
ନିକଟରେ ନେପାଳରେ ଏକ ବିମାନ ଦୁର୍ଘଟଣା ହେଇଛି। ସୂଚନା ଅନୁଯାୟୀ ଏହା ନେପାଳର ସବୁଠାରୁ ବଡ ଦୁର୍ଘଟଣା ଅଟେ। ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୬୮ ଲୋକଙ୍କ ମୃତ୍ୟୁ ହେଇଛି ଏବଂ ତାଙ୍କ ମଧ୍ୟରେ ୬ ଟି ଶିଶୁ ଥିଲେ।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବିମାନ ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଫୋଟୋ ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଭାଇରାଲ ଫୋଟୋ ନେପାଳର ଅଟେ କିନ୍ତୁ ଏହା ଏକ ପୁରୁଣା ଫୋଟୋ। ଏହାର ନିକଟ ବିମାନ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆରେ ଦାବି କରି କୁହା ଯାଉଛି ଯେ, “ବହୁତ୍ ଦୁଖଃଦ ବିମାନ ଦୁର୍ଘଟଣା। ସମସ୍ତେ ମୃତ !! ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି, ବିମାନରେ ମୋଟ ୭୨ ଜଣ ଥିବାବେଳେ ଏଯାବତ୍ ୪୦ ଜଣଙ୍କ ମୃତଦେହ ମିଳିଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି, ମୃତକଙ୍କ ମଧ୍ୟରେ ୫ ଭାରତୀୟ ଥିବା ଜଣାପଡିଛି ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୪ ଏପ୍ରିଲ୍ ୨୦୧୯ ରେ ବିବିସି ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ଗୋଟିଏ ବିମାନ ରନୱେରୁ ଓହ୍ଲାଇ ଏଭରେଷ୍ଟ ଅଞ୍ଚଳର ମୁଖ୍ୟ ପ୍ରବେଶ ଦ୍ୱାର ଲୁକଲା ବିମାନବନ୍ଦରରେ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା। ରନୱେ ସ୍ୱଳ୍ପ ଏବଂ ପର୍ବତ ଦ୍ୱାରା ଘେରି ରହିଛି, ଯାହା ଟେକ୍ ଅଫ୍ ଏବଂ ଅବତରଣ ପାଇଁ ଅତ୍ୟନ୍ତ କଷ୍ଟକର। ବିମାନର ପାଇଲଟ ଏବଂ ହେଲିକପ୍ଟର ନିକଟରେ ଠିଆ ହୋଇଥିବା ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି।

୩ ବର୍ଷ ପୂର୍ବରୁ ନ୍ଯୁଜ ନେସନ୍ ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟନା ନେଇ ଏକ ଭିଡିଓ ପ୍ରସାରିତ ହେଇଥିଲା। ଲୁକଲା ଅଞ୍ଚଳରେ ଅବସ୍ଥିତ ନେପାଳର ଟେନଜିଙ୍ଗ-ହିଲାରୀ ବିମାନବନ୍ଦରରେ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ବିମାନ ବନ୍ଦରରେ ପାର୍କିଂ ହୋଇଥିବା ହେଲିକପ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ନେପାଳୀ ଡିଜିଟାଲ୍ ମାଗାଜିନ ଅନୁଯାୟୀ ବିମାନରେ କୌଣସି ଯାତ୍ରୀ ନଥିଲେ। ଲୁକଲା ବିମାନବନ୍ଦର ଏଭରେଷ୍ଟ ପର୍ବତର ‘ପ୍ରବେଶ ଦ୍ୱାର’ ଭାବରେ କାର୍ଯ୍ୟ କରେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଯଦିଓ ଭାଇରାଲ ଫୋଟୋ ନେପାଳର ଅଟେ କିନ୍ତୁ ଏହା ଏକ ପୁରୁଣା ଫୋଟୋ। ଏହାର ନିକଟ ବିମାନ ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଏହା ନିକଟରେ ନେପାଳରେ ହେଇଥିବା ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False
