
୨୫ ଡିସେମ୍ବରରେ ଖ୍ରୀଷ୍ଟିୟାନ ମାନେ ତାଙ୍କ ପର୍ବ ବଡ ଦିନ ପାଳନ କରନ୍ତି। ସମାନ ଦିନ ହିନ୍ଦୁ ମାନେ ତୁଲସୀ ଦିବସ ମଧ୍ୟ ପାଳନ କରି ଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଚର୍ଚ୍ଚରେ ମହମବତ୍ତୀ ଜଳାଉଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋଟି ଚଳିତ ବର୍ଷ ୨୫ ଡିସେମ୍ବରର ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ଏକ ଚର୍ଚ୍ଚ ଯାଇ ସେଠାରେ ମହମବତ୍ତୀ ଜଳାଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ଏପ୍ରିଲ୍ ମାସରେ ଇଷ୍ଟର ପର୍ବର ଫୋଟୋ ଅଟେ ଏବଂ ଏହାର ତୁଲସୀ ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ତୁଳସୀ ପୂଜନ ଦିବସରେ ହାର୍ଦ୍ଧିକ ଅଭିନନ୍ଦନ
ଜଣାଉଛନ୍ତି ଆମ ଦେଶର କଟର ହିନ୍ଦୁମାନଙ୍କର କୁଳନନ୍ଦନ“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୦ ଏପ୍ରିଲ୍ ୨୦୨୩ ରେ ଦି ଇଣ୍ଡିଆନ ଏକ୍ସପ୍ରେସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଇଷ୍ଟର ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଅବସ୍ଥିତ ସେକ୍ରେଡ଼ ହାର୍ଟ କାଥେଡ୍ରାଲ୍ ଚର୍ଚ୍ଚ ଯାଇଥିଲେ। ସେଠାରେ ସେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ରହିଥିଲେ।
ପାଦ୍ରୀ ଏବଂ ଅନ୍ୟ ଚର୍ଚ୍ଚ ସଦସ୍ୟଙ୍କୁ ସେ ଅଭିନନ୍ଦନ ଜଣାଇ ସଭାରେ ଯୋଗଦାନ ଦେଇଥିଲେ। ଚର୍ଚ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପ୍ରାର୍ଥନାରେ ଯୋଗଦାନ ଦେଇଥିଲେ ଏବଂ ସେହି ଚର୍ଚ୍ଚର ବଗିଚାରେ ଗୋଟିଏ ଛୋଟ ଗଛ ମଧ୍ୟ ଲଗେଇଥିଲେ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୯ ଏପ୍ରିଲ୍ ୨୦୨୩ ରେ ନ୍ୟୁଜ୍ ନେସନର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବସା ମିଳିଲା। ଏହି ଭିଡିଓରେ ଆମେ ଚର୍ଚ୍ଚର ପାଦ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଵାଗତ କରିଥିବା ଦେଖିବାକୁ ପାଇଲୁ। ଏହା ପରେ ଆମେ ମୋଦୀଜିଙ୍କୁ କେରୋଲ୍ ଗୀତ ସମୟରେ ଚର୍ଚ୍ଚରେ ବସିଥିବା ମଧ୍ୟ ଦେଖିବାକୁ ପାଇଲୁ।
ଗଣମାଧ୍ୟମର ସାକ୍ଷାତରେ ଚର୍ଚ୍ଚ ପାଦ୍ରୀ କହିଥିଲେ ଯେ ତାଙ୍କ ଚର୍ଚ୍ଚ ଇତିହାସରେ ଏହା ପ୍ରଥମ ଥର ହେଉଛି ଯେ କୌଣସି ପ୍ରଧାନମନ୍ତ୍ରୀ ଆସିଥିଲେ। ଏହା ସମସ୍ତ ଚର୍ଚ୍ଚ ସଦସ୍ୟଙ୍କ ପାଇଁ ଏକ ଉଲ୍ଲହାସର ମୁହୂର୍ତ ଥିଲା। ମୋଦୀଜି ଇଷ୍ଟର ଅବସରରେ ଦିଲ୍ଲୀର କେଥେଡ୍ରାଲ୍ ଚର୍ଚ୍ଚ ଯାଇଥିଲେ।
ସାକ୍ଷାତରେ ପାଦ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ସହ ଅଧିକ କଥାବାର୍ତ୍ତା ହୋଇନଥିଲା। ପ୍ରଧାନମନ୍ତ୍ରୀ ପ୍ରାର୍ଥନାରେ ଯୋଗଦାନ ଦେବାକୁ ଆସିଥିଲେ। ଆମର ପିଲା ମାନେ ତିନୋଟି ପ୍ରାର୍ଥନା ଗୀତ ଗାଇଥିଲେ। ମୋଦୀଜି ପ୍ରଥମେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମା ସାମନାରେ ମହମବତତି ଜଳାଇଥିଲେ। ତିନୋଟି ପ୍ରାର୍ଥନା ଗୀତ ଶେଷ ହେବା ପର୍ଯ୍ୟନ୍ତ ସେ ଚର୍ଚ୍ଚରେ ହାତ ଯୋଡି ବସିଥିଲେ। ଆମେ ଯେତେବେଳେ ପ୍ରଧାନମନ୍ତ୍ରୀକୁ କହିଲୁ ଯେ ପ୍ରାର୍ଥନା ସଭା ଶେଷ ହୋଇଛି, ସେତେବେଳେ ସେ ସେଠାରୁ ଉଠିଲେ ଏବଂ ଆମେ ତାଙ୍କୁ ଏକ ଉପହାର ମଧ୍ୟ ଦେଲୁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ମୋଦୀଜିଙ୍କ ଭାଇରାଲ ହେଉଥିବା ଫୋଟୋ ଏପ୍ରିଲ୍ ମାସରେ ଇଷ୍ଟର ପର୍ବ ପାଳନ ସମୟର ଅଟେ। ଏହାର ୨୫ ଏକେମ୍ବରରେ ବଡ ଦିନ ପର୍ବ ସମୟର ଫୋଟୋ ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ବଡ ଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚର୍ଚ୍ଚରେ ମହମବତ୍ତୀ ଜଳାଉଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
