କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

Missing Context Social

ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଏହିପରି ଗୋଟିଏ ଫଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଇଥିବା ହେଲିକପ୍ଟରର ଫୋଟୋ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଫୋଟୋ ଅନେକ ବର୍ଷରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କେଦାରନାଥ ରେ ଘଟିଯାଇଛି ଏକ ଦୁଃଖଦାୟକ ଘଟଣା। ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇ ୭ ଜଣଙ୍କ ନିଧନ।

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ୧୫ ଫେବ୍ରୁଆରି ୨୦୧୮ ରେ ଇକୋନୋମିକ୍ ଟାଇମ୍ସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହା ଆସାମରେ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଅଟେ ଯେଉଁଥିରେ ଭାରତୀୟ ବାୟୁ ସେନାର ଦୁଇଟି ପାଇଲଟଙ୍କର ମୃତ୍ୟୁ ହୋଇଥିଲା। 

ସମାନ ଫୋଟୋ ୨୦୧୯ ରେ ମିଡ-ଡେ ୱେବସାଇଟ ଏବଂ ୨୦୨୧ ରେ ଏବିପି ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ଏହି ଦୁଇଟି ୱେବସାଇଟରେ ସମାନ ଫୋଟୋ ପ୍ରତିନିଧି ଫୋଟୋ ଭାବରେ ବ୍ୟବହାର କରା ଯାଇଛି। 

ଆମର ଅଧିକ ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ହୋଇଥିବା ଫଟୋ ୨୦୧୫ ରେ istockphoto.com ରେ ମଧ୍ୟ ଅପଲୋଡ୍ ହୋଇଛି |

ଉପରୋକ୍ତ ତଥ୍ୟ ଦ୍ଵାରା ପ୍ରମାଣିତ ହୋଇଛି ଯେ ଭାରାଳ ଫୋଟୋ ସାମ୍ପ୍ରତିକ ନୁହେଁ ବରଂ ଅନେକ ବର୍ଷ ପୁରୁଣା ଅଟେ। 

ଏହା ପରେ ଆମେ କେଦାରନାଥରେ ଘଟିଥିବା ଦୁର୍ଘଟଣା ବିଷୟରେ ଅନୁସନ୍ଧାନ କରିଲୁ ଏବଂ ଅକ୍ଟୋବର ୧୮, ୨୦୨୨ ରେ ANI ର ଏକ ଟୁଇଟ୍ ସାମ୍ନାକୁ ଆସିଲୁ ଯେଉଁଥିରେ କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାର ଏକ ଭିଡିଓ ପୋଷ୍ଟ କରାଯାଇଛି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ସାମ୍ପ୍ରତିକ ନୁହେଁ ବରଂ ଅନେକ ବର୍ଷ ପୁରୁଣା ଅଟେ। ଏହି ଫୋଟୋର କେଦାରନାଥରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *