୍ତି। ctgpratidin ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଫଟୋରେ ଥିବା ମହିଳାଙ୍କୁ ଏକ ଜମି ଦଖଲକାରୀ ଗ୍ୟାଙ୍ଗ ତାଙ୍କୁ ଆକ୍ରମଣ କରିଥିବାର ସେ  ଅଭିଯୋଗ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- eibela.comArchive

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ମହିଳା ପଶ୍ଚିମବଙ୍ଗର ନୁହଁ ବରଂ ବାଙ୍ଗଲାଦେଶର ଅଟେ। ଏହାଛଡ଼ା ଭାଇରାଲ ଫଟୋ ପୁରୁଣା ଅଟେ। ଫଟୋର ବର୍ତ୍ତମାନ ପଶ୍ଚିମବଙ୍ଗ ସହ କୌଣସି ସମ୍ପର୍କ ନାହିଁ।

Avatar

Title:ବାଙ୍ଗଲାଦେଶର ପୁରୁଣା ଫଟୋକୁ ପଶ୍ଚିମବଙ୍ଗର ବର୍ତ୍ତମାନ ନିର୍ବାଚନ ସହ ଜୋଡ଼ି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *