
ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଋଷ-ୟୁକ୍ରେନ ବିବାଦ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଫଟୋ ସେୟାର କରାଯାଉଛି ଯେ ସେ ନିଜ ଦେଶ ପାଇଁ ଲଢିଥିବା ସୈନ୍ୟବାହିନୀରେ ଯୋଗଦେବା ପାଇଁ ସୈନିକ ୟୁନିଫର୍ମ ପିନ୍ଧିଛନ୍ତି।
Parwez Alam Khan ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଫଟୋ ରେ ଥିବା ଏ ବ୍ୟକ୍ତି ଜଣକ ୟୁକ୍ରେନ ର ରାଷ୍ଟ୍ରପତି ଅଛନ୍ତି ସେ ନିଜେ ସୈନ୍ଯ ଡ୍ରେସ୍ ପିନ୍ଧି ଯୁଧ୍ୟ କ୍ଷେତ୍ରରେ ଓଲ୍ହେଇ ଛନ୍ତି ଏବଂ ୟୁକ୍ରେନ୍ ର ଜନସାଧାରଣଙ୍କୁ ଦେଶର ସୁରକ୍ଷା ପାଇଁ ସୈନ୍ୟରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି ,,,, ଏ ଫଟ ଦେଖି ଆମ ସାହେବଙ୍କ କଥା ମନେ ପଡିଗଲା ପଞ୍ଜାବ ରେ ୧୫ ମିନିଟ ଟ୍ରାଫିକ ଜାମ ରହିଯିବାରୁ ସହେବଙ୍କ ଜିବନ ପ୍ରତି ବିପଦ ଆସିଯାଇଥିଲା
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 24ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।

ତେବେ କଣ ରୁଷ ୟୁକ୍ରେନ ଉପରେ ଆକ୍ରମଣ କଲା ପରେ ୟୁକ୍ରେନର ରାଷ୍ଟ୍ରପତି ଦେଶକୁ ବଞ୍ଚାଇବା ପାଇଁ ସୈନ୍ୟବାହିନିରେ ସାମିଲ ହୋଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଲିଲା। the conversation ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 19 ଡିସେମ୍ବର 2021ରେ ପ୍ରକାଶିତ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ ଋଷ ୟୁକ୍ରେନ ମଧ୍ୟ ହୋଇଥିବା ଯୁଦ୍ଧ ସହ କୌଣସି ସମ୍ପର୍କ ନିହଁ। ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ମିଳିଥିବା ସୂଚନାକୁ ଧ୍ୟାନରେ ରଖି ଭାଇରାଲ ଫଟୋ ସର୍ଚ୍ଚ କରିଲୁ। ଆମକୁ 6 ଡିସେମ୍ବର 2021 ରେ ପ୍ରକାଶିତ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ ପାଇଲୁ। ରିପୋର୍ଟ ଅନୁସାରେ ଡୋନେଟସ୍କ ଅଞ୍ଚଳକୁ ଯାତ୍ରା ସମୟରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମିଳିତ ବାହିନୀ ଅପରେସନ୍ ଅଞ୍ଚଳରେ ୟୁକ୍ରେନ ସେନାର ଫ୍ରଣ୍ଟଲାଇନ ସ୍ଥିତିକୁ ପରିଦର୍ଶନ କରିଥିଲେ ଏବଂ ୟୁକ୍ରେନର ସଶସ୍ତ୍ର ବାହିନୀ ଦିବସରେ ସେନାବାହିନୀକୁ ଅଭିନନ୍ଦନ ଜଣାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ୟୁକ୍ରେନ ରାଷ୍ଟପତିଙ୍କର 2021ର ଫଟୋକୁ ମିଥ୍ୟା ଦାବିରେ ବର୍ତ୍ତମାନ ଚାଲିଥିବା ଋଷ ୟୁକ୍ରେନ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

Title:ରୁଷ ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଦେଶକୁ ବଞ୍ଚାଇବା ପାଇଁ ସୈନ୍ୟବାହିନିରେ ସାମିଲ ହୋଇଛନ୍ତି ?
Fact Check By: Saritadevi SamalResult: False
