2015 ପୁରୁଣା ଫୋଟୋକୁ, ଲକଡାଉନ ଘୋଷଣା ପରେ ଆନନ୍ଦ ବିହାରରେ ଲୋକଙ୍କ ଭିଡ଼ ହେଉଥିବା ଦାବିରେ ଭାଇରାଲ କରାଯାଉଛି।

Coronavirus False Social

କୋରୋନା ଭାଇରସ ପାଇଁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦେଶରେ ଲକଡଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମର ପାଳନ କରିବା ପାଇଁ ଦେଶବାଶିଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ କିଛି କିଛି ସ୍ଥାନରେ ଲୋକମାନେ ଏହି ନିୟମକ ନମାନି କୋରୋନା ସଂକ୍ରମଣକୁ ବଢ଼ିବା ପାଇଁ ସୁଜେଗ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ନିୟମ ଭାଙ୍ଗୁଥିବା ସମସ୍ତ ଖବର ବାଇରାଲ ହେଉଛି। ତେବେ 28 ମାର୍ଚ୍ଚରେ Bhagya Dhar Jitendra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିୁଛି। ପୋଷ୍ଟରେ ଦାବୀ କରାଯାଇଛି ଯେ, ଏହି ବିପଦ ସମୟରେ କୋରୋନାରୁ ବଞ୍ଚିବା ପାଇଁ ଲକଡାଉନର ନିୟମ ନମାନି ଆନନ୍ଦ ବାହାର ଟର୍ମିନାଲରେ ଲୋକଙ୍କ ଭିଡ଼ ଲାଗିରହିଛି । ଲୋକମାନେ ମୋଦି ସରକାରଙ୍କ ଆଦେଶକୁ ଉଲ୍ଲଙ୍ଘନ୍ନ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏମିତି ହେଲେ କେମିତି ବଂଚିବା Corona ଦାଉରୁ ଏ ଦୃଶ୍ୟ ଆଜି ଆନନ୍ଦ ବିହାର Bus terminalର ଅଟେ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଥରେ ସେୟାର କରାଯାଇଛି , 4 କମେଣ୍ଟ ମିଳିବା ସହ 15 ଲାଇକ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook।  Archive

ତେବେ କଣ ଭାଇରାଲ ଫୋଟୋ ଏବେର ଅଟେ। ଭାଇରାଲ ଫୋଟୋ ଆନ୍ଦ ବସ ଟର୍ମିନାଲର ଅଟେ। କଣ ଦେଖରେ ଲକଡାଉନ ଆଦେଶ ପରେ ମଧ୍ୟ ଲୋକମାନେ ଆନ୍ଦ ବସ ଟର୍ମିନାଲର ଭିଡ଼ ଲଗାଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଭଲରେ ଦେଖିଲୁ। ପୋଷ୍ଟରେ ଲିଖା ଯାଇଛି ଭାଇରାଲ ଫୋଟୋ ଆନନ୍ଦପୁର ବସ ସ୍ଟାଣ୍ଡର ଅଟେ। କିନ୍ତୁ ଭାଇରାଲ ଫୋଟୋରେ ବସ ନାହିଁ ବରଂ ଟ୍ରେନ ଅଛି। ପୋଷ୍ଟରେ କରାଯାଇଥିବା ଦାବି ମୁତାବକ ଲୋକଙ୍କ ଭିଡ଼ ବସ ସ୍ଟାଣ୍ଡରେ ନାହିଁ ବରଂ ଟ୍ରେନ ପାଖରେ ଜମିଛି। ତଳେ ଫୋଟୋ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ । ସର୍ଚରେ ଆମକୁ କିଛି ଲିଙ୍କରେ ଭାଇରାଲ ଫୋଟୋ ମିଳିଲା। ଭାଇରାଲ  ଫୋଟୋ The Hindu ପେଜରେ ପାଇଲୁ। ପେଜରେ ଭାଇରାଲ ଫୋଟୋ 5 ନଭେମ୍ବର 2015 ରେ ପୋଷ୍ଟ ହେଇଥିବାର ପାଇଲୁ। ଅର୍ଥାତ୍ ଭାଇରାଲ ଫୋଟୋ 2015ରୁ ନେଟରେ ଅଛି। ଫୋଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ। ପେଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଆନନ୍ଦବିହାର ରେଳ ସ୍ଟେଶନରେ ପର୍ବର ଭିଡ଼କୁ ନଜରରେ ରଖି ଦୁଇଟି ନୁଆ ପ୍ଲାଟଫୋର୍ମ ବନା ଗଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The HinduArchive

ଏଥିରୁ ସ୍ପଷ୍ଟ ହେଉଛି ଯେ, 2015 ଫୋଟୋକୁ ଏବେର କୋରୋନା ଲକଡାଉନ ପରେ ମଧ୍ୟ ଲୋକମାନେ ଆନନ୍ଦ ବିହାର ଠାରେ ବିଢ଼ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  କୋରୋନା ଭାଇରସ ମହାମାରିରୁ ବଞ୍ଚିବା ପାଇଁ ଲକଡାଉନ ଘୋଷଣା ସତ୍ୱେ ଆନନ୍ଦବିହାର ରେ ଲୋକଙ୍କ ଭିଡ଼ ଲାଗିଥିବାର ଦାବିରେ ଭାଇରାଲ ହେଉଥିବା ଫୋଟୋ 2015ର ଅଟେ। ଫୋଟୋର କୋରୋନା ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ।

Avatar

Title:2015 ପୁରୁଣା ଫୋଟୋକୁ, ଲକଡାଉନ ଘୋଷଣା ପରେ ଆନନ୍ଦ ବିହାରରେ ଲୋକଙ୍କ ଭିଡ଼ ହେଉଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *