
13 ଅଗଷ୍ଟରେ Amitabh Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ନ୍ୟୁଜ ପେଜ ପେଷୋଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, ଗୁଜୁରାତ ସୋମନାଥ ମନ୍ଦିରରେ ହରିଜନଙ୍କ ପ୍ରହବେଶ ନିସେଦ୍ଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତେବେ ଭାଇରାଲ ଖବର କେବେର ଏବଂ କଣ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ ପୋଷ୍ଟର ଲିଙ୍କ ଦେଥନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ସୋମନାଥ ମନ୍ଧିରରେ ହରିଜନଙ୍କ ପ୍ରବେଶ ନିସେଦ୍ଧ ହୋଇଛି। ପୋଷ୍ଟର ସତ୍ୟତା ଦାଣିବା ପାଇଁ ଆମେ ଅନୁସନ୍ଧାନ କରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ ଭାଇରାଲ ଖବର ସମ୍ପର୍କରେ ସର୍ଚ୍ଚ କରଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଖବରର ଲିଙ୍କ ମିଳିଲା। 21 ଅଗଷ୍ଟ 2019ରେ Jansatta ଖବର ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଗୁଜୁରାଟର ଅମରୋଲ ଗାଁ ସ୍ଥିତ ସୋମନାଥ ମହାଦେବ ମନ୍ଦିର ବାହାରେ ଦରବାର ସମୁଦାୟର ଲୋକମାନେ ଏହି ବୋର୍ଡ ଲଗାଇଥିଲେ। ଏହାକୁ ସ୍ଥାନିୟ ଲୋକ ବିରୋଧ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା। ଏବଂ ସ୍ଥାନିୟ ଲୋକଙ୍କୁ ଜେରା କରିଥିଲା। ଆନନ୍ଦର ଜିଲ୍ଲା କଲେକ୍ଟର ଦିଲୀପ କୁମାର ରାଣା କହିଛନ୍ତି ଯେ, କେହି ପ୍ରବେଶ ନିସେଦ୍ଧର ବୋର୍ଡ ଲଗାଇଥିଲା ଏବଂ ପରେ ବୋର୍ଡ ହଟାଇ ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Jansatta । Archive
21 ଅଗଷ୍ଟ 2019ରେ Indianexpress ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ପୋଷ୍ଟ ପୁରୁଣା ଅଟେ। ଖବର ଅନୁସାରେ ପୋଲିସ ପହଁଚିଲା ପରେ ବୋର୍ଡକୁ ହଟାଇ ଦିଆଗଲା। ପେଜରେ ଲେଖା ଯାଇଥିବା ଖବର ଅନୁସାରେ ଗାଁର ସାମାଜିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ପାଇଁ ଏହା କିଛି ଦୁଷ୍କର୍ମକାରୀଙ୍କ କାର୍ଯ୍ୟ ବୋଲି ସ୍ଥାନିୟ ଲୋକ ସ୍ପଷ୍ଟ କରାଯାଇଛି।
ବାଲମିକି ସମ୍ପ୍ରଦାୟର ସଦସ୍ୟ କହିଛନ୍ତି ଯେ ପୋଲିସର ମଧ୍ୟସ୍ଥତା ଉପରେ ଏକ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କିଛି ଯୁବକ ସେମାନଙ୍କ ନିକଟରେ କ୍ଷମା ମାଗିଥିଲେ। “ତିନି-ଚାରି ଯୁବକ ଆମ ଘରକୁ ଆସି ସେମାନଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ। ଯୁବକମାନେ କହିଥିଲେ ଯେ ସେମାନେ କେବଳ ମଜା ପାଇଁ ଏହି ବୋର୍ଡ ଲେଖିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Indianexpress । Archive
Dharmpathରେ ପ୍ରକାଶିତ ହୋଇଥିଲା ଖବର ଅନୁସାରେ ଗାଁର ଯୁବରମାନେ ଏହି ବୋର୍ଡ ଲଗାଇଥିଲେ। ପରେ ଏହାକୁ ନେଇ କ୍ଷମା ମଧ୍ୟ ମାଗିଲେ। ଭାଇରାଲ ଖବର 2019 ଅଗଷ୍ଟର ଅଟେ। ଏହି ଘଟଣା ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Dharmpath । Archive
ଏହା ପରେ ଆମେ ଭାଇରାଲ ଖବର ବିଷୟରେ ଆନନ୍ଦ ଜିଲ୍ଲାର ପୋଲିସ ଥାନା କର୍ମିଚାରିଙ୍କ ସମହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସମ୍ପର୍କ ହୋଇ ପାରିଲା ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋମନାଥ ମନ୍ଦିରରେ ହରିଜନ ପ୍ରବେଶ ନିସେଦ୍ଧ ଦାବିରେ ଭାଇରାଲ ହେଉଥିବା ଖବର 2019ର ଅଟେ। କିଛି ଯୁବକ ଏହି ବୋର୍ଡ ଲାଗାଇ ପରେ କ୍ଷମା ମାାଗିଥିଲେ।

Title:ସୋମନାଥ ମନ୍ଦିରରେ ହିରଜନଙ୍କ ପ୍ରବେଶ ନିସେଦ୍ଧ ଦାବିରେ ଭାଇରାଲ ହେଇଥିବା ଖବର ପୁରୁଣା ଅଟେ।
Fact Check By: Saritadevi SamalResult: False