ଅବେଧ ବନ୍ଧୁକ ଚାଲାଣକରୁଥିବା 6 ଅପରାଧିକୁ ଗିରଫ କରିବା ଘଟଣା ଜୁଲାଇ 2019ର ଅଟେ। ଏହା ସହିତ ଦ୍ୱିତିୟ ଫୋଟୋରେ ସୋଫାରେ ରଖା ଯାଇଥିବା ମାଳ ମାଳ ବନ୍ଧୁକ ଉତ୍ତର ପ୍ରଦେଶ ମଦରାଶାର 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ।

Partly False Social

ଗତ କିଛି ମିସ ହେଲା ଦେଶର ଅଲଗା ଅଲଗା ଜାଗାରେ CAA ବିରୋଧ ପ୍ରଦର୍ଶନ ଜୋର ଧରିଛି। ସୋସିଆଲ ମିଡିଆରେ କୌଣସି ଖବର ଭାଇରାଲ ହେଲେ ତାକୁ CAA ବିରୋଧ ପ୍ରଦର୍ଶନ ସହ ଜଡ଼ିତ କରାଯାଉଛି। ଏଥି ମଧ୍ୟରେ 5  ଫେବୃଆରିରେ Chitaranjan Sahoo ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ 3ଟି ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ କିଛି ପୋଲିସ ଆରୋପିକୁ ଧରିଥିବାର ଦେଖା ଯାଉଛି। ଏହା ପରେ ବାକି ଫୋଟୋରେ ବନ୍ଧୁକ ମାଳ ମାଳ ହୋଇ ରଖା ଜାଇଥିବାର ଫୋଟୋ ଅଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶର  ମଦରାଶା ସ୍ଥିତ ବିଞ୍ଜୋରରୁ 6 ମୌଲବି ଅପରାଧକୁ ଅବେଧ ବନ୍ଧୁକ ଚାଲାଣ କରୁଥିବା ଅପରାଧରେ ଗିରଫ କରାଯାଇଛି। ଏହାକୁ ନେଇ ପୋଷ୍ଟରେ IPS ସନଜିବ ତ୍ୟାଗିକୁ ଧନ୍ୟବାଦ କୁହାଯାଇଛି ଯେକି ଚଢ଼ାଉ କରି ଏହି 6 ଅପରାଧିମାନଙ୍କୁ ଗିରଫ କରିଛନ୍ତି। ତେବେ କଣ ସତରେ ପୋଲିସ ଏବେ ଉତ୍ତର ପ୍ରଦେଶରୁ ଏହି 6 ଅପରାଧିକୁ ଗିରଫ କରିଛି। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ  ଗୁଗୁଲରେ ରିଭର୍ସ ଇମେଜ କରିଲୁ। ଆମକୁ ଏହା ସହିତ ଜଡ଼ିତ AJTAKର ଏକ ପେଜରେ ଏକ ନ୍ୟୁଜ ମିଳିଲା। ପେଜରେ ଲେଖା ଯାଇଥିଲା ଯେ, ବିଜନୌର ପୁଲିସ ମଦରସା ଦାରୁଲ କୁରଆନ ହମିଦୟା ଉପରେ ଚଢ଼ାଉ କରି ଅବେଧ ବନ୍ଧୁକ ଜବତ କିଥିଲା। ଏହା ସହିତ ଅବେଧରୁପରେ ବନ୍ଧୁକ ବ୍ୟବଷାୟ କରୁଥିବା 6 ମୌଲବି ଅପରାଧିକୁ ମଧ୍ୟ ଗିରଫ କରିଛି। ଏହି ନ୍ୟୁଜ 11 ଜୁଲାଇ 2019ରେ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-AJTAK

ଏହା ଛଡା ଭାଇରାଲ ହେଉଥିବା ପୋଷ୍ଟକୁ 11 ଜୁଲାଇ 2019ରେ Bijnor Police ମଧ୍ୟ ନିଜେ ଟ୍ୱିଟ କରିଛନ୍ତି। ଜାହାକୁ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ କରାଯାଉଛି। 

ଏଠାରେ ଲିଙ୍କ ଦେଖନ୍ତୁ- Twitter

ଟ୍ୱିଟରରେ ବିଞ୍ଜୋର ପୋଲିସ ଟ୍ୱିଟ କରିଲେଖିଛନ୍ତି ଯେ, 10 ଜୁଲାଇ 2019ରେ ଉତ୍ତର ପ୍ରଦେଶ ମଦରାସା 6 ଅପରାଧିକୁ ଗିରଫ କରାଯାଇଛି । ଅପରାଧିଙ୍କ ପାଖରୁ ମାଳ ମାଳ ବନ୍ଧୁକ ଜବତ କରାଯାଇଛି। ଏହା ଟ୍ୱିଟରରେ ଏକ ପ୍ରେସରିଲିଜ ପୋଷ୍ଟ କରାଯାଇଛି ଜାହାକି ଜୁଲାଇ 2019ର ଅଟେ।

କିନ୍ତୁ ଭାଇରାଲ ପୋଷ୍ଟର ଦ୍ୱିତିୟ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ସୋଫାରେ ବନ୍ଧୁକ ରଖା ଯାଇଥିବା ଫୋଟୋ Tumblr ପେଜରୁ ପାଇଲୁ।ଏହି ଫୋଟୋ ମାର୍ଚ 2019ରେ ପୋଷ୍ଟ କରାଯାଇଛି।ଏହି ଫୋଟୋକୁ ଉତ୍ତର ପ୍ରଦେଶରେ ଅବେଧ ରୂପରେ ବନ୍ଧୁକ ଚାଲାଣ କରୁଥିବା ଅପରାଧିଙ୍କ ପାଖରୁ ବରାମଦ କରାଯାଇଥିବା ଦାବିରେ ଭାଇରାଲ କରିଯାଉଛି। 

ଏଠାରେ ଲିଙ୍କ ଦେଖନ୍ତୁ-TumblrArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଅବେଧ ବନ୍ଧୁକ ବେପାର କରୁଥିବା 6 ମୌଲବି ଅପରାଧିକୁ ଉତ୍ତର ପ୍ରଦେଶର  ମଦରାଶା ସ୍ଥିତ ବିଞ୍ଜୋରରୁ ଗିରଫ କରାଯାଇଥିବା ଦାବି ସତ୍ୟ ଅଟେ କିନ୍ତୁ ଏହି ଘଟଣା ଏକ ବର୍ଷ ପୁରୁଣା ଜାହାକି ଜୁଲାଇ 2019ରୁ ନେଟରେ ଅଛି। ଭାଇରାଲ ପୋଷ୍ଟ ଗୋଟେ ବର୍ଷ ପୁରୁଣା ଅଟେ। ଏହା ସହିତ ପୋଷ୍ଟରେ ଦ୍ୱିତିୟ ଫୋଟୋରେ ସୋଫାରେଥିବା ବନ୍ଧୁକ ଉତ୍ତର ପ୍ରଦେଶର  ମଦରାଶା 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ। ଏହି ଫୋଟୋ 6 ମୌଲବି ଅପରାଧିଙ୍କଠାରୁ ଗିରଫ କରିବାର 5 ମାସ ପୂର୍ବ ଅର୍ଥାତ ମାର୍ଚ 2019ରୁ ନେଟରେ ଅଛି।

Avatar

Title:ଅବେଧ ବନ୍ଧୁକ ଚାଲାଣକରୁଥିବା 6 ଅପରାଧିକୁ ଗିରଫ କରିବା ଘଟଣା ଜୁଲାଇ 2019ର ଅଟେ। ଏହା ସହିତ ଦ୍ୱିତିୟ ଫୋଟୋରେ ସୋଫାରେ ରଖା ଯାଇଥିବା ମାଳ ମାଳ ବନ୍ଧୁକ ଉତ୍ତର ପ୍ରଦେଶ ମଦରାଶାର 6 ମୌଲବି ଅପରାଧିଙ୍କଠାରୁ ଜବତ କରାଯାଇ ନାହିଁ।

Fact Check By: Saritadevi Samal 

Result: Partly False

Leave a Reply

Your email address will not be published. Required fields are marked *