କ’ଣ ଖଣ୍ଡା ଧରି ପୋଲିସ ବ୍ୟାରିକେଡ ପାର କରୁଥିବା ଏହି ବ୍ୟକ୍ତିର ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲିଥିବା କୃଷକ ଆନ୍ଦୋଳନର ଅଟେ? ଜାଣନ୍ତୁ ସତ୍ୟ। 

Missing Context Social

ଦିଲ୍ଲୀ ଆଭିମୁଖ ହେଉଥିବା ପଞ୍ଜାବ ଏବଂ ହରିୟାଣାର ଆନ୍ଦୋଳନକାରୀ କୃଷକ ମାନଙ୍କୁ ପୋଲିସ ଅଟକାଇ ରଖିବା ଚେଷ୍ଟା କରିଛି। ଏହା ନେଇ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସା ହେଇଥିବା ସୂଚନା ମିଳିଛି। 

ଏହି ପ୍ରସଙ୍ଗରେ ଜଣେ ବ୍ବ୍ଯାକତି ଖଣ୍ଡା ଧରି ପୋଲିସ ବ୍ୟାରିକେଡ୍ ପାର କରୁଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ  ଆନ୍ଦୋଳନର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ତିନି ବର୍ଷ ପୂର୍ବର ଅଟେ। ଏହା ସମ୍ପ୍ରତ୍ତି କୃଷକ ଆନ୍ଦୋଳନର ଏକ ଘଟଣା ହୋଇଥିବା ଦାବି ମିଥ୍ୟା ଅଟେ। 

ଫୋଟୋ ସେୟାର କରି ଜଣେ ଲେଖିଛନ୍ତି, “ଚାଷୀଭାଇ ଜଣକ ଫସଲ ଅମଳ କରୁଥିବାର ଦୁର୍ଲ୍ଲଭ ଚିତ୍ର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୬ ଜାନୁଆରୀ ୨୦୨୧ ମସିହାରେ ସମାନ ଫୋଟୋ ବିଜନେସ ଷ୍ଟାଣ୍ଡାର୍ଡ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହା ୨୦୨୧ ମସିହାର ଘଟଣା ଅଟେ। ଭାରତର ୭୨ ତମ ଗଣତନ୍ତ୍ର ଦିବସ ଦିନ କୃଷକ ଆନ୍ଦୋଳନରେ ଯୋଗ ଦେଇଥିବା ଜଣେ ଚାଷୀ ଅକ୍ଷରଧାମର ଏକ ପୋଲିସ ବ୍ୟାରିକେଡ ଉପରେ ଚଢି ତାହାକୁ ପାର କରିବା ଚେଷ୍ଟା କରିଥିଲେ। 

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ କୃଷକ ମାନଙ୍କର ଦ୍ଵାରା ଆୟୋଜିତ ଏକ ଟ୍ରାକ୍ଟର ରାଲି ସମୟର ଫୋଟୋ ଅଟେ। ଏହା ଏକ ଶାନ୍ତିପୂର୍ଣ ଡ଼ାଲି ହେବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଏକ ବିଭାଗ ଲାଲ୍ କିଳାରେ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରିଥିଲା। ଏହି ଘଟଣା ପରେ ଦିଲ୍ଲୀରେ ପୋଲିସ ଓ ଦଙ୍ଗାକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଫୋଟୋରେ ଜଣେ ଖଣ୍ଡା ଧରି ନିକଟରେ ପୋଲିସ ବ୍ୟାରିକେଡ ଉପରେ ଛିଡା ହୋଇଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୩ ବର୍ଷ ପୁରୁଣା ଅଟେ। ଏହି ଫୋଟୋ ୨୦୨୧ ମସିହାର କୃଷକ ଆନ୍ଦୋଳନର ଏକ ଘଟଣା ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଖଣ୍ଡା ଧରି ପୋଲିସ ବ୍ୟାରିକେଡ ପାର କରୁଥିବା ଏହି ବ୍ୟକ୍ତିର ଫୋଟୋ ସମ୍ପ୍ରତ୍ତି ସମୟରେ ଚାଲିଥିବା କୃଷକ ଆନ୍ଦୋଳନର ଅଟେ? ଜାଣନ୍ତୁ ସତ୍ୟ।

Fact Check By:  Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *