କ’ଣ ଭାଇରାଲ ଫୋଟୋରେ ଚାଇନା ବର୍ଡରରେ ଶହୀଦ 3 ଭୀରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି?

False Social

ଚାଇନା ଏବଂ ଭାରତ ମଧ୍ୟରେ ଯୁଦ୍ଧ ଲାଗି ରହିଛି।  ଗୋଟେ ପଟେ କୋରୋନା ମାହାମାରି ଚିନ୍ତା ତ ଅନ୍ୟ ପଟେ ଭାରତ ଟାଇନା ଯୁଦ୍ଧ୍ରେ ଆମର କିଛି ବିର ଜବାନ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଭାରତ ଏବଂ ଚାଇନା ଯୁଦ୍ଧରେ ପ୍ରଥମେ ଭାରତର ତିନି ଯବାନ ମୃତ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ପରେ 20 ଜମାନ ମୃତ୍ୟୁ ହୋଇଥବାର ଖବର ଆସିଲା। ଏଥି ମଧ୍ୟରେ ପ୍ରଥମ ତିନି ଜବାନ କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଥିବାର ଦାବିରେ ଏକ ଫୋଟୋ ଭାଇରାଲ ହେଉଛି। ପୋଷ୍ଟରେ ଲେଖା ଯାଇଛି ଯେ, ଚୀନ ବର୍ଡର ରେ ଶହୀଦ ଭାରତୀୟ ସେନା ବିର ଜୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବାର ଫୋଟୋ।   Jaganath samal ନାମକ ଜଣେ ଫେସବୁକ ୟୁଜର 16 ଜୁନରେ ଏହି ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ତିନିଜଣ ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଚୀନ ବର୍ଡର ରେ ଶହୀଦ ଭାରତୀୟ ସେନା ବିର ଜୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋ ଭାରତ ଚାଇନା ବର୍ଡରରେ ଶହିଦ ହୋଇଥିବା ତିନି ଭାରତୀୟ ଜବାନକୁ ଶ୍ରଦ୍ଧାଞ୍ଜଳି  ଦିଆଯାଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଏହା ପରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଭାଇରାଲ ଫୋଟୋ ଆମକୁ  World Asia ନାମକ ପେଜରୁ ମିଳିଲା। ଯେଇଁଥିରେ ଭାଇରାଲ ଫୋଟୋ 3 ମେ 2020 ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ପୋଷ୍ଟ କରାଯାଇଥିବା ଫୋଟୋରେ କଶ୍ମିରରେ ଶହିଦ ହୋଇଥିବା ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି। ଭାଇରାଲ ଫୋଟୋ ଏକ ମାସ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- World Asia Archive 

ଏହା ପରେ ଆମେ ଏହି ସମ୍ପର୍କରେ ଅଧିକ ସର୍ଚ କରିଲୁ। ସର୍ଚ୍ଚରେ ଆମକୁ Pune mirror ପେଜରେ ମଧ୍ୟ ଭାଇରାଲ ଫୋଟୋ ପାଇଲୁ। ଖବର ଅନୁସାରେ ମେ ମାସରେ କଶ୍ମିର ହଣ୍ଡୱାରା ଠାରେ 5 ଭାରତୀୟ ସେନା ଶହିଦ ହୋଇଥିଲେ। ସେମାନଙ୍କୁ 3 ମେ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଭାଇରାଲ ଫୋଟୋରେ ପ୍ରକୃତରେ ପାଞ୍ଚ ଶହିତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି। ଭାଇରାଲ ଫୋଟୋକୁ ଏଡ଼ିଟ କରି ଚାଇନା ବର୍ଡରରେ ଶହିଦ ତିନ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଥିବା ଦାବିରେ ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Pune mirror Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଚାଇନା ବର୍ଡରେ ଶହୀଦ ହୋଇଥିବା ତିନ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ଦାବିରେ ଭାଇରାଲ କରାଯାଇଥିବା ଫୋଟୋ ଏକ ମାସ ପୁରୁଣା ଅଟେ।  ମେ 3 ରକେ କଶ୍ମିରରେ ଶହୀଦ ହୋଇଥାବ ଦବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଥିବାର ଫୋଟୋ ଅଟେ।

Avatar

Title:କ’ଣ ଭାଇରାଲ ଫୋଟୋରେ ଚାଇନା ବର୍ଡରରେ ଶହୀଦ 3 ଭୀରତୀୟ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *