ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

False Social

ପ୍ରବାଶି ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ଆଣିବା ପାଇଁ ଦେଶର ରାଜ୍ୟ ସରକାର ଜଥା ସମ୍ଭବ ପ୍ରୟାସ କରୁଛନ୍ତି। ପ୍ରବାଶି ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବସ ଏବଂ ଟ୍ରେନ ବ୍ୟବସ୍ଥା କରାଯାଇଛି। ଲକଡାଉନ ସରକାର ଏବଂ ପ୍ରବାଶି ଶ୍ରମିକ ଦୁହିଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏଥି ମଧ୍ୟରେ ଏକ ଫୋଟୋ ସହ ଖବର ଭାଇରାଲ ହେଉଛି ଯେ, ପ୍ରବାଶି ଶ୍ରମିକ ବସରେ  ଉତ୍ତରପ୍ରଦେଶ ସିମା ରେଖାରେ ପହଁଚିବା ପରହେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ତାଙ୍କୁ ରାଜ୍ୟ ଭିତରକୁ ପ୍ରବେସ କରିବା ପାଇଁ ଅନୁମତି ଦେଉ ନାହାନ୍ତି, କାରଣ ପ୍ରିୟଙ୍କା ଗାନ୍ଧୀ ଏହି ବସ୍ ପାଇଁ ଭଡ଼ା ଦେଇଛନ୍ତି। ଅସଂଖ୍ୟ ସଂଖ୍ୟାର ଲମ୍ବା ଲାଇନ ଲାଗିଥିବା ବସରେ  ପ୍ରବାଶି ଶ୍ରମିକମାନେ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ଅନୁମତି କୁ ଅପେକ୍ଷ୍ୟା କରିଛନ୍ତି। Baalia Baba ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି। ପୋଷ୍ଟକରାଯାଇଥିବା ଫୋଟୋରେ ବସର ଏକ ଲମ୍ବା ଲାଇନ ଲାଗିଛି। କିଛି ସୁରକ୍ଷା କର୍ମି ସବ ଗୁଡ଼ିକୁ ଜଗିଥିବାର ଦେଖା ଯାଉଛନ୍ତି। ସବ ଗୁଡ଼ିକ ଏକ ଟ୍ରେନ ଡବା ଭଳି ଲମ୍ବିଥିବାର ଦେଖା ଯାଉଛନ୍ତି। 

 ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏହା ଟ୍ରେନ୍ ନୁହେଁ। ଏଗୁଡ଼ିକ ହେଉଛି ବସ୍ ଯାହା ପ୍ରବାଶି ଶ୍ରମିକ ମନକୁ ନେଇ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି । ଯୋଗୀ ବାବାଙ୍କ ସରକାର ସେମାନଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଉନାହାଁନ୍ତି କାରଣ ପ୍ରିୟଙ୍କା ଗାନ୍ଧୀ ଏହି ବସ୍ ପାଇଁ ଭଡ଼ା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଲୋକମାନେ ଲୋକଙ୍କୁ ସାହାଯ୍ୟ କରନ୍ତି, ଯଦି କେହି ସାହାଯ୍ୟ କରୁଛି ତ ତାଙ୍କୁ ସାହାଯ୍ୟ କରିବାକୁ ଦିଆ ଯାଉନି, କ୍ଷମତା ଦଖଲ କରୁଥିବା ଶାଗୁଣା ଗୋଷ୍ଠୀ ସବୁ କ୍ଷେତ୍ରରେ ରାଜନୀତିର କ୍ଷତିର ଗାଣିତିକ ପ୍ରୟୋଗ କରି କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଦେଶ ସଙ୍କଟରେ ପଡ଼ିଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 13 ଥର ସେୟାର କରାଯାଇଛି। ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋରେ ପ୍ରବାଶି ଶ୍ରମିକ ଆସିଥିବା ବସଗୁଡ଼ିକର ଭଡ଼ା ପ୍ରୟଙ୍କା ଗାନ୍ଧି ଦେଇଥିବାରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବସଗୁଡ଼ିକୁ ରାଜ୍ୟ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଉ ନାହାନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋର କିଛ୍ ଲିଙ୍କ ମିଳିଲା। 28 ଫେବୃଆରି 2019ରେ NDTV ନ୍ୟୁଜ ପେଜରେ ଭାଇରାଲ ଫୋଟୋ ସହ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ଅନୁସାରେ  ଉତ୍ତର ପ୍ରଦେଶର ସରକାର କୁମ୍ଭ ମେଳାରେ ଯାତ୍ରୀମାନଙ୍କୁ ମାଗଣା ସେବା ଦେବା ପାଇଁ 500ରୁ ଅଧିକ ବସ ସେବା ଯୋଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରାଥିଲା।  ଏହାପୂର୍ବରୁ ସର୍ବ ପ୍ରଥମେ ଏହି ରେକର୍ଡ ଆବୁଧାବି ନାମରେ ଥିଲା। ଡିସେମ୍ବର 2010 ରେ 390 ବସ୍ ପ୍ୟାରେଡ୍ କରି ଆବୁଧାବି ରେକର୍ଡ ସୃଷ୍ଟି କରିଥିଲା। ଗିନିଜ ୱାର୍ଲ୍ଡ ରେକର୍ଡର ବିଚାରପତି ରିଷି ନାଥ କୁମ୍ଭ ମେଳା ଅଞ୍ଚଳର ଆଇସିସିସି ଅଡିଟୋରିୟମରେ କହିଛନ୍ତି ଯେ ପ୍ୟାରେଡ ପାଇଁ 510 ଟି ବସ୍ ବ୍ୟବସ୍ଥା କରାଯାଇଛି ଯେଉଁଥିରେ ସାତୋଟି ବସ୍ ଚାଲି ନିଥିଲା। କିନ୍ତୁ ଖବର ଅନୁସାରେ  503 ବସ୍ ଚଳାଚଳ କରିଥିଲା।  ତେବେ ଭାଇରାଲ ହେଉଥିବା ଫୋଟୋ ଫେବୃଆରି 2019ର ଅଟେ। ଭାଇରାଲ ଫୋଟୋରେଥିବା 500ରୁ ଅଧିକ ବସ କୁମ୍ଭ ମେଳାରେ ଯାତ୍ରୀଙ୍କୁ ସେବା ଯୋଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଖବର India .com, Ptrika ,NBT ଭଳି ଖବର ପଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-NDTVArchive

ଏହା ପରେ ANI ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋ ପାଇଲୁ। ଜାହାକି 28 ଫେବୃଆରି 2019ରେ ପୋଷ୍ଟ କରାଯାଇଥିଲା। ଟ୍ୱିଟରେ ଲେଖା ଯାଇଛି ଯେ, ପ୍ରୟାଗରାଜ ମେଲା ପ୍ରାଧିକରଣ, ଉତ୍ତରପ୍ରଦେଶର ସରକାର ସର୍ବବୃହତ ପ୍ୟାରେଡ୍ ବସ୍’ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। କୁମ୍ବ ଲୋଗୋ ସହିତ 500 ବସ୍ ଜିଲ୍ଲାର 3.2 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter ।  Archive

ଏହା ପରେ ଆମକୁ NBT ନ୍ୟୁଜ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋ 2019ରେ ହୋଇଥାବା କୁମ୍ଭ ମେଳାରେ ଚଲା ଯାଇଥିଲା। ଯାହା ବିଶ୍ୱ ରେକର୍ଡ ବନାଇଛି। ଅଧିକ ସୂଚନା ପାଇଁ ଥଲେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ 2019ରେ ଉତ୍ତର ପ୍ରଦେଶ ସରକାର କୁମ୍ଭ ମେଳାରେ ଯାତ୍ରୀମାନଙ୍କୁ 500ରୁ ଅଧିକ ବସ ଚଲାଇ ମାଗଣା ସେବା ପ୍ରଦାନ କରି ବିଶ୍ୱ ରେକର୍ଡ କରିଥାବର ଫୋଟୋ ଅଟେ। ଭାଇରାଲ ଫୋଟୋର ପ୍ରବାଶି ଶ୍ରମିକ କିମ୍ବା ଲକଡାଉନ ସହ କୌଣସି ସମ୍ପର୍କ ନାହିଁ। 

Avatar

Title:ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଭଡା ଦେଇଥିବାରୁ କ ‘ଣ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନ୍ ପରି ଲମ୍ବିଥିବା ବସଗୁଡ଼ିକୁ ରାଜ୍ୟରେ ପ୍ରବେଶର ଅନୁମତି ଦେଉନାହାନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *